ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ ଭଵ୍ୟ କଳସ ଯାତ୍ରା 

ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ ଭଵ୍ୟ କଳସ ଯାତ୍ରା 

କୋକସରା,// କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ମୋଟେର ଗ୍ରାମରେ ମଙ୍ଗଳବାର ଦିନ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା ମହା ଆଡମ୍ବରରେ ଭାବ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଭବ୍ୟ କଳସ ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ମାନେ ସାମିଲ ହୋଇ ନଗର ସଂକୀର୍ତ୍ତନ, ବଜରଙ୍ଗବଲି ଘଣ୍ଟୁଆ ଦଳର ଭବ୍ୟ ପଟୁଆରରେ ଯଜ୍ଞକର୍ତ୍ତା ସପତ୍ନୀକ ଦୁଷ୍ମନ୍ତ ପାଟ୍ଟଯୋଷୀ ଓ ଜ୍ୟୋତ୍ସ୍ନା ମଞ୍ଜରୀ ପାଟ୍ଟଯୋଷୀଙ୍କୁ ବରଣ କରି ଶତାଧିକ ମହିଳା କଳସ ଯାତ୍ରାରେ ସାମିଲ ହୋଇ ନଗର ପରିକ୍ରମା କରି ପୁଣ୍ୟ ପୁଷ୍କରିଣୀରୁ ମନ୍ତ୍ର ଉଚ୍ଚାରିତ ପବିତ୍ର ଜଳ ଧାରଣ କରି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ଯଜ୍ଞ ପୁଜକ ଭାବେ ଗୋପାଳ କୃଷ୍ଣ ଠାକୁର ସମସ୍ତ ପୂଜାବିଧି କରିଥିଲେ। ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ପୂଜା କମିଟିର ଇଶାନ ପାଟ୍ଟଯୋଷୀ, ସୌମ୍ୟ ସରାଫ, ସଞ୍ଚୟ ସରାଫ, ଦାଶରଥି ସରାଫ, ଜ୍ୟୋତି ସରାଫ, ରଞ୍ଜନ ସରାଫ, ସାରଥି ଶବର, ଧନେଶ୍ୱର ଶବର ଓ ମୋଟେର ଗ୍ରାମବାସୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନିୟୂଜ ସର୍ଭିସ୍ 

Related posts

କୁରାଳ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ

Sunil Chandra Nayak

ଅଶ୍ଵିନି କୁମାର କଳାହାଣ୍ଡି ବୈଦ୍ୟ ସଂଘର ୧୪ତମ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

masiha

ସୁନ୍ଦରଗଡ଼ ଠାରେ ନିରନ୍ତର ବିକାଶ ଲକ୍ଷ୍ୟ ସମ୍ବନ୍ଧୀୟ ତାଲିମ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!