ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜମି ଅଧିଗ୍ରହଣ କ୍ଷତିପୂରଣ ଦାବି, ବିଜୁ ଏକ୍ସପ୍ରେସ ୱେ ଅବରୋଧ କଲେ ହିତାଧିକାରୀ

ଜମି ଅଧିଗ୍ରହଣ କ୍ଷତିପୂରଣ ଦାବି, ବିଜୁ ଏକ୍ସପ୍ରେସ ୱେ ଅବରୋଧ କଲେ ହିତାଧିକାରୀ

କୋକସରା,୭/୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣିରୁ ଧର୍ମଗଡ଼ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେ ର ଭୁର୍ଷାଗୁଡା ନିକଟରେ ଆଜି ସକାଳୁ ରାସ୍ତା ଅବରୋଧ କରାଯାଇଥିଲା । ବିଜୁ ଏକ୍ସପ୍ରେସ ପାଇଁ ଜମି ଅଧିଗ୍ରହଣ ପରେ ଦୀର୍ଘବର୍ଷ ପରେ ମଧ୍ୟ କ୍ଷତିପୂରଣ ରାଶି ନପାଇବାରୁ ବୁଧବାର ସକାଳ ୮ ଘଣ୍ଟାରୁ କ୍ଷତିଗ୍ରସ୍ତ ହିତାଧିକାରୀଙ୍କ ପରିବାର ଲୋକେ ପକ୍ଷରୁ ସୋନୁ ମାଝୀ, ପରିକ୍ଷୀତ ମାଝୀ, ଔରତ ମାଝୀ, ସାଧୁ ମାଝୀ, ବନମାଳୀ ମାଝୀ, ରିକ ମାଝୀ, ସୋମନାଥ ମାଝୀ, ପୁରୁଷୋତ୍ତମ ମାଝୀ ସମେତ ତାଙ୍କ ପରିବାରର ମହିଳା ପିଲାଛୁଆ ମାନେ ରାସ୍ତାରେ କାଠ ପକାଇ ବସିରହି ରାସ୍ତା ଅବରୋଧ କରି ରଖିଥିଲେ। ଫଳରେ ବିଜୁ ଏକ୍ସପ୍ରେସ ୱେ ଦେଇ ଗାଡିମୋଟର ଚଳାଚଳ ବ୍ୟାହତ ହୋଇଥିଲା ।ଖବର ପାଇ ଘଟଣାସ୍ଥଳରେ ଆମପାଣି ଥାନା ଅଧିକାରୀ ଗଙ୍ଗାଧର ମେହେର, କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ପହଞ୍ଚି ଅବରୋଧକାରୀଙ୍କ ସହ ଆଲୋଚନା କରି ଜମି ଅଧିଗ୍ରହଣ ସମ୍ପର୍କିତ ସମସ୍ତ କାଗଜପତ୍ର ନେଇ ତହସିଲ କାର୍ଯ୍ୟାଳୟକୁ ଆସିବାକୁ କହିଥିଲେ ।ତଦନ୍ତ ପରେ କ୍ଷତିପୂରଣ ଅର୍ଥ ଦେବାକୁ ପ୍ରତିଶ୍ରୁତି ଦେବାପରେ ହିତାଧିକାରୀ ମାନେ ରାସ୍ତା ଅବରୋଧ ପ୍ରତ୍ୟାହୃତ କରିଥିଲେ। ରାସ୍ତା ଅବରୋଧ ଫଳରେ ବିଜୁ ଏକ୍ସପ୍ରେସ ୱେ ରେ ଦୀର୍ଘ ୩ ଘଣ୍ଟା ଧରି ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ମସିହା ନିୟୂଜ ସର୍ଭିସ୍ 

Related posts

ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀକୁ ଦୁଇଜଣ ଶିକ୍ଷକ: କିପରି ଚାଲିବ ଶିକ୍ଷାଦାନ ?

masiha

ସ୍ୱରାଜ ପକ୍ଷରୁ ଚାଷୀଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଆଲମଣ୍ଡା ଠାରେ ଆଦର୍ଶ ବିଦ୍ୟାଳୟ ପାଇଁ ୩ ପଞ୍ଚାୟତ ବାସି ଏକତ୍ରିତ 

masiha

Leave a Comment

error: Content is protected !!