ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ପାରମ୍ପାରିକ ମାଘ ମଣ୍ଡେଇ ପାଳନ ନେଇ ପ୍ରସ୍ତୁତି ବୈଠକ 

ଡାବୁଗାଁ ପାରମ୍ପାରିକ ମାଘ ମଣ୍ଡେଇ ପାଳନ ନେଇ ପ୍ରସ୍ତୁତି ବୈଠକ 

ଡାବୁଗାଁ, ୪/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଭୈରବ ମନ୍ଦିର ପ୍ରାଙ୍ଗଣ ରେ ପାରମ୍ପାରିକ ମାଘ ମଣ୍ଡେଇ ପାଳନ ନେଇ ପ୍ରସ୍ତୁତି ବୈଠକ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ କିପରି ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ମଣ୍ଡେଇ ଉତ୍ସବ ପାଳନ କରାଯିବ ସେ ନେଇ ଆଲୋଚନା ହୋଇଥିଲା | ଆସନ୍ତା ଫେବୃୟାରୀ ୨୨ରେ ମାଘ ମଣ୍ଡେଇ ଡାବୁଗାଁ ରେ ଅନୁଷ୍ଠିତ ହେବ । ଏଥିରେ ନୂତନ କମିଟି ର ସଭାପତି ବିନୋଦ ସୌରା, ଉପ ସଭାପତି ସତ୍ୟ ରଞ୍ଜନ ପାତ୍ର, ସଂପାଦକ ରାମ କୁମାର ଗଣ୍ଡ, ସହ ସଂପାଦକ ସୁରେନ୍ଦ୍ର ରେଲି ଓ କୋଷାଧ୍ୟକ୍ଷ ଆର୍ ଶଙ୍କର ରାଓଙ୍କୁ ମନୋନୀତ କରଯାଇଥିଲା । ଏହି ବୈଠକରେ ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, କୈଳାସ ବିଶୋୟୀ, ଦେବରାଜ ପାତ୍ର, ଜୟନ୍ତ କୁମାର ପାତ୍ର, ବିଶ୍ଵ ରଞ୍ଜନ ପାତ୍ର, ମିହିର ଶଙ୍କର ପାତ୍ର, ରାମ କୁମାର ଗଣ୍ଡ, ଜଗନ୍ନାଥ ରେଲି, ରାଜୁ ରେଲି, ମନୁ ରେଲି, ଭୈରବ ରାଓ, ପୂର୍ଣ୍ଣ ପୂଜାରୀ, ପାପନା ରେଲି, ତାରିଣୀ ରେଲି, ଅରୁଣ ହରିଜନ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । ଏହି ବୈଠକରେ, ଉମୁରାହାଣ୍ଡି, ଡାବୁଗାଁ, ଡଙ୍ଗରିଗୁଡା, ଜୟନ୍ତୀ ନଗର ଏବଂ ବୋରିପଦର ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶିକ୍ଷା ଦେବା ନାମରେ ଆସି ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗ

masiha

କମଳା ବୈକୁଣ୍ଠ ଫାଉଣ୍ଡେସନ ଦ୍ବାରା ରୋଡ ଶେଫ୍ଟି ମିରର ପ୍ରତିଷ୍ଠା 

masiha

ଗଠନ ହେଲା ଖଇରା ଲିଗାଲ ଫୋରମ

Leave a Comment

error: Content is protected !!