ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାର୍ଚ୍ଚ 1ରୁ 13ତମ ବାର୍ଷିକ ରୂପସା ମହୋତ୍ସବ

ମାର୍ଚ୍ଚ 1ରୁ 13ତମ ବାର୍ଷିକ ରୂପସା ମହୋତ୍ସବ

ବସ୍ତା,11/2 ରୂପସା ଥାନା ଅନ୍ତର୍ଗତ ପୋଡାଡିହା ଷ୍ଟାର କ୍ଲବ ଆନୁକୂଲ୍ୟରେ ଆସନ୍ତା ମାର୍ଚ୍ଚ 1 ତାରିଖରୁ 6 ତାରିଖ ପର୍ଯ୍ୟନ୍ତ 13ତମ ବାର୍ଷିକ ରୂପସା ମହୋତ୍ସବ ଅନୁଷ୍ଠିତ ହେବ l ମହୋତ୍ସବର ପରିଚାଳନା ଓ ସୁବ୍ୟବସ୍ଥା ପାଇଁ ରୂପସା ଶ୍ରୀଜଗନ୍ନାଥ କଲ୍ୟାଣ ମଣ୍ଡପ ପରିସରରେ ରବିବାର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ମହୋତ୍ସବ କମିଟିର ଉପଦେଷ୍ଟା ସୁଧାକର ଗିରି ଏହି ବୈଠକରେ ସଭାପତିତ୍ୱ କରିଥିଲେ l ମହୋତ୍ସବ କମିଟି ସଭାପତି ଅଧ୍ୟାପକ ରବୀନ୍ଦ୍ର କୁମାର ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ଷ୍ଟାର କ୍ଲବ ସଭାପତି ବିଜୟ କୁମାର ବିଜୟ କୁମାର ବେହେରା, ସମ୍ପାଦକ ଚନ୍ଦନ କୁମାର ଜେନା, କୋଷାଧ୍ୟକ୍ଷ ଦୀପକ ସାମଲ, ଉପଦେଷ୍ଟା ଜଗଦୀଶ ପଟ୍ଟନାୟକ,ବାଞ୍ଛାନିଧି ଦେ,ବିନୟ କୁମାର ବେହେରା, ନିରଞ୍ଜନ ବାରିକ, ଡାକ୍ତର ମହାପାତ୍ର, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ଉତ୍ସବର ରୂପରେଖ ପ୍ରସ୍ତୁତ କରି ଶାନ୍ତି ଶୃଙ୍ଖଳା, ପରିବେଶ ପ୍ରଦୂଷଣ ରୋକିବା, ସାଂସ୍କୃତିକ କାର୍ଯ୍ୟକ୍ରମ, ସଭା କାର୍ଯ୍ୟ ପରିଚାଳନା, ଆଇନ ଶୃଙ୍ଖଳା ରକ୍ଷା ଆଦି ଦିଗରେ ଆଲୋକପାତ କରିଥିଲେ l ବିଭିନ୍ନ ଦୋକାନ, ଷ୍ଟଲ, ମୀନାବଜାର, ଚକ୍ରୀ ଦୋଳି ସହ ଭଜନ, ମେଲୋଡି, ସମ୍ବଲପୁରୀ ଓ ଓଡିଶୀ ନୃତ୍ୟ, ଷ୍ଟାର ମାନଙ୍କର ଅଭିନୟ ଓ ସଂଳାପ, ରଙ୍ଗୀନ ଆଲୋକମାଳା, ଉଚ୍ଚ ତୋରଣ ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି l ଏହି ବୈଠକରେ କର୍ମକର୍ତ୍ତା ଜୀତେନ୍ଦ୍ର ପରିଡା, ମିଟୁ ପରିଡା,ହିମାଂଶୁ ଜେନା, ଲିପନ ଜେନା, କଟି ଚନ୍ଦନ ଜେନାଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ସାହିତ୍ୟ ପରିଷଦର ମାସିକ ସାରସ୍ଵତ ସମାବେଶ ଅନୁଷ୍ଠିତ

masiha

ସଞ୍ଚାର ବାୟକ ସଦନ ପ୍ରଗଣିଆଙ୍କୁ ‘କଳାହାଣ୍ଡି ବରପୁତ୍ର ସମ୍ମାନ ୨୦୨୩’ ରେ ସମ୍ମାନିତ କରିବାକୁ ବିଭିନ୍ନ ଅନୁଷ୍ଠାନ ତରଫରୁ ଅନୁରୋଧ

Sunil Chandra Nayak

ରାଇରଙ୍ଗପୁରରେ ଗଜାନନ ବେଶରେ ଦର୍ଶନ ଦେଲେ ସାଆନ୍ତେ 

masiha

Leave a Comment

error: Content is protected !!