ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ଜନ୍ମ ମହୋତ୍ସବ ପାଳିତ 

ଡାବୁଗାଁରେ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ଜନ୍ମ ମହୋତ୍ସବ ପାଳିତ 

 ଡାବୁଗାଁ, ୪/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସଦର ମହକୁମା ରାଜ୍ୟ ରାଜପଥ ପାର୍ଶ୍ଵରେ ଥିବା ସତସଙ୍ଗ ବିହାର ପରିସରରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ଜନ୍ମ ମହୋତ୍ସବ ମହା ସମାରୋହରେ ରବିବାର ପାଳିତ ହୋଇଯାଇଛି l ସତସଙ୍ଗ ପୂର୍ବରୁ ଦିବା ୯ ଘଣ୍ଟା ରୁ ଡାବୁଗାଁ ସହରରେ ଠାକୁରଙ୍କ ଫଟୋଚିତ୍ର ଥିବା ରଥରେ ସଜ୍ଜିତ କରି ନଗର ସଂକୀର୍ତ୍ତନ କରି ସହର ପରିକ୍ରମା କରାଯାଇଥିଲା l ଏହି ଅବସରରେ ଦିବା ଠିକ ୧୧ ଘଣ୍ଟା ୩୦ ମିନିଟ୍ ସମୟରେ ନବରଙ୍ଗପୁର ଜିଲାର ସହ ପ୍ରତି ଋତ୍ୱିକ ପ୍ରଦୀପ ଦାସ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ବକ୍ତା କୁଆଖିଆ ର ସହ ପ୍ରତି ଋତ୍ୱିକ କୃଷ୍ଣ ଚନ୍ଦ୍ର କର, ସହ ପ୍ରତି ଋତ୍ୱିକ କମଳା କାନ୍ତ ସାହୁ, ଯାଜକ ଗିରିଧାରୀ ସାହୁ, ଗୋପିନାଥ ବେହେରା, ବିବେକାନନ୍ଦ ବାରିକ, ପଙ୍କଜ କୁମାର ମହାନ୍ତି, ମଦନ ପାତ୍ର ଓ ନବରଙ୍ଗପୁର ଜିଲାରୁ ବହୁ ପବିତ୍ର ପାଞ୍ଜା ଧାରୀ କର୍ମୀ ପ୍ରମୂଖ ଉପସ୍ଥିତ ରହିଥିବା ବେଳେ ନବରଙ୍ଗପୁର ଜିଲାର କୋଣ ଅନୁକୋଣ ରୁ ଗୁରୁମା ଓ ଗୁରୁଭାଇ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ l ସତସଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇ ପ୍ରାତଃ ବିନତି, ପ୍ରାତଃ ଓ ସନ୍ଧ୍ୟା କାଳୀନ ବିନତି, ସଦ୍ ଗୁରୁ ବନ୍ଦନା, ଧ୍ୟାନ, ପବିତ୍ର ସତ୍ୟାନୁସରଣ ଗ୍ରନ୍ଥ ପାଠ ପରେ ଠାକୁର ଙ୍କ ଭଜନ କୀର୍ତ୍ତନ ର ଆସର ଜମି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା l ଇଷ୍ଟ ପ୍ରାଣ ଗୁରୁଭାଇ ଇଂ ଅଂଶୁ ପ୍ରକାଶ ରାଉତ ଙ୍କ ମନ ଛୁଆଁ ଭଜନ କୋରସ ସମସ୍ତଙ୍କୁ ମନମୁଗ୍ଧ କରି ଆପ୍ୟାୟିତ କରିଥିଲେ l ମୁଖ୍ୟ ବକ୍ତା ଙ୍କ ଓଜସ୍ଵିନୀ ଭାଷଣରେ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ ମନ୍ତ୍ର ମୁଗ୍ଧ ହୋଇ ଉଠିଥିଲେ l ବନ୍ଦେ ପୁରୁଷୋତ୍ତମ ଧ୍ୱନି ରେ ଗଗନ ପବନ ଧ୍ୱନୀତ ହୋଇ ଉଠିଥିଲା lସତସଙ୍ଗ କାର୍ଯ୍ୟକ୍ରମ ଦୁଇ ଘଣ୍ଟା ରେ ସମାପ୍ତ ହେବା ପରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ନିମନ୍ତେ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ପାଞ୍ଚ ଜଣ ଠାକୁର ଙ୍କ ଶତମନ୍ତ୍ରରେ ସତଦୀକ୍ଷା ଗ୍ରହଣ କରିଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଓଡିଶା ଜିଲ୍ଲା ରାଜସ୍ୱ ସେବା ପୁନର୍ଗଠନ ଦାବିରେ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନରେ କୋକସରା ରାଜସ୍ୱ କର୍ମଚାରୀ

masiha

ବ୍ଲକ ସ୍ତରୀୟ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

masiha

ଶୋଭାଯାତ୍ରା ଓ ପ୍ରତିଯୋଗିତା ମାଧ୍ୟମରେ ସହୀଦ ଦିବସ ପାଳନ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort