ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ଓଡିଶା ନବୀନ ଓଡିଶା ସଚେତନତା ଶିବିର

ଆମ ଓଡିଶା ନବୀନ ଓଡିଶା ସଚେତନତା ଶିବିର 

ବନ୍ଧୁଗାଁ ତ,୨/୨/୨୪,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର କୁମ୍ଭାରି ପୁଟ ଓ ବନ୍ଧୁଗାଁ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମରେ ସତାଧିକ ଗ୍ରାମ ବାସୀଙ୍କ ଉପସ୍ଥିତ ଥିବାବେଳେ ପଞ୍ଚାୟତର ଅଙ୍ଗନ ବାଡ଼ି ସୁପର ବାଇଜର କନିଷ୍ଟ ଯନ୍ତ୍ରୀ, ସ୍ତାନୀୟ ପ୍ରସାସନିକ ତଥା ବିଭାଗିୟ ଅଧିକାରୀ ଉପସ୍ଥିତ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା I ଏହି ଅବସରରେ ସରକାରୀ ଯୋଜନା ସମ୍ଫର୍କରେ ପ୍ରଚାରପ୍ରସାର ପାଇଁ ଖୋଲାଯାଇଥିବା ୬ଟି ଷ୍ଟୋଲ ମଧ୍ୟରୁ ମାତ୍ର ୫ଟି ଷ୍ଟୋଲରେ ସରକାରୀ କର୍ମଚାରି ମାନେ ଉପସ୍ଥିତ ରହିଥିଲେ I ଅଙ୍ଗନବାଡ଼ି କର୍ମି ନିଜର ପୁଷ୍ଟିକର ଖାଦ୍ୟ ସାମଗ୍ରୀ ପ୍ରଦର୍ସିତ କରିବା ସହିତ ମିଶନ ଶକ୍ତିର ସିଆରପି ଓ ଆସାକର୍ମି ମାନେ ଉପସ୍ଥିତ ଥିଲେ I ସ୍ତାନୀୟ ବନ୍ଧୁଗାଁ ପଞ୍ଚାୟତର ସରପଞ୍ଚ ଶ୍ରୀମତି ଲଷ୍ମୀ କାଡ୍ରାକା, ଓ କୁମ୍ଭାରି ପୁଟ ପଞ୍ଚାୟତର ସରପଞ୍ଚ ଲୁଦ୍ରୋ ହାରେକା ପଞ୍ଚାୟତର ସଭାପତୀତ କରିଥିବା ବେଳେ ବନ୍ଧୁଗାଁ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା ବିଜୁ ବାବୁଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ଆଜିର ସଭା କାର୍ଯ୍ୟକୁ ଆଗକୁ ନେଇଥିଲେ I ଏଥିରେ ରହିଥିଲେ ବନ୍ଧୁଗାଁ ଗ୍ରାମର ଗ୍ରାମ ପଞ୍ଚାୟତର ନାୟବ ସରପଞ୍ଚ ସନିଆ ମାଣ୍ଡିଙ୍ଗ, ନିଲାବାଡ଼ି ପଞ୍ଚାୟତ ଶ୍ରୀ ଜାଗାନା ୱାଟାକା ସନ୍ନମାନୀୟ ଅତିଥି ଭାବରେ ଯୋଗଦେଇଥିଲେ I

