ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ବ୍ଲକ ରେ ବିଶ୍ୱ ଓଡ଼ିଆ ଭାଷା ସମ୍ବିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା ବ୍ଲକ ରେ ବିଶ୍ୱ ଓଡ଼ିଆ ଭାଷା ସମ୍ବିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୪/୨ // ଓଡିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଭାଷା ଓ ସାହିତ୍ୟକୁ ବିଶ୍ୱ ସ୍ତରୀୟ ସ୍ଥାପିତ କରିବା ଓ ଓଡ଼ିଆ ଭାଷା ସାହିତ୍ୟକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଶ୍ୱ ଓଡ଼ିଆ ଭାଷା ସମ୍ବିଳନୀ ଦିବସ ଭାବେ ପାଲନ କରାଯାଉଛି। ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ଓଡ଼ିଆ ଅଧ୍ୟାପକ ଡିଗ୍ରୀ ମହାବିଦ୍ୟାଳୟ କୋକସରା ଅଶ୍ୱିନୀ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପୁଷ୍ପରାଜ ମେହେର, ତହସିଲଦାର ନବୀନ କିଶୋର ପାଢ଼ୀ, ସାହିତ୍ୟିକ ଲେଖକ ଅଧ୍ୟାପକ ମୋହନ ଚରଣ ବିଶି, ବିଇଓ ରଶ୍ମିତା ନେତମ ପ୍ରମୁଖ ଉପସ୍ଥିତ ରହି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ।ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିବା ପରେ ଭୁବନେଶ୍ୱରରୁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖା ଯାଇଥିଲା। ପରେ ଉପସ୍ଥିତ ସାହିତ୍ୟିକ, ଅଧ୍ୟାପକ ମାନେ ଓଡିଶାର ଭାଷା, ସଂସ୍କୃତି, ସାହିତ୍ୟ, କବି, ଲେଖକ, ସାହିତ୍ୟିକ, ଗାଳ୍ପିକକୁ ନେଇ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ଏହି କାର୍ଯ୍ୟକ୍ରମ ଓଡ଼ିଆ ଭାଷାରକୁ ଲୋକାଭିମୁଖୀ କରିବାରେ ସହାୟକ ହେବ ବୋଲି କହିଥିଲେ।ଏହି ଅବସରରେ ଭାଷା ଓ ସାହିତ୍ୟ କ୍ଷେତ୍ରରେ ପାରଦର୍ଶିତା ରଖିଥିବା କୋକସରା ବ୍ଲକରୁ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଜ୍ୟୋତି ବିହାରରେ ଓଡ଼ିଆ ବିଭାଗର ପ୍ରଫେସର ଥିବା ଡକ୍ଟର ଗୋପୀନାଥ ବାଗ, ପୂର୍ବାଞ୍ଚଳ ଭାଷାକେନ୍ଦ୍ର ଭୁବନେଶ୍ୱରର ସହକାରୀ ପ୍ରାଧ୍ୟାପକ ଓଡ଼ିଆ ବିଭାଗ ଡକ୍ଟର ସଞ୍ଜୟ କୁମାର ବାଗ, ନାଟକ ଲେଖକ ଚିନ୍ତାମଣି ପଟେଲ, ଯୁବ କବି ପଙ୍କଜ ମୁଖ ଚୌଧୁରୀ ଓ ଲୋକନାଥ ପଟ୍ଟନାୟକ ଓ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚ ସଂଯୋଜନା ଜବାହାର ଉଚ୍ଚ ପ୍ରାଥମିକ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ବିଡ଼ିଓ ସ୍ନେହାପ୍ରଭା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ବ୍ଲକ ବିଏସଏସଓ ଦୀପକ କୁମାର ବେହେରା ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୂଜ ସର୍ଭିସ୍ 

Related posts

୧୪ ତମ ଆଦିବାସୀ କାର୍ଯକ୍ରମ ପାଇଁ କନ୍ଧମାଳ ଦଳର ଇନ୍ଦୋର ଅଭିମୁଖେ ଯାତ୍ରା

Sunil Chandra Nayak

ଚତୁର୍ଥ ଜାତୀୟ ଇଏମଆରଏସ କ୍ରୀଡା ପ୍ରତିଯୋଗିତା ଉଦଯାପିତ , ତେଲେଙ୍ଗାନା ଚାମ୍ପିଅନ

Sunil Chandra Nayak

ଶିକ୍ଷକ ଙ୍କୁ ପଦୋନ୍ନତି ପ୍ରମାଣ ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!