ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବଢୁଛି ବାଲି ମାଫିଆଙ୍କ ଦୌରାତ୍ମ୍ୟ

ବଢୁଛି ବାଲି ମାଫିଆଙ୍କ ଦୌରାତ୍ମ୍ୟ

ରାୟଗଡା ଜିଲାରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିଚାଲିଛି। କୌଣସି ବାଲିଘାଟ ରେ ମେସିନ ପଡିପାରିବନି, ମେସିନ ପକାଇବାକୁ ହେଲେ ରାଜ୍ୟସରକାର ବିଭିନ୍ନ ଦିଗକୁ ବିଚାରକୁ ନେଇ ମେସିନ ପାଇଁ ଅନୁମତି ଦେଇପାରନ୍ତି କିନ୍ତୁ ଏଥିପାଇଁ ଖଣି ବିଭାଗ ପକ୍ଷରୁ ସାର୍ୱେ କରାଯିବ।ସେହି ସାର୍ୱେ ଆଧାର ରେ କେଉଁ ବାଲିଘାଟମେସିନ ପକାଇବାକୁ ଅନୁମତି ଦିଆଯିବ ଓ କେଉଁ ବାଲିଘାଟ କୁ ଦିଆଯିବନି ତାହା ସ୍ଥିର କରାଯିବ କିନ୍ତୁ ରାୟଗଡା ଜିଲ୍ଲରେ ମାଫିଆମାନେ ବେଆଇନଭାବେ ନଦୀତୁଠ ରୁ ଜେସିବି ଲଗାଇ ଖନନ କରିବା ସହ ଦୈନିକ ଟ୍ରକରେ ଲୋଘୁ ଖଣି ସମ୍ପଦ ବାଲି ଜିଲା ବାହାରକୁ ଚାଲାଣ କରୁଛନ୍ତି। ପ୍ରଶାସନର ଚଢ଼ାଉ ଏବଂ ଜରିମାନା ଆଦାୟ ସତ୍ତ୍ୱେ ଏଥିରେ କୌଣସି ଫରକ ପଡ଼ୁ ନାହିଁ । ତେବେ ମାଫିଆମାନେ କାହାର ଛତ୍ରଛାୟା ତଳେ ବେଆଇନଭାବେ ଲଘୁ ଖଣିଜ ସମ୍ପଦ ଚାଲାଣ କରୁଛନ୍ତି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଦୈନିକ ଲକ୍ଷ ଲକ୍ଷ ଟଙ୍କାରