ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଠା ଜଳସେଚନ ନିଗମ ଅଧ୍ୟକ୍ଷଙ୍କ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଓ କାର୍ଯ୍ୟର ସମୀକ୍ଷା

ଉଠା ଜଳସେଚନ ନିଗମ ଅଧ୍ୟକ୍ଷଙ୍କ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଓ କାର୍ଯ୍ୟର ସମୀକ୍ଷା

ରାଉରକେଲା : ରାଜ୍ୟ ସରକାର କୃଷିର ଉନ୍ନତି ଓ କୃଷକଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟକରୁଥିବା ସ୍ଥଳେ ଓଡିଶା ଉଠା ଜଳ ସେଚନ ନିଗମ ଏହି ସଂକଳ୍ପକୁ ସଠିକ୍ ରୂପାୟନ ନିମନ୍ତେ ପ୍ରୟାସ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ଓ.ଏଲ୍.ଆଇ.ସି.ର ଅଧ୍ୟକ୍ଷ ଅମରେଶ ପତ୍ରୀ ରାଉରକେଲା ଡିଭିଜନ କାର୍ଯ୍ୟାଳୟ ଗସ୍ତ କରି ଏହାର ସମସ୍ତ ବିଭାଗ, ଉପ ବିଭାଗଗୁଡିକୁ ପରିଦର୍ଶନ କରିବା ସହ ଏକ ସମୀକ୍ଷା ବୈଠକରେ ଯୋଗଦେଇ ବିଭାଗୀୟ ଯନ୍ତ୍ରୀମାନଙ୍କ ସହ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

ପରେ ଅଧ୍ୟକ୍ଷ ଶ୍ରୀ ପତ୍ରୀ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ସହିତ ନୂଆଗାଁ ବ୍ଲକକୁ ଗସ୍ତରେ ଯାଇ କେତେକ ଗୋଷ୍ଠୀ ଉଠାଜଳ ସେଚନ ପ୍ରକଳ୍ପ ଓ ଗୋଷ୍ଠୀ ନଳକୂପ ପ୍ରକଳ୍ପ ପରିଦର୍ଶନ କରିବା ସହ ସଂପୃକ୍ତ ଅଂଚଳର କୃଷକମାନଙ୍କ ସହିତ ଆଲୋଚନା କରିବା ସହିତ ବାର୍ଲିଲେପଟା ୨୫ ଏକର ଓ ଡୋଲଙ୍ଗସରାର ୪୦ଏକର ପନିପରିବା ଚାଷ ଜମିକୁ ବୁଲି ଦେଖିଥିଲେ l

କୃଷକମାନେ ଉଠାଜଳସେଚନ ପ୍ରକଳ୍ପ ଦ୍ୱାରା କେବଳ ଧାନଚାଷ ନୁହେଁ, ବରଂ ରବି ଓ ଖରିଫ୍ ଋତୁରେ ବିଭିନ୍ନ ପନିପରିବା ଓ ଫୁଲଚାଷ କରି ଉପକୃତ ହେଉଥିବାରୁ ଏ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହାୟତା ଯୋଗୁଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଏହି ଅବସରରେ ଓ.ଏଲ୍.ଆଇ.ସି . ଅଧ୍ୟକ୍ଷ ପତ୍ରୀ ଜଣାଇଛନ୍ତି ଯେ ଉଠା ଜଳସେଚନ ସଂକ୍ରାନ୍ତୀୟ ଯେଉଁସବୁ ସମସ୍ୟା ରହିଛି, ସେସବୁକୁ ସମାଧାନ କରି ପ୍ରକଳ୍ପ କାର୍ଯ୍ୟଗୁଡିକୁ ସଂପୂର୍ଣ୍ଣ କରିବାକୁ ବିଭାଗ ଉଦ୍ୟମ ଅବ୍ୟାହତ ରଖିବ। ଏଥି ସହିତ କୃଷିର ଉନ୍ନତି ସହିତ କୃଷକଙ୍କ ଆୟକୁ ବହୁଗୁୁଣିତ ହେବାର ଯେଉଁ ଲକ୍ଷ୍ୟ ରଖିଛନ୍ତି, ସେଥିରେ ଉଠାଜଳସେଚନ ନିଗମର ସହଭାଗିତା ଜାରି ରହିବ ବୋଲି ପତ୍ରୀ ପ୍ରକାଶ କରିଛନ୍ତି। ସମୀକ୍ଷା ବୈଠକ ଓ ପ୍ରକଳ୍ପ ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେଓ.ଏଲ୍.ଆଇ.ସି. ମ୍ୟାଟେରିଆଲ୍ ପ୍ରୋକ୍ୟୁରମେଣ୍ଟ ଓ କ୍ୱାଲିଟି କଣ୍ଟ୍ରୋଲ ଅଧୀକ୍ଷଣ ଯନ୍ତ୍ରୀ ସୂର୍ଯ୍ୟ ନାରାୟଣ ତ୍ରିପାଠୀ , ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ନାୟକ , ସହକାରୀ ଯନ୍ତ୍ରୀ ତିରୁପତି ନନ୍ଦ, ସେଲିଷ୍ଟିନ ସୂରିନ, ତାରିଣୀ ଚନ୍ଦ୍ର ବେହେରା, କୁନାଲ ଟପନଂ, ସୁଶୀଲ ବାଖାଲା, କନିଷ୍ଠ ଯନ୍ତ୍ରୀ ସ୍ୱରୂପ ପରିଡା, ଶୁଭମ ପାଲଙ୍କ ସହ ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏମା ଏକ୍କା, ନୂଆଗାଁ ଗାଁ ବ୍ଲକ ଅଧ୍ୟକ୍ଷ ମଖୁଲ ଏକ୍କା, ସମିତି ସଭ୍ୟା ସୁନିତା ମିଞ୍ଜ,ସମିତି ସଭ୍ୟ ସୋମନାଥ ରାହା, କୁଆଁରମୁଣ୍ଡା ସରପଞ୍ଚ ରାଜେଶ ହାଁସଦା, ଦିଗାମ୍ବର ଦାଶ, ସୁରେଶ ଓରାମ, ସୋମେଶ ସିଂ, ଦୁଷ୍ମନ୍ତ ରାଉତରାୟ, ବିରଞ୍ଚି ସାମଲ, ଶୁଭ୍ରଜିତ ସାମଲ, ସ୍ମୁତି ରଂଜନ ତ୍ରିପାଠୀଙ୍କ ସହ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୋପବନ୍ଧୁ ପାଠାଗାରରେ ଗୁରୁ ଦିବସ ପାଳନ ସହ ଅଜିତ ଦାସ ସ୍ମୃତି ସମ୍ମାନ ପ୍ରଦାନ

masiha

ହାତୀ ପଲଙ୍କ ଉତ୍ପାତରେ ଘର ଭାଙ୍ଗି ଖାଇଗଲେ ଧାନ,ଚାଉଳ

Sunil Chandra Nayak

ପ୍ରଥମ ଥର ପଡିଲା କାଦ ବେଡା ଗ୍ରାମରେ କୌଣସି ଅଧିକାରୀ ଙ୍କ ପାଦ

masiha

Leave a Comment

error: Content is protected !!