ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଲାଲ ସକ୍ରିୟ କର୍ମଚାରୀ ସାଲାସୁତୁରା

ଦଲାଲ ସକ୍ରିୟ କର୍ମଚାରୀ ସାଲାସୁତୁରା 

କଣ୍ଟାବାଞ୍ଜି ହସ୍ପିଟାଲର ଜନ୍ମ ମୃତ୍ୟୁ ପଞ୍ଜିକରଣ ବିଭାଗ ରେ ଖୁଲମଖୋଲା ଲାଞ୍ଚ କାରବାର 
 ଗରିବ ଲୋକଙ୍କ ଠାରୁ ନେଛନ୍ତି ସିଧା ସଳଖ ଲାଞ୍ଚ 

ତୁରେକେଲା ୨/୨ ତୁରେକେଲା ବ୍ଲକ କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲ ର ଜନ୍ମ ଓ ମୃତ୍ୟୁ ବିଭାଗ ରେ ନେଉଛନ୍ତି ଖୁଲମଖୋଲା ଲାଞ୍ଚ l ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ନିଆଯାଉଛି ଦୁଇଶହ ରୁ ତିନିଶହ ଟଙ୍କା l କାହାକୁ ଭୟ ନାହିଁ ସିଧାସଳଖ ଦଲାଲ ଙ୍କ ଜରିଆରେ ନିଆଯାଉଛି ଟଙ୍କା l

ସରକାର ଲୋକଙ୍କ ପାଇଁ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା ହାତକୁ ନେଇଛନ୍ତି କିନ୍ତୁ ତଳ କର୍ମଚାରୀଙ୍କ ଅବହେଳା ହେଉ କିମ୍ବା ମନମୁଖୀ ପାଇଁ ବସ୍ତବରେ ଯୋଜନା ର ସୁଫଳ ରୂପାୟନ ହେଉନାହିଁ l

ଜଣେ ଲୋକଙ୍କୁ ବାରମ୍ବାର କାର୍ଯ୍ୟାଳୟ କୁ ଆସିବାକୁ ପଡୁଛି l ସେଥି ପାଇଁ ଗରିବ ଲୋକେ ବାଧ୍ୟ ହୋଇ ଟଙ୍କା ଦେଇ କାମ କରିବାକୁ ବାଧ୍ୟ ହେଉଛନ୍ତି l ଟଙ୍କା ଲାଞ୍ଚ ନ ଦେଲେ କୌଣସି କାମ ହୁଏନାହିଁ ବରଂ ଓଲଟା ଚମକ ଧମକ ଗାଳି ଖାଇବାକୁ ପଡେ ବୋଲି ଅଭିଯୋଗ ହୋଇଅଛନ୍ତି l

କାହା ଛତ୍ର ଛାୟା ତଳେ ଏଭଳି କାର୍ଯ୍ୟକୁ ପ୍ରଶ୍ରୟ ଦିଆଯାଉଛି ତାହା ଆଲୋଚ୍ୟ ର ବିଷୟ ଅଟେ  lତୁରେକେଲା ବ୍ଲକ ଚାରପାଣି ଗାଁ ର ମିନିକେତନ ନିଆଲ ସେ ତାଙ୍କ ଝିଅ ଜନ୍ମ ପ୍ରମାଣ ପତ୍ର ପାଇଁ ଆବେଦନ କରିଥିଲେ l ତାଙ୍କ ଠାରୁ ଫୋନ ପେ ମାଧ୍ୟମ ରେ ୩00 ଟଙ୍କା ନେଇ ଥିବା ସେ ଅଭିଯୋଗ କରିଛନ୍ତି  lସେହି କାର୍ଯ୍ୟାଳୟ ର କାର୍ଯ୍ୟରତ ଜଣେ ଦଲାଲ ସେହି ଟଙ୍କା ନେଇ ଥିବା ଅଭିଯୋଗ ହୋଇଅଛି l

ଖବର ପାଇଲା ପରେ ତାଙ୍କୁ ପଚାରିବାରୁ ସେ କହିଲେ କି ମୋର ବଡ଼ ଲୋକଙ୍କ ସହ ହାତ ଅଛି ତୁମେ କିଛି କରିପାରିବ ନାହିଁ ବୋଲି କହିଛନ୍ତି ଓ ଆମକୁ ଦରମା ତୋ ଏମିତି ବି ମିଳୁନି କଣ କରିବୁ ବାଧ୍ୟ ହୋଇ ଲୋକେ ଯାହା ଦେଲେ ଆମେ ନେଉଛୁ ବୋଲି ସ୍ୱୀକାର କରିଅଛନ୍ତି l

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ପଶୁ ମାନଙ୍କ ଜଳ କଷ୍ଟ ଦୂର ପାଇଁ ପ୍ରୟାସ ଆରମ୍ଭ କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ

masiha

କୋଷଗୁମୁଡାଠାରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ

masiha

ବିଧାୟକଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ  

Sunil Chandra Nayak

Leave a Comment

error: Content is protected !!