ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୟୂରଭଞ୍ଜ ଜିଲ୍ଲାପାଳଙ୍କ ବାମନଘାଟୀ ଉପଖଣ୍ଡକୁ ତୁଫାନୀ ଗସ୍ତ

ମୟୂରଭଞ୍ଜ ଜିଲ୍ଲାପାଳଙ୍କ ବାମନଘାଟୀ ଉପଖଣ୍ଡକୁ ତୁଫାନୀ ଗସ୍ତ

 ମୟୂରଭଞ୍ଜ – ୩/୦୨ ( ମସିହା) ନବ ନିଯୁକ୍ତ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ଆଶିଷ ଠାକରେ ଵାମନଘାଟୀ ଉପଖଣ୍ଡକୁ ଦୁଇ ଦିନିଆ ତୁଫାନୀ ଗସ୍ତ କରିଛନ୍ତି ।ଆଜି ବାରିପଦାରୁ ବିଶୋଇ ବ୍ଳକ,ବିଜାତଳା ବ୍ଳକ, ରାଇରଙ୍ଗପୁର ବ୍ଳକ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଷ୍ଟ୍ରଙ୍ଗ ରୁମ,ଵହଳଦା ବ୍ଳକ,ଵହଳଦା ବ୍ଳକର ଅଁଳଯୋଡି ପଞ୍ଚାୟତର ଗୁଣ୍ଡୁରିଆ ଶହୀଦ ପୀଠ ଏବଂ ତିରିଂ ବ୍ଳକ ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ବାମନଘାଟୀ ଉପ ଜିଲ୍ଲାପାଳ ଶ୍ରୀ ସରୋଜ ଦାସ ଉପସ୍ଥିତ ଥିଲେ । ଆଗକୁ ସାଧାରଣ ନିର୍ବାଚନ ଏବଂ ବ୍ଳକର କାର୍ଯ୍ୟକ୍ରମ ଉପରେ ବିଡ଼ିଓ ମାନଙ୍କ ସହିତ ଆଲୋଚନା କରିଥିଲେ ।ଆଜି ରାଇରଙ୍ଗପୁର ରାଜସ୍ବ ବିଶ୍ରାମ ଗୃହରେ ରହିଛନ୍ତି । ଆସନ୍ତାକାଲି ଯାତ୍ରା ଏବଂ କୁସୁମୀ ବ୍ଳକ ପରିଦର୍ଶନ ଯିବାର କାର୍ଯ୍ୟକ୍ରମ ରହିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପ୍ରଶାନ୍ତ ସେଠୀଙ୍କ ବସ୍ତି ପରିଦର୍ଶନ

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଭାଷା ହିଁ ଭବିଷ୍ୟତ

masiha

ବି ଆର ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ଫୁଲବାଣୀ ଠାରେ ବହୁ ସମାରୋହରେ ପାଳିତ 

Sunil Chandra Nayak

Leave a Comment

error: Content is protected !!