ଏଥିସହ ବନ୍ଧୁଗାଁ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ଙ୍କ ସହ ବୁଦ୍ଧିଜୀବୀ ଗଣ ଉପସ୍ଥିତ ରହିଥିବା ବେଳେ ବନ୍ଧୁଗାଁ ପଞ୍ଚାୟତର ପୂର୍ବତନ ତଥା ୪ ଥର ସୋରପଞ୍ଚ ହୋଇଥିବା ବ୍ୟକ୍ତି ଶ୍ରୀ ଗେମ୍ଭାଲି ତିରୁପତି ରାଓ ଯୋଗଦେଇ ମୁଖ୍ୟମନ୍ତ୍ରୀ ଙ୍କ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରିଥିଲେ I ବନ୍ଧୁଗାଁ ବ୍ଲକର ବିଜେଡି ସଭାପତି ବାଲା ନାଗ ଉପସ୍ଥିତ ରହିବା ବେଳେ ବ୍ଲକ କଂଗ୍ରେସ ସଭାପତି ଓ କୋରାପୁଟ ଜିଲ୍ଲା ବିଜେପି ଦଳର ସାଧାରଣ ସମ୍ଫାଦକ ଓ ବନ୍ଧୁଗାଁ ବ୍ଲକର ଉପାଧ୍ୟକ୍ଷ ଅନୁପସ୍ଥିତ ରହିଥିଲେ I କାନାଗାଁ ପଞ୍ଚାୟତର ପିଓ ସାଇ ପଟ୍ଟ ନାୟକ, ଆଲମଣ୍ଡା ପଞ୍ଚାୟତର ପିଓ ପ୍ରବିଣ କୁମାର ସାହୁକାର ଓ ଜିପିଓ ଶ୍ରୀନିବାସ ପୋଟ୍ଟ ନାୟକ, ମିଶନ ଶକ୍ତି ବିଭାଗର ବିପିସି ବି. କେ. ପ୍ରଦୀପ କୁମାର, ମୂର୍ତ୍ତିକା ସଂରକ୍ଷଣ ବିଭାଗର ଶୁଭେନ୍ଦୁ ପାତ୍ର, ବନ୍ଧୁଗାଁ କ୍ଳଷ୍ଟରର ଶିଶୁ ବିକାଶର ସୁପର ବାଇଜର -ଓ ସନ୍ନମାନିତ ଭାବେ ଉପସ୍ଥିତ ହୋଇଥିବା ସମସ୍ତ ବୁଦ୍ଧିଯିବି ଓ ଦୁଇଟି ପଞ୍ଚାୟତର କାର୍ଯ୍ୟକ୍ରମ ଅଲଗା ଅଲଗା ସ୍ଥାନରେ କୋରାଯାଇଥିଲା ପଞ୍ଚାୟତର ନାୟବ ସରପଞ୍ଚ ଓ ପୂର୍ବତନ ସୋରପଞ୍ଚ ନାଗା କାଡ୍ରାକା , ପିଇଓ ରାମଚନ୍ଦ୍ର ମେଲେକା ,ପେଦାଅଲୋଡ଼ା ପିଓ ବାଡ଼ି ମହେଶ୍ୱର,ଶିଶୁ ଏ.ଏନ.ଏମ ସତ୍ୟଭାମା ରାଉତ, ଉପସ୍ଥିତ ଥିଲେ I ବନ୍ଧୁଗାଁ ପଞ୍ଚାୟତର ସମସ୍ତ ଆଦିବାସି ଓ ହରିଜନ ଓ ଆନ୍ୟାନ୍ୟ ଵର୍ଗର ମୁଖ୍ୟ ଭାବରେ ଗ୍ରାମର ବେଜୁଣୀ, ଦିଶାରି, ପେଜୁ, ଔଷଧ ପତ୍ର ଦେଉଥିବା ବ୍ୟକ୍ତି ଓ ଗ୍ରାମ ମାନଙ୍କରେ ରହିଥିବା କୁଳ କୁଟୁମ୍ବର ମୁଖ୍ୟବ୍ୟକ୍ତି ଓ ମହିଳାଙ୍କୁ ମଞ୍ଚ ଉପରକୁ ଡ଼କାଯାଇ ସନ୍ନମାନିତ କୋରାଯାଇଥିଲା I ଏଥିରେ ଉପସ୍ଥିତ ହୋଇଥିବା ଅତିଥି ମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଲାବାଡ଼ି, ଅଗ୍ନିଗଙ୍ଗାମା ମନ୍ଦିର ନିର୍ମାଣ ପାଇଁ ୨ କୋଟି,, ପଞ୍ଚାୟତକୁ ଲଷ୍ମୀ ବସ ସେବା, ସବୁ ଗାଁକୁ ପିଚୁ ରାସ୍ତା, ସରକାରୀ ଏସ.ଏସ.ଡ଼ି. ବାଳିକା ବିଦ୍ୟାଳୟକୁ ୫ଟି ମାଧ୍ୟମରେ ସ୍ମାର୍ଟ କ୍ଳାସ ତିଆରି, ଆଦର୍ସ ବିଦ୍ୟାଳୟ ନିର୍ମାଣ, ବାଲ୍ୟ ବିବାହ ବନ୍ଦ କରିବା, ନୂତନ ଭାବେ କିଶୋରୀ ବାଳିକା ମାନଙ୍କୁ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ପ୍ରଦାନ, ଗର୍ଭବତୀ ମହିଳାଙ୍କୁ ୫ ହଜାର ଟଙ୍କା ପ୍ରଦାନ, ପ୍ରସତୀ ପରେ ଲେବର କାର୍ଡ ଧାରୀ ମହିଳାଙ୍କୁ ୧୦ ହଜାର ନଗଦ ପ୍ରଦାନ କରିବା, ସ୍ୱାସ୍ତ୍ୟ କାର୍ଡ ପ୍ରଦାନ ଏସ.ଏଚ.ଜିକୁ ବିନା ସୁଧରେ ୫ ଲକ୍ଷ ଟଙ୍କା ଋଣ ସୋହାୟତା, ମୂର୍ତ୍ତିକା ସଂରକ୍ଷଣ ପାଇଁ ପୋଖରୀ ଖୋନନ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସାଇକେଲ ପ୍ରଦାନ ଓ ପିଡ଼ିଏସ କାର୍ଡଧାରୀଙ୍କୁ ଚାଉଳ ଯୋଗାଈଦେବା ସହିତ ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସୌନ୍ଦର୍ଯ୍ୟ କରଣ, କୁମ୍ଭାରୀପୁଟ ସରକାରୀ ଏସ.ଏସ.ଡି.ବିଦ୍ୟାଳୟକୁ ପାଚେରୀ ଓ ସୌନ୍ଦର୍ଯ୍ୟ କରଣ ସହିତ ନୂତନ ଶ୍ରେଣୀଗୃହ ଇତ୍ୟାଦି ସୁବିଧା ଯୋଗାଈ ଦିଆଯିବା ସହିତ ଜନହିତକର ଯୋଜନା କୋରାଯାଇଥିବା ନେଇ ଜଣାଇଥିଲେ I ଏହି ସଚେନତା କାର୍ଯ୍ୟ କ୍ରମରେ ପିଇଓ ଶ୍ରୀ ରାମଚନ୍ଦ୍ର ମେଲେକାଙ୍କ ତତ୍ୱାବଧାନରେ ହୋଇଥିବା ବେଳେ ବନ୍ଧୁଗାଁ ପଞ୍ଚାୟତର ପିଇଓ ଶ୍ରୀ ରାମଚନ୍ଦ୍ର ମେଲେକା ସଭାକୁ ପରିଚାଳନାର କରିଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

Guru Pankaj Utsav and Mahari Samman Inaugural Evening Dance Artist Adyasha Mishra captivated the audience through Odissi dance.

masiha

ଦହିଗାଁରେ ଷଣ୍ଢ,ମାଙ୍କଡ ଓ ଗାଈ ଗୋରୁଙ୍କ ପାଇଁ ଚାଷକାର୍ଯ୍ୟ ବାଧାପ୍ରାପ୍ତ 

masiha

ରାଇରଙ୍ଗପୁର ପିସିଏମ ଭବନ ପରିସରରେ ଭଂଜସେନାର ମିଶ୍ରଣ ପର୍ବ

Sunil Chandra Nayak

Leave a Comment

error: Content is protected !!