ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନ ଶୀଳତା ଉତ୍ସବ

ବ୍ଲକ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନ ଶୀଳତା ଉତ୍ସବ 

ଡାବୁଗାଁ, ୪/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟ|ଳୟ ପରିସରରେ ବ୍ଲକ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନ ଶୀଳତା ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଏଥିରେ ୪ର୍ଥ, ୫ ମ ଓ ୬ଷ୍ଠ ଶ୍ରେଣୀକୁ ନେଇ କନିଷ୍ଠ ବିଭାଗ ଓ ସପ୍ତମ, ଅଷ୍ଟମ ଶ୍ରେଣୀକୁ ନେଇ ବରିଷ୍ଠ ବିଭାଗର ଛାତ୍ରୀଛାତ୍ର ମାନଙ୍କୁ ନେଇ ଚିତ୍ରାଙ୍କନ, କୁଇଜ, ବିତର୍କ ଓ ସୃଜନାତ୍ମକ କଳାର ପ୍ରଦର୍ଶନ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | ୨ଟି ବିଭାଗରୁ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରୀଛାତ୍ର ମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ ଓ କବୟତ୍ରୀ କବି ମାନଙ୍କୁ ମାନପତ୍ର ଦେଇ ଅତିଥି ମାନଙ୍କ ଦ୍ଵାରା ସମ୍ମାନୀତ କରାଯାଇଥିଲା | କନିଷ୍ଠ ଓ ବରିଷ୍ଠ ବର୍ଗରୁ ୪ ଟି ବିଭାଗରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ୮ ଜଣ ଛାତ୍ରୀଛାତ୍ର ଜିଲା ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନ ଶୀଳତା ଉତ୍ସବ ରେ ଭାଗ ନେବେ | ଶେଷରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଭଗବାନ ମାଝି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଡିଓ ଶରତ ମାଝି, ମୁଖ୍ୟ ବକ୍ତା ଅଧ୍ୟାପକ ରମେଶ ଚନ୍ଦ୍ର ନାହକ,ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷକ ଅଜୟ ବଲ୍ଲଭ ପଣ୍ଡା ଓ ଲକ୍ଷ୍ମୀକାନ୍ତ ରଥ ପ୍ରମୁଖ ଯୋଗ ଦେଇଥିଲେ | ଏଥିରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁପ୍ତ ପ୍ରସାଦ ନାଗ, ଧନଞ୍ଜୟ ବଡଜେନା, ହେମନ୍ତ କୁମାର ପଣ୍ଡା, ପିଙ୍କି କୁମାରୀ ଗୁପ୍ତା, ଗୀତାଞ୍ଜଳି ବସ୍ତିଆ ସହଯୋଗ କରିଥିବା ବେଳେ ବ୍ଲକ ଅଧୀନ ବିଭିନ୍ନ ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ ଓ ଛାତ୍ରୀ ଛାତ୍ର ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳନ

Sunil Chandra Nayak

କଲମପୁର ଥାନାକୁ ପୁରିଲା ଦୁଇ ବର୍ଷ ,ବଦଳି ହେଲେଣି ଚାରି ଥାନାଧିକାରୀ, ଫାଣ୍ଡି ଅଧିକାରୀ ଉପରେ ଥାନା ଦାୟିତ୍ୱ,ପଞ୍ଚମ ଥାନାଧିକାରୀଙ୍କୁ ଅପେକ୍ଷା

masiha

ଡାବୁଗାଁ ବ୍ଲକ ର ସମସ୍ତ ପଞ୍ଚାୟତ ରେ ପେସା ଦିବସ ତଥା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!