ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ସୁଜାତା

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ସୁଜାତା

ବାଲେଶ୍ଵର,୦୫/୦୨/୨୪- ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ତା ୦୪/୦୨/୨୪ ରିଖ ରବିବାର ଗଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ପ୍ରସଙ୍ଗ ଥିଲା – ” ବିଶ୍ୱାସ କର ରଶ୍ମି….।” ଏଥିରେ (୧) ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ (୨) ସୁଜାତା ପଣ୍ଡା, ଆସିକା, ଗଞ୍ଜାମ (୩) ମନୋରମା ମହାନ୍ତି, ପାରାଦୀପ, ଜଗତସିଂହପୁର (୪) ବୀଣାପାଣି ଦେବୀ, ବାଣପୁର, ଖୋର୍ଦ୍ଧା (୫) ମମତା କୁମାରୀ ବେହେରା, କଟକ (୬) ନିକୁଞ୍ଜ କୁମାର ଘୋଷ, ମାଧବପୁର, ଜଳେଶ୍ବର, ବାଲେଶ୍ଵର (୭) ବିନୋଦିନୀ ନାୟକ, ଛତ୍ରପୁର, ଗଞ୍ଜାମ (୮) ମଞ୍ଜୁଳା ହୋତା, ଢେଙ୍କାନାଳ (୯) ତାନଶ୍ରୀ ପାଣିଗ୍ରାହୀ, ବାଲେଶ୍ଵର ପ୍ରମୁଖ ବିଭିନ୍ନ ସ୍ଥାନରୁ ଅଂଶ ଗ୍ରହଣ କରିଥିଲେ । ସମସ୍ତଙ୍କ ଲେଖା ଗୁଡିକୁ ସୁସାହିତ୍ଯିକ ଡଃ ନାରାୟଣ ଚନ୍ଦ୍ର ସେନାପତି ସମୀକ୍ଷା କରିଥିଲେ । ଯାହାର ଫଳାଫଳ ପ୍ରକାଶ ପାଇଛି । ତାଙ୍କ ସମୀକ୍ଷାରୁ ସୁଜାତା ପଣ୍ଡା ପ୍ରଥମ ସ୍ଥାନ, ନିକୁଞ୍ଜ କୁମାର ଘୋଷ ଦ୍ବିତୀୟ ସ୍ଥାନ ଓ ବିନୋଦିନୀ ନାୟକଙ୍କୁ ତୃତୀୟ ସ୍ଥାନ ମିଳିଛି । ମୋଟ ୯ଗୋଟି ଲେଖା ଆସିଥିଲା । ଏହି ୯ଟି ଲେଖା ମଧ୍ୟରୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ନିରୂପଣ କରାଯାଇଥିଲା । ଯେଉଁମାନଙ୍କର ଉଚ୍ଚକୋଟୀର ଥିଲା ସେମାନଙ୍କୁ ସ୍ଥାନ ମିଳିଛି । ଫଳାଫଳରେ କେହି ଭାଙ୍ଗି ନ ପଡି ଲେଖା ଜାରି ରଖନ୍ତୁ ନିଶ୍ଚୟ ଦିନେ ନା ଦିନେ ଆପଣଙ୍କ ଲେଖା ସ୍ଥାନ ପାଇବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ସମ୍ପାଦକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ପ୍ରକାଶ ଥାଉକି ଆସନ୍ତା ତା ୧୧/୦୨/୨୪ ରିଖ ରବିବାର ପାଇଁ ଶୀର୍ଷକ ରହିଛି ” ଚାରିଧାମ ” । ଉକ୍ତ ଦିନ ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ମଧ୍ୟରେ ପ୍ରବନ୍ଧ ଲେଖି ମୋ-୯୮୫୩୧୪୨୫୧୦ କୁ ପଠାଇ ପାରିବେ । ସମୟ ପୂର୍ବରୁ କିମ୍ବା ପରେ ନ ପଠାଇବା ପାଇଁ ସମସ୍ତଙ୍କୁ ଅନୁଷ୍ଠାନ ତରଫରୁ ବାରଣ ରହିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

5T କାର୍ଯ୍ୟ ନିମ୍ନ ମାନର ଶିକ୍ଷକ ସାଜିଛନ୍ତି ଠିକାଦାର 

Sunil Chandra Nayak

ପକ୍ଷୀ ଗଣନା 

masiha

ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପାପଡାହାଣ୍ଡି ବ୍ଲକର ଅତିରିକ୍ତ ଦାୟିତ୍ବ ଗ୍ରହଣ

Leave a Comment

error: Content is protected !!