ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା ରେ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

ତେରେସିଂହା ରେ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତେରେସିଂହା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ, ତେରେସିଂହା ବସ୍ତି ଠାରେ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନନୀ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ସେଠ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ର ଶୁଭାରମ୍ଭ କରିବା ସହ ପ୍ରଥମେ ରାଜ୍ୟ ସଙ୍ଗୀତ ‌”ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ କରାଯାଇ ଥିଲା l ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ଗୁଣସାଗର ପଧାନ, ଅଭୟ ମିଶ୍ର, ସିଆରସିସି ହେମନ୍ତ କୁମାର ନାଏକ, ସଞ୍ଜୟ କୁମାର ଦାସଙ୍କ ସମେତ ଅଭିଭାବକ ମାନେ ଯୋଗଦେଇ ଥିଲେ l ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ଚିତ୍ରାଙ୍କନ, ଝୋଟି ଅଙ୍କନ ପ୍ରତିଯୋଗିତା ହୋଇଥିଲା l ଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୭ତମ କିସ୍ତିର ରାୟଗଡ ଜିଲ୍ଲାର ୪୩୭୪୨ଜଣକୁ ୮କୋଟି ୭୪ଲକ୍ଷ ଟଙ୍କା ପ୍ରଦାନ 

masiha

ଆସିକା ଯୁବ ବିକାଶ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

masiha

ଅନୁଗୁଳ ଆମ୍ବେଦକର ଭବନ ଉଚ୍ଛେଦ ନୋଟିସର ପ୍ରତିବାଦ ,  କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲା ବହୁଜନ ମିଳିତ ମହାସଂଘ

Sunil Chandra Nayak

Leave a Comment

error: Content is protected !!