ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘର କଳାହାଣ୍ଡି/ଟିଟିଲାଗଡ଼ ସବଡଭିଜନର ଦ୍ଵିତୀୟ ବାର୍ଷିକ କାର୍ଯ୍ୟକାରୀଣି ବୈଠକ

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘର
କଳାହାଣ୍ଡି/ଟିଟିଲାଗଡ଼ ସବଡଭିଜନର ଦ୍ଵିତୀୟ ବାର୍ଷିକ କାର୍ଯ୍ୟକାରୀଣି ବୈଠକ

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘର ଦ୍ଵିତୀୟ ବାର୍ଷିକ କାର୍ଯ୍ୟକାରୀଣି ବୈଠକ ଭବାନୀପାଟଣା ଠାରେ ନିର୍ମାଣଧିନ ଜିଲ୍ଲା ସାମାଜିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ମହାସଂଘର ସଭାପତି ଥବିର ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ଉକ୍ତ ବୈଠକରେ ସାଧାରଣ ସମ୍ପାଦକ ଗୋପାଳ ଚନ୍ଦ୍ର ସାହୁ, ଉପସଭାପତି ଅନିରୁଦ୍ଧ ସାହୁ, ରାଜେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଶେଷଦେବ ସାହୁ, ସହସମ୍ପାଦକ ନିଳମଣି ସାହୁ ତଥା ବିଭିନ୍ନ ବ୍ଲକ କମିଟିର ପଦାଧିକାରୀ ଓ କଳାହାଣ୍ଡି/ଟିଟିଲାଗଡ଼ ସବଡଭିଜନ ରୁ ଅଞ୍ଚଳ କମିଟିର ସଦସ୍ୟ ମାନେ ଯୋଗ ଦେଇ ସମାଜ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।ମାନ୍ୟବର ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିୟାନ ଙ୍କ ଅନୁଦାନ ଅର୍ଥ ରେ ନିର୍ମିତ ହେଉଥିବା ସମାଜ ଭବନର ନିର୍ମାଣ କାର୍ଯ୍ଯ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ମତ ପ୍ରକାଶ ପାଇଥିଲା ଓ ଭବନ ନିର୍ମାଣ ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରିଥିବାରୁ ମାନ୍ୟବର ୫ଟି ଅଧ୍ୟକ୍ଷ ଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା। ଏହା ବ୍ୟତୀତ ସମାଜ ଭବନ ନିର୍ମାଣ ପାଇଁ ମାନ୍ୟବର ସାଂସଦ (ରାଜ୍ୟସଭା) ସୁଜିତ କୁମାର,ମାନ୍ୟବର କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା,ମାନ୍ୟବର ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ଆର୍ଥିକ ଅନୁଦାନ ଦେଇଥିବାରୁ ସେମାନଙ୍କୁ ମଧ୍ୟ ସମାଜ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘକୁ ଆହୁରି ସୁଦୃଢ଼ କରିବା ପାଇଁ ସମାଜର ଜନଗଣନା, ସଭ୍ୟ ଦେୟ ପ୍ରକ୍ରିୟାକୁ ତ୍ଵରାନିତ କରିବା ପାଇଁ ଜିଲ୍ଲା ସଭାପତି ଆହ୍ଵାନ ଦେଇଥିଲେ।

ଜନଗଣନା ଓ ସଭ୍ୟ ଦେୟ କୁ ତ୍ଵରାନିତ କରିବା ପାଇଁ ଜିଲ୍ଲା କମିଟି ର ଶେଷଦେବ ସାହୁ ଙ୍କୁ ଭବାନୀପାଟଣା ଟାଉନ ଓ କର୍ଲମୁଣ୍ଡା ବ୍ଲକ, ଅନିରୁଦ୍ଧ ସାହୁ ଙ୍କୁ କେସିଙ୍ଗା, ନର୍ଲା ଓ ମଦନ ପୁର ରାମ ପୁର ବ୍ଲକ, ରାଜେନ୍ଦ୍ର ସାହୁଙ୍କୁ ଧର୍ମଗଡ ଓ ଜୁନାଗଡ, କୋକସରା,ଗୋଲାମୁଣ୍ଡା ବ୍ଲକ, ନିଳମଣି ସାହୁଙ୍କୁ ଜୟପାଟଣା, କଲମପୁର ବ୍ଲକ ଏବଂ ତୁଳସୀ ରାମ ସାହୁଙ୍କୁ ଟିଟଲାଗଡ ଓ ବଙ୍ଗୋମୁଣ୍ଡା ବ୍ଲକର କୋର୍ଡିନେଟର ଭାବେ ଦାୟିତ୍ଵ ପ୍ରଦାନ କରାଗଲା। ସଧାରଣ ସମ୍ପାଦକ ଗୋପାଳ ସାହୁ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ରାଜେନ୍ଦ୍ର ସାହୁ ସମାଜ ଭବନର ନିର୍ମାଣର ଖର୍ଚ୍ଚ ର ତଥ୍ୟ ଉପସ୍ଥାପନ କରିଥଲେ।

ସହ ସଂପାଦକ ନିଳମଣି ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ  ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳା ସାରା ଭାରତର ମହିଳା ମାନଙ୍କ ପାଇଁ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ପ୍ରଦାନ କରିବ

masiha

ବରିଷ୍ଠ ନାଗରିକ ସଂଘ ର ନୂତନ ଗୃହ ପ୍ରବେଶ ଉତ୍ସବ

Sunil Chandra Nayak

ଏନଏମଏମଏସ ପରୀକ୍ଷାରେ ଚଳନା ସ୍କୁଲ ର ୨ ଛାତ୍ରୀଙ୍କ ସଫଳତା 

Leave a Comment

error: Content is protected !!