ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜମି ଅଧିଗ୍ରହଣ କ୍ଷତିପୂରଣ ଦାବି, ବିଜୁ ଏକ୍ସପ୍ରେସ ୱେ ଅବରୋଧ କଲେ ହିତାଧିକାରୀ

ଜମି ଅଧିଗ୍ରହଣ କ୍ଷତିପୂରଣ ଦାବି, ବିଜୁ ଏକ୍ସପ୍ରେସ ୱେ ଅବରୋଧ କଲେ ହିତାଧିକାରୀ

କୋକସରା,୭/୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣିରୁ ଧର୍ମଗଡ଼ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେ ର ଭୁର୍ଷାଗୁଡା ନିକଟରେ ଆଜି ସକାଳୁ ରାସ୍ତା ଅବରୋଧ କରାଯାଇଥିଲା । ବିଜୁ ଏକ୍ସପ୍ରେସ ପାଇଁ ଜମି ଅଧିଗ୍ରହଣ ପରେ ଦୀର୍ଘବର୍ଷ ପରେ ମଧ୍ୟ କ୍ଷତିପୂରଣ ରାଶି ନପାଇବାରୁ ବୁଧବାର ସକାଳ ୮ ଘଣ୍ଟାରୁ କ୍ଷତିଗ୍ରସ୍ତ ହିତାଧିକାରୀଙ୍କ ପରିବାର ଲୋକେ ପକ୍ଷରୁ ସୋନୁ ମାଝୀ, ପରିକ୍ଷୀତ ମାଝୀ, ଔରତ ମାଝୀ, ସାଧୁ ମାଝୀ, ବନମାଳୀ ମାଝୀ, ରିକ ମାଝୀ, ସୋମନାଥ ମାଝୀ, ପୁରୁଷୋତ୍ତମ ମାଝୀ ସମେତ ତାଙ୍କ ପରିବାରର ମହିଳା ପିଲାଛୁଆ ମାନେ ରାସ୍ତାରେ କାଠ ପକାଇ ବସିରହି ରାସ୍ତା ଅବରୋଧ କରି ରଖିଥିଲେ। ଫଳରେ ବିଜୁ ଏକ୍ସପ୍ରେସ ୱେ ଦେଇ ଗାଡିମୋଟର ଚଳାଚଳ ବ୍ୟାହତ ହୋଇଥିଲା ।ଖବର ପାଇ ଘଟଣାସ୍ଥଳରେ ଆମପାଣି ଥାନା ଅଧିକାରୀ ଗଙ୍ଗାଧର ମେହେର, କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ପହଞ୍ଚି ଅବରୋଧକାରୀଙ୍କ ସହ ଆଲୋଚନା କରି ଜମି ଅଧିଗ୍ରହଣ ସମ୍ପର୍କିତ ସମସ୍ତ କାଗଜପତ୍ର ନେଇ ତହସିଲ କାର୍ଯ୍ୟାଳୟକୁ ଆସିବାକୁ କହିଥିଲେ ।ତଦନ୍ତ ପରେ କ୍ଷତିପୂରଣ ଅର୍ଥ ଦେବାକୁ ପ୍ରତିଶ୍ରୁତି ଦେବାପରେ ହିତାଧିକାରୀ ମାନେ ରାସ୍ତା ଅବରୋଧ ପ୍ରତ୍ୟାହୃତ କରିଥିଲେ। ରାସ୍ତା ଅବରୋଧ ଫଳରେ ବିଜୁ ଏକ୍ସପ୍ରେସ ୱେ ରେ ଦୀର୍ଘ ୩ ଘଣ୍ଟା ଧରି ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ମସିହା ନିୟୂଜ ସର୍ଭିସ୍ 

Related posts

ସଫଳ (ଗୁଟକା) ଡିଲର ଓ ସରକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରୀକା ରେ ଚାଲିଛି କାରବାର 

masiha

ବେପରୁଆ କାର୍ଯ୍ୟ :ନାଳକୂପକୁ ମେଟାଲ ଚିପସ ରେ ପୋତି ଦେଇଛନ୍ତି : କାଉଡ଼ିଆ ପାଣି ପାଇଁ ବେହାଲ 

Sunil Chandra Nayak

କୌଶିକ ବାବା ଡିଗ୍ରୀ କଲେଜରେ ବିଶ୍ୱ ଏଡ଼ସ ଦିବସ ପାଳିତ

masiha

Leave a Comment

error: Content is protected !!