ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନିର୍ବାଚନ ମଣ୍ଡଳୀସ୍ତରୀୟ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ନିର୍ବାଚନ ମଣ୍ଡଳୀସ୍ତରୀୟ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ବସ୍ତା,13/02 : ମଙ୍ଗଳବାର ଜଳେଶ୍ୱର ସହରର ଭଞ୍ଜଶ୍ରୀ ଭବନରେ ବିଜେପି ଜଳେଶ୍ୱର ନିର୍ବାଚନ ମଣ୍ଡଳୀସ୍ତରୀୟ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଯେଉଁଥିଲେ ୨୦୨୪ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ୪୯ଗୋଟି ପଞ୍ଚାୟତର ପ୍ରମୁଖ ଓ ୧୭ଗୋଟି ୱାର୍ଡର ସଭାପତିମାନେ ଉକ୍ତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଉପସ୍ଥିତ ଥିଲେ l ଯୁବନେତା ସିଦ୍ଧାର୍ଥ ଶଙ୍କର ପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ଜିଲ୍ଲା ଉପସଭାପତି ପ୍ରବୀର ପ୍ରଧାନ,ରାଜ୍ୟ କୃଷକ ନେତା ସମୀର ପାତ୍ର,ବ୍ଲକ ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ,ନଗର ସଭାପତି ତଥା ପୌର ସାଂସଦଙ୍କ ପ୍ରତିନିଧି ଫାଲ୍ଗୁନୀ ପାଣିଗ୍ରାହୀ,ନାରୀନେତ୍ରୀ ସୁମତି ରାଣୀ ଦେ, ମଣ୍ଡଳ ସଭାପତି ତରୁଣ ପଟ୍ଟନାୟକ, ବିଶ୍ଵରୂପ ଦାସ, ତପନ ବିଶ୍ୱାଳ,ବିଜୟ ସାମଲ ଓ ଭୂପେନ ସାହୁ, କାଉନସିଲର ଚନ୍ଦନ ଦାସ ଓ ସଦସ୍ୟ ମୁକୁନ୍ଦ ଜେନା ପ୍ରମୁଖ ମଞ୍ଚାସିନ ହୋଇ ଆଗାମୀ ନିର୍ବାଚନରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉଦ୍ୟମରେ ସରକାର ଆସିବ ଆଉ ଆପଣମାନେ ତାର ସାରଥୀ ହେବେ ବୋଲି ବକ୍ତବ୍ୟ ରଖିଥିଲେ l ଅନ୍ୟମାନଙ୍କ ମଧ୍ୟରେ ମୁକ୍ତାରାଣୀ ପାଳ, ମାଳତୀଲତା ଦତ୍ତ, ସୁମତି ରଣା, ଗୀତାଞ୍ଜଳି ବେହେରା, ମଞ୍ଜୁଳିକା ଘୋଷ,ସୂଚୀପ୍ରଭା ବେଜ, ସାରେଶ୍ବରୀ ମାରାଣ୍ଡି, ମାଳତୀ ସୋରେନ, ଚନ୍ଦନା ଦାସ, ସଂଜୀବ ପ୍ରଧାନ , ଅଞ୍ଜନ ଦାସ, ବିପ୍ଳବ ପ୍ରଧାନ, ମୁନା ମାଝୀ, ସାଗର ଦାସ, ସତ୍ୟବ୍ରତ ପଣ୍ଡା,କମଲ ଲୋଚନ ପାଳ,ଅନୁପ ପ୍ରଧାନ, ତ୍ରିଦୀପ ପ୍ରଧାନ, ଅଭୟ ଦାସଙ୍କ ସମେତ ଉପସ୍ଥିତ ଥିଲେ l ଗତ ସପ୍ତାହରେ ଜିଲ୍ଲାକାର୍ଯ୍ୟାଳୟ ଦଳରେ ସାମିଲ ହୋଇଥିବା ଜଳେଶ୍ୱର ସହରର ବିଶିଷ୍ଟ ବ୍ୟବସାୟୀ ଅମଲ ମଣ୍ଡଳଙ୍କୁ ବିଜେପି ଜଳେଶ୍ୱର ପରିବାର ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ସର୍ବଶେଷରେ ଆଇନଜୀବି ସୁକୁମାର ରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୧୩୩ ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ *ମୋଦିଜୀଙ୍କ “ମନ କି ବାତ” କାର୍ଯ୍ୟକ୍ରମ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ: ସୁରେଶ ପୂଜାରୀ*

Sunil Chandra Nayak

ରାଉରକେଲା ର ବିଭିନ୍ନ ସ୍ଥାନରେ କଂଗ୍ରେସ ର ସଂକୀର୍ତ୍ତିନ ସତ୍ୟାଗ୍ରହ 

masiha

ଧର୍ମଗଡ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର ଆରମ୍ଭ

masiha

Leave a Comment

error: Content is protected !!