ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵୁଡାମରା ରେ ମା’ ଶାରଦା ସେବାସଂଘର ୩୦ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

ଵୁଡାମରା ରେ ମା’ ଶାରଦା ସେବାସଂଘର ୩୦ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

 ମୟୂରଭଞ୍ଜ -୧୨/୦୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଳକର ଭାଲୁଵସା ପଞ୍ଚାୟତର ଵୁଡାମରା ଗ୍ରାମସ୍ଥ ସ୍ଥାପିତ ମା’ ଶାରଦା ସେବାସଂଘର ୩୦ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ସକାଳ ୬ ଘଟିକାରେ ରାମକୃଷ୍ଣ ପରମହଂସ ଦେବ,ମା’ ଶାରଦା ଦେବୀ ଏବଂ ସ୍ଵାମୀ ବିବେକାନନ୍ଦଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା ।ପୂର୍ବାହ୍ନ ୧୦ ଘଟିକା ରେ ଏକ ସୁସଜ୍ଜିତ ଯାନରେ ରାମକୃଷ୍ଣ ପରଂହଂସ,ମା ସାରଦା ଦେବୀ, ବିବେକାନନ୍ଦଙ୍କ ଫଟୋ ରଖି ଗ୍ରାମରେ ସଂକୀର୍ତ୍ତନ ପରିକ୍ରମା ଯାତ୍ରା କରାଯାଇଥିଲା ।ପରେ ୧୧ ଘଟିକା ରେ ଆଶ୍ରମ ପରିସରରେ ଏକ ସ୍ଵତନ୍ତ୍ର ଅଧିବେସନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ବାମୀ ହରିପଦାନନ୍ଦଜୀ ମହାରାଜ, ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ ସଚିଦାନନ୍ଦ ମହାନ୍ତ ଯୋଗ ଦେଇଥିଲେ । ଗଦାଧର ଅଭ୍ୟୁଦୟ ପ୍ରକଳ୍ପ,ଶାଗଯୋଡି ର ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଂଗୀତ ଗାନ କରିବା ପରେ ଅତିଥିବୃନ୍ଦ ଠାକୁର ମା’ ଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରିପୂଜାର୍ଚ୍ଚନା କରିଥିଲେ ।ସାଧାରଣ ସଂପାଦକ ବିଷ୍ନୁପ୍ରସାଦ ଯେନା ଅତିଥିମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ୨୦୨୩/୨୪ ବର୍ଷର ବାର୍ଷିକ ବିବରଣୀ ପାଠ କରିଥିଲେ ।ସ୍ବାମୀ ହରିପଦାନନ୍ଦଜୀ ମହାରାଜ,ଶ୍ରୀ ସଚିଦାନନ୍ଦ ମହାନ୍ତ,,ବିଷ୍ଣୁ ପ୍ରସାଦ ଯେନା,ସଭାପତି ଗଜେନ୍ଦ୍ର ମଣ୍ଡଳ ଠାକୁର ମା’ ସ୍ୱାମୀଜୀଙ୍କ ଦର୍ଶନ ଉପରେ ଆଲୋକପାତ କରିଥିଲେ । ସଭାରେ ୧୧ ଜଣ କୃତି ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା ।ତଦସହ ୧୫ ଜଣ ଗରିବ ବୃଦ୍ଧଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା ।ଏହି ଆଧ୍ୟାତ୍ମିକ କାର୍ଯ୍ୟରେ ଆଖପାଖ ଅଂଚଳରୁ ୩୦୦ ରୁ ଉର୍ଦ୍ଧ୍ବ ଭକ୍ତଵଋନ୍ଦ ଯୋଗ ଦେଇଥିଲେ । ସମସ୍ତଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରସାଦ ବଣ୍ଟନ କରାଯାଇଥିଲା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ଅବସରରେ ଶୋଭାଯାତ୍ରା 

Sunil Chandra Nayak

ଆର ଜି ଏଚ କୁ ଜିଲ୍ଲାର ମାନ୍ୟତା ସହ ରାଉରକେଲା ରେ ଏକ ମେଡ଼ିକାଲ କଲେଜ ସ୍ଥାପନା ଦାବିରେ ମୁଖ୍ୟମତ୍ରୀଙ୍କୁ ବିଧାୟକ ଦୁର୍ଗା ତନ୍ତୀଙ୍କ ସ୍ମାରକପତ୍ର ପ୍ରଦାନ

masiha

ରାଇରଙ୍ଗପୁରରେ ପାଓ୍ବାର ଏମ୍ପଲୟଜ୍ ୟୁନିଅନର ସାଧାରଣ ବୈଠକ 

masiha

Leave a Comment

error: Content is protected !!