ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଦ ଦୋକାନ ଲାଇସେନ୍ସ ନବୀକରଣ ନକରିବା ପାଇଁ ମଦ ନିବାରଣ ଓ ଦୁର୍ନୀତି ମୁକ୍ତ ଅଭିଯାନ ସମାଜ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କେଲାପଡା ଗ୍ରାମପଞ୍ଚାୟତ ରେ ଥିବା ବିଦେଶୀ ଠିପି ମଦ ଦୋକାନ ଲାଇସେନ୍ସ ୨୦୨୩ -୨୪ ଆର୍ଥିକ ବର୍ଷ ପାଇଁ ନବୀକରଣ ନ କରିବା ନେଇ ଗତ ତା ୬/୧/୨୦୨୩ ରିଖ ଦିନ ଏକ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇଥିଲା। କୋରମ ଅଭାବରୁ ତା ୧୭/୧/୨୦୨୩ ରିଖ ଦିନ ଦ୍ୱିତୀୟ ଗ୍ରାମସଭା କରାଯାଇ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇ ଆର୍ଥିକ ବର୍ଷ ୨୦୨୩ – ୨୪ ଉକ୍ତ ମଦ ଦୋକାନ ଲାଇସେନ୍ସ ନବୀକରଣ କରାନ ଯାଉ ଏଭଳି ନିଷ୍ପତ୍ତି ପଞ୍ଚାୟତ ବାସୀ ଙ୍କ ଦ୍ଵାରା ନିଆଯାଇଥିଲା। ତା ୧୮/୧/୨୦୨୩ ରିଖ ବୁଧବାର ଦିନ କେଲାପଡା ଗ୍ରାମପଞ୍ଚାୟତ ର ସରପଞ୍ଚ ସ୍ୱର୍ଣ୍ଣଲତା ପ୍ରଧାନ , ଓ ନିଶା ନିବାରଣ ଓ ଦୁର୍ନୀତି ମୁକ୍ତ ଅଭିଯାନର ଆବାହକ ସୁଧୀର କୁମାର ସାହୁ ଙ୍କର ନେତ୍ତୃତ୍ୱ ରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କୁ ଭେଟି ଗ୍ରାମସଭା ର ନିର୍ଦ୍ଧାରଣ କପି ପ୍ରଦାନ କରିବା ସହ କେଲାପଡା ଗ୍ରାମ ପଞ୍ଚାୟତ ରେ ଚଳିତ ୨୦୨୩ – ୨୪ ବର୍ଷ ବିଦେଶୀ ମଦ ଦୋକାନ ର ଲାଇସେନ୍ସ ନବୀକରଣ ନକରିବା ପାଇଁ ଅନୁରୋଧ କରିଥିଲେ। ଏହି ସମୟରେ ନାଏବେ ସରପଞ୍ଚ ଶ୍ରୀକାନ୍ତ ଦିଗାଲ,ସାମାଜିକ କର୍ମୀ ଭ୍ରମରବର ନାୟକ, ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ କୁମାର ନାୟକ, ପ୍ରଦୀପ ନାୟକ, ମହେଶ୍ୱର କଁହର, କୁମାରୀ ସଙ୍ଗୀତା ସାହୁ, ସଞ୍ଜୟ ପ୍ରଧାନ, ଦୁଖୀଶ୍ୟାମ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ନବୋଦୟ ରେ ଜିଲ୍ଲା ଟପ୍ପର ହେଲେ ଧର୍ମଗଡ ବ୍ଲକ ର ଦିପେଶ କୁମାର

Sunil Chandra Nayak

ସମୁଦ୍ରରେ ମାଛ ମାରିବାକୁ ଯାଇ କସାଫଳ ଗ୍ରାମର ଜଣେ ମତ୍ସ୍ୟଜୀବୀ ନିଖୋଜ, ଥାନାରେ ଅଭିଯୋଗ 

masiha

୧- ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ ସମ୍ବର୍ଦ୍ଧନା,୨- ଅବସର ପାପ୍ତ ଥାନା ଅଧିକାରୀ ଙ୍କ ପରଲୋକ 

Sunil Chandra Nayak

Leave a Comment

error: Content is protected !!