ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

460 ଜଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ଲାଗି ଗଲେ

460 ଜଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ଲାଗି ଗଲେ

ପାପଡାହାଣ୍ଡି 6/2, ମନିସ – ମଙ୍ଗଳବାର ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପ୍ରଶାସନ ଦ୍ୱାରା 460 ଜଣ ଯାତ୍ରୀ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ଲାଗି ଯାଇଛନ୍ତି | ପ୍ରତି ପଞ୍ଚାୟତ ରୁ 20 ଜଣ ଲେଖାଏଁ ଭକ୍ତଙ୍କୁ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଦର୍ଶନ ପାଇଁ ପଠାଯାଇଛି | ବ୍ଲକ ପ୍ରଶାସନ 11 ଗୋଟି ବସ ଦ୍ୱାରା 23 ପଞ୍ଚାୟତ ରୁ 460 ଜଣ ଭକ୍ତଙ୍କୁ ପୁରୀ ପଠାଯାଇଛି | ପ୍ରତି ଗାଡ଼ିରେ ଗୋଟିଏ ନୋଡାଲ ଅଧିକାରୀ ଏବଂ ଅନ୍ୟ ଏକ ବୋଲେରରେ ତିନିଜଣ ନିରକ୍ଷକ ଯାଇଛନ୍ତି | ବ୍ଲକ ପ୍ରଶାସନ ଦ୍ୱାରା ପ୍ରତି ଯାତ୍ରୀ ଙ୍କ ସୁରକ୍ଷା ଏବଂ ଖାଦ୍ୟ ପେୟ ର ବ୍ୟବସ୍ଥା କରାଯାଇଛି | ଏହି ଅବସରରେ ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା ଏବଂ ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ, ନୂତନ ଭାବେ ଯୋଗ ଦେଇଥିବା ବିଡ଼ିଓ କପିଳଦେବ ସାହୁ ସବୁଜ ପତାକା ଦେଖାଇ ଭକ୍ତଙ୍କ ଯାତ୍ରା ସଫଳ କାମନା କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ମକିଆ ସରପଞ୍ଚ ଜଗତ ଜୀବନ ନାୟକ, ବ୍ଲକ ଅଧକ୍ଷା ପ୍ରତିନିଧି ପରେଶ ଜେନା , ପାପଡାହାଣ୍ଡି ସରପଞ୍ଚ ଚନ୍ଦ୍ର ଶେଖର ମାଝୀ , ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଅକ୍ଷୟ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍

Related posts

ଉମରକୋଟ ଠାରେ ମୁଖ୍ୟମନ୍ତ୍ରୀ ଜନ ଜାତି ଜୀବିକା ମିଶନ ଯୋଜନାରେ ଆଦିବାସୀ ଯୁବ ଉଦ୍ୟୋଗୀ ଙ୍କୁ ସହାୟତା ପ୍ରଦାନ 

masiha

ନବରଙ୍ଗପୁର ଜିଲ୍ଲାର ବାର୍ଷିକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଏବଂ ଅନୁଷ୍ଠାନର ମୁଖପତ୍ର ଷୋଡ଼ଶ ଶ୍ରୀତୁଳସୀ ପତ୍ରିକା ଉନ୍ମୋଚନ ଉତ୍ସବ -୨୦୨୪ 

masiha

ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ ଧର୍ମଗଡ ସ୍ୱଧାର ଗୃହ ଠାରେ କମ୍ବଳ ବଣ୍ଟନ

masiha

Leave a Comment

error: Content is protected !!