ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ଜନ୍ମ ମହୋତ୍ସବ ପାଳିତ 

ଡାବୁଗାଁରେ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ଜନ୍ମ ମହୋତ୍ସବ ପାଳିତ 

 ଡାବୁଗାଁ, ୪/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସଦର ମହକୁମା ରାଜ୍ୟ ରାଜପଥ ପାର୍ଶ୍ଵରେ ଥିବା ସତସଙ୍ଗ ବିହାର ପରିସରରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ଜନ୍ମ ମହୋତ୍ସବ ମହା ସମାରୋହରେ ରବିବାର ପାଳିତ ହୋଇଯାଇଛି l ସତସଙ୍ଗ ପୂର୍ବରୁ ଦିବା ୯ ଘଣ୍ଟା ରୁ ଡାବୁଗାଁ ସହରରେ ଠାକୁରଙ୍କ ଫଟୋଚିତ୍ର ଥିବା ରଥରେ ସଜ୍ଜିତ କରି ନଗର ସଂକୀର୍ତ୍ତନ କରି ସହର ପରିକ୍ରମା କରାଯାଇଥିଲା l ଏହି ଅବସରରେ ଦିବା ଠିକ ୧୧ ଘଣ୍ଟା ୩୦ ମିନିଟ୍ ସମୟରେ ନବରଙ୍ଗପୁର ଜିଲାର ସହ ପ୍ରତି ଋତ୍ୱିକ ପ୍ରଦୀପ ଦାସ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ବକ୍ତା କୁଆଖିଆ ର ସହ ପ୍ରତି ଋତ୍ୱିକ କୃଷ୍ଣ ଚନ୍ଦ୍ର କର, ସହ ପ୍ରତି ଋତ୍ୱିକ କମଳା କାନ୍ତ ସାହୁ, ଯାଜକ ଗିରିଧାରୀ ସାହୁ, ଗୋପିନାଥ ବେହେରା, ବିବେକାନନ୍ଦ ବାରିକ, ପଙ୍କଜ କୁମାର ମହାନ୍ତି, ମଦନ ପାତ୍ର ଓ ନବରଙ୍ଗପୁର ଜିଲାରୁ ବହୁ ପବିତ୍ର ପାଞ୍ଜା ଧାରୀ କର୍ମୀ ପ୍ରମୂଖ ଉପସ୍ଥିତ ରହିଥିବା ବେଳେ ନବରଙ୍ଗପୁର ଜିଲାର କୋଣ ଅନୁକୋଣ ରୁ ଗୁରୁମା ଓ ଗୁରୁଭାଇ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ l ସତସଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇ ପ୍ରାତଃ ବିନତି, ପ୍ରାତଃ ଓ ସନ୍ଧ୍ୟା କାଳୀନ ବିନତି, ସଦ୍ ଗୁରୁ ବନ୍ଦନା, ଧ୍ୟାନ, ପବିତ୍ର ସତ୍ୟାନୁସରଣ ଗ୍ରନ୍ଥ ପାଠ ପରେ ଠାକୁର ଙ୍କ ଭଜନ କୀର୍ତ୍ତନ ର ଆସର ଜମି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା l ଇଷ୍ଟ ପ୍ରାଣ ଗୁରୁଭାଇ ଇଂ ଅଂଶୁ ପ୍ରକାଶ ରାଉତ ଙ୍କ ମନ ଛୁଆଁ ଭଜନ କୋରସ ସମସ୍ତଙ୍କୁ ମନମୁଗ୍ଧ କରି ଆପ୍ୟାୟିତ କରିଥିଲେ l ମୁଖ୍ୟ ବକ୍ତା ଙ୍କ ଓଜସ୍ଵିନୀ ଭାଷଣରେ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ ମନ୍ତ୍ର ମୁଗ୍ଧ ହୋଇ ଉଠିଥିଲେ l ବନ୍ଦେ ପୁରୁଷୋତ୍ତମ ଧ୍ୱନି ରେ ଗଗନ ପବନ ଧ୍ୱନୀତ ହୋଇ ଉଠିଥିଲା lସତସଙ୍ଗ କାର୍ଯ୍ୟକ୍ରମ ଦୁଇ ଘଣ୍ଟା ରେ ସମାପ୍ତ ହେବା ପରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ନିମନ୍ତେ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ପାଞ୍ଚ ଜଣ ଠାକୁର ଙ୍କ ଶତମନ୍ତ୍ରରେ ସତଦୀକ୍ଷା ଗ୍ରହଣ କରିଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସଂକଳ୍ପ ସପ୍ତାହ ପାଳନ ନେଇ ପ୍ରସ୍ତୁତି ବୈଠକ 

masiha

ପ୍ରଶାନ୍ତ ସେଠୀ ଙ୍କ ଦକ୍ଷିଣ ରାଉରକେଲା ଗସ୍ତ

ରାଉରକେଲା ସ୍ମାର୍ଟ ସିଟିରେ ଗରିବଙ୍କ ମସିହା ସାଜିଛନ୍ତି “ଦୀପ ଭାଇ”, ଜନସେବାରେ ଜିତୁଛନ୍ତି ଲୋକଙ୍କ ହୃଦୟ

Leave a Comment

error: Content is protected !!