ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସାମନ୍ତରାପୁର ସରକାରୀ ବିଦ୍ୟାଳୟରେ କ୍ରୀଡା ଉତ୍ସବ, ଛାତ୍ରଛାତ୍ରୀଙ୍କ ପସନ୍ଦ ନୃତ୍ୟଗୀତ

ତିର୍ତ୍ତୋଲ :- 20/01/23 -ବର୍ତ୍ତମାନ ସମୟରେ କ୍ରୀଡା ସମସ୍ତଙ୍କ ନିମନ୍ତେ ଏକ ମନୋରଞ୍ଜନ ର ଖୋରାକ ପାଲଟି ଯାଇଛି ! କ୍ରୀଡା ଏକ ଉତ୍ତମ ବ୍ୟାୟାମ ହେଉ କିମ୍ବା ଶାରୀରିକ ସନ୍ତୁଳନାତ୍ମକ ଅଭ୍ୟାସ ହେଉ, ଏହାର ବିକାଶ ପାଇଁ ଦେଶବିଦେଶରେ ବିଶେଷ ଗୁରୁତ୍ୱ ଦିଆଯାଇ ଆସୁଛି ! କିନ୍ତୁ ଏହି କ୍ରୀଡାର ଆରମ୍ଭ ବିଦ୍ୟାଳୟ ରୁ ହିଁ ଆରମ୍ଭ ହୋଇଥାଏ ! ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତ ସରକାରୀ ବିଦ୍ୟାଳୟରେ ଉଦଯାପିତ ହୋଇଯାଇଛି କ୍ରୀଡା ପ୍ରତିଯୋଗିତା ! ମୁଖ୍ୟ ଅତିଥିଭାବେ ସୂର୍ଯ୍ୟ ନାରାୟଣ ବେହେରା ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଥିଲେ ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରଭାତ କୁମାର ସେଠୀ ,ଆଲୁମିନି ସଭାପତି ଶଶିକାନ୍ତ ସେଠୀ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଧୀର କୁମାର ମହାନ୍ତି,ଗୋକୁଳି ଚରଣ ନାଥ, ସ୍କୁଲର ପ୍ରଧାନଶିକ୍ଷକ ଗାଲେଖ ନାୟକ, ଅନ୍ୟ ମାନଙ୍କ ମଧ୍ୟରେ କ୍ରୀଡା ଶିକ୍ଷକ ସତ୍ୟଂଶୁ ଦାସ,ହିମାଂଶୁ ଶେଖର ଶତପଥି,ସୁଜିତ କୁମାର ସାହୁ କ୍ରୀଡା ପରିଚାଳନା କରିଥିବା ବେଳେ, ବିଦ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା ଯୋଗଦେଇ ନୃତ୍ୟ, ଗୀତ, ଦୌଡ, ଆଦି କ୍ରୀଡାରେ ଛାତ୍ରଛାତ୍ରୀ ମାନଙ୍କୁ ସହଯୋଗ କରିଥିଲେ !ଶେଷରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିବାର ଦେଖାଯାଇଥିଲା।

ତିର୍ତ୍ତୋଲ ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ସୁବର୍ଣ୍ଣ ରେଖା ହାଇସ୍କୁଲ ରେ ବାର୍ଷିକୀ କ୍ରୀଡା ଉତ୍ସବ ଉଦଘାଟନ

masiha

ନେତାଜୀ ଯୁବକ ସଂଘ କୁରୁମପେଟା ତରଫରୁ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ

masiha

ରାଜା ଖଣ୍ଡୁଆଳ ଦିବା ରାତ୍ରି କ୍ରିକେଟ ପ୍ରତିଯୋଗୀତା ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!