ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ମାନୀତ ହେଲେ ଯୁବ ସାମ୍ବାଦିକ ଵ୍ୟମୋ କେଶ ପୁରୋହିତ

ସମ୍ମାନୀତ ହେଲେ ଯୁବ ସାମ୍ବାଦିକ ଵ୍ୟମୋ କେଶ ପୁରୋହିତ

ଜୁନାଗଡ଼ ୧୧/୨(ମନିସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼, ବ୍ଳକ ଅନ୍ତର୍ଗତ ରାଜପୁର ଠାରେ ଆୟୋଜିତ ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ସମ୍ମାନୀତ ହେଲେ ଯୁବ ସାମ୍ବାଦିକ ବ୍ୟମୋ କେଶ ପୁରୋହିତ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇଥିଲେ ସମ୍ମାନୀୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ କୁମାର ବେହେରା, ବିସିଶି ସଭାପତି ଗିରିଶ ଚନ୍ଦ୍ର ବେହେରା, ମାନଙ୍କ ଗହଣରେ ରାଜପୁର ସରପଞ୍ଚ ଗାଜିନ୍ଦ୍ର ମାଝୀ . କନିଷ୍କ ଯନ୍ତ୍ରୀ, ପଞ୍ଚାୟତ ପିଇଓ ଦ୍ୱାରା ଶ୍ରୀ ପୁରୋହିତ ସମ୍ମାନୀତ ହୋଇଥିଲେ, ।ପୁରୋହିତ ଏହି ଜିଲ୍ଲା ଅଞ୍ଚଳରେ ସାମ୍ବାଦିକ କ୍ଷେତ୍ରରେ ଯୁବ ମାନଙ୍କ ମଧ୍ୟରେ ଅନ୍ୟତମ,ସେ କମ ଦିନ ମଧ୍ୟରେ ସାମ୍ବାଦିକତା ଆରମ୍ଭ କରିଥିବାବେଳେ ବିଭିନ୍ନ ଦୈନକ ଓ ଇଲୋକ୍ଟ୍ରୋନିକ୍ସ ମିଡିଆରେ କାମ କରି ଅନେକ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରି ପାରିଛନ୍ତି, ଏବେ ଏହି ଅଞ୍ଚଳକୁ ଆସୁଥିବା ପ୍ରାୟ ଖବରକାଗଜରେ ତାଙ୍କ ଦ୍ଵାରା ଲିଖିତ ଖବର ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ପ୍ରକାଶିତ ହୋଇ ଆସୁଛି,ସେ ଏହି ଗଣ ପ୍ରତିନିଧି କାର୍ଯ୍ୟରେ ସଂଶ୍ଲିଷ୍ଟ ରହି ସମାଜ ସେବା କରି ଜିଲ୍ଲା ରେ ଅନେକ ପ୍ରତିନିଧି ସୃଷ୍ଟି କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି। ସେ ଏହି ସମ୍ମାନ ହାସଲ କରିଥିବାରୁ ନିଜ ସହକର୍ମୀ ତଥା ପ୍ରିୟଜନଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଵିଜାତଳା ବ୍ଳକ ; ଯୁଡିଆ ଗ୍ରାମରେ ହାତୀ ଆକ୍ରମଣରେ ଯୁବକ ଗୁରୁତର 

masiha

କଲ୍ୟାଣସିଂହପୁର ଠାରେ ରଜ ମହୋତ୍ସବ 2024 ପାଳିତ

masiha

ଆମପାଣି ଠାରେ ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜର ସାଙ୍ଗଠନିକ ସମାବେଶ ଅନୁଷ୍ଠିତ

Leave a Comment

error: Content is protected !!