ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଇରଙ୍ଗପୁରରେ ଏସଡିଏସ କପ୍ ଫୁଟବଲ ମହାକୁମ୍ଭ ଉଦଘାଟିତ

ରାଇରଙ୍ଗପୁରରେ ଏସଡିଏସ କପ୍ ଫୁଟବଲ ମହାକୁମ୍ଭ ଉଦଘାଟିତ

 ମୟୂରଭଞ୍ଜ- ୧୩/୨ ( ମସିହା) ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ମୟୂରଭଞ୍ଜ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଆନୁକୁଲ୍ୟରେ ଜିଲ୍ଲାର ସବୁଠାରୁ ଲୋକପ୍ରିୟ ଫୁଟବଲ ଖେଳ ଏସଡିସି କପ୍ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟିତ ହୋଇଯାଇଛି । ଏଥିରେ ମୟୂରଭଞ୍ଜ ଜିଲ୍ଲାର ୨୬ ଟି ବ୍ଳକ ର ଶ୍ରେଷ୍ଠ ଦଳର ଯୁବ ଫୁଟବଲ ତାରକାମାନେଏହି ପଡ଼ିଆରେ ୧୩,୧୪ ଏବଂ ୧୫ ତିନି ଦିନ ଧରି କ୍ରୀଡା ନୈପୁଣ୍ୟ ଦେଖାଇବେ ।ଆଜିର ଶୁଭ ଉଦ୍ଘାଟନରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ପୌରାଧ୍ଯକ୍ଷ ତଥା ବିଶିଷ୍ଟ କ୍ରୀଡ଼ା ସଂଗଠକ ଅଭିଷେକ ପଟ୍ଟନାୟକ,ପୌର ଉପାଧ୍ୟକ୍ଷଙ୍କ ମମିତା ଚୌଧୁରୀ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ରାଇରଙ୍ଗପୁର ପିଏ ଆଇଟଇଡଇଏ ଶ୍ରୀ ପରିକ୍ଷିତ ଦାସ, ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ,ଯାମଦା ବ୍ଳକ ଅଧ୍ୟକ୍ଷ ଡୁମୁକା ହେମ୍ବ୍ରମ,ନାରୀ ନେତ୍ରୀ ତନୁଜା ମହାନ୍ତ, ବିଶିଷ୍ଟ ପ୍ରାକ୍ତନ ଫୁଟବଲ ତାରକା ଧର୍ମପଦ ମହାନ୍ତ,ଏଡିସି ସଦସ୍ୟ, କର୍ମଚାରୀ ପ୍ରମୁଖ ରହି ପିତା କାଟି ଏସଡିସି ର ଖେଳ ଶୁଭାରମ୍ଭ କରିଥିଲେ । ଜିଲ୍ଲାରେ ଯୁବପିଢି ମଧ୍ୟରେ ଫୁଟବଲ ଖେଳକୁ ଆକର୍ଷଣ, ଲୋକପ୍ରିୟ କରାଇବା ସହ ଯୁବ ତାରକା ମାନେ ରାଜ୍ୟ,ଦେଶ ପାଇଁ ନିଜର କ୍ଷେତ୍ର ପ୍ରବେଶ କରିବା ପାଇଁ ଚେଷ୍ଟା କରିବେ ।ତଦସହ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ନିଯୁକ୍ତି ପାଇଁ ପାରିବେ ।ଖେଳ ମଧ୍ୟ ଜୀବିକା ଦେଇପାରେ ବୋଲି ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି କହିବା ସହ ଫୁଟବଲ ପ୍ରେମୀ, କ୍ରୀଡ଼ାପ୍ରେମୀ,ବାମନଘାଟୀ ଉପଖଣ୍ଡ ସମେତ ଆଖପାଖ ଅଂଚଳରୁ ବହୁ ସଂଖ୍ୟକ ଦର୍ଶକ ପଡିଆକୁ ଆସି ଖେଳ ଉପଭୋଗ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ନିବେଦନ କରିଛନ୍ତି ।ଆଜି ପ୍ରଥମ ଦିନରେ ୨୦ ଟି ଦଳ ଅଂଶଗ୍ରହଣ କରି ୧୦ ଟି ମୃତ ଖେଳିଥିଲେ ।ଖେଳ ଦେଖିବାକୁ ବହୁତ ସଂଖ୍ୟାରେ ଦର୍ଶକ ଭରପୁର ରହିଥିଲେ । ରାଇରଙ୍ଗପୁର ସହର ସାରା ଫୁଟବଲ ମୟ ହେବା ସହ ଫୁଟବଲ ବାସନା ଓ ଚର୍ଚ୍ଚା ଚାରିଆଡେ ଚାଲିଛି ।୧୫ ତାରିଖ ଦିନ ଫାଇନାଲ ଖେଳ ହେବାସହ ଆକର୍ଷଣୀୟ ମ୍ୟାଜିକ ପାର୍ଟି ସେମାନଙ୍କ ଯାଦୁ ଦେଖାଇଵେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

Maharashtra declared as winner while Delhi bagged the runner-up position

masiha

ଧନସରା କ୍ରିକେଟ ଟୁର୍ଣ୍ଣାମେଣ୍ଟ, କପୁରମାଲ ଦଲ ଚାମ୍ପିୟାନ

masiha

ରାଇରଙ୍ଗପୁରରେ କେଟି ଗ୍ଲୋବାଲ ସ୍କୁଲ ଆନୁକୁଲ୍ଯରେ ଅଲ୍ ଓଡିଶା ଵେଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ୍ସ ରେ ମନିଷ ପାଲ ଏବଂ ଡବଲ୍ସରେ ରଥ ସୁନିଆ ଓ ରିତେଶ ଜୟସ୍ବାଲ ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!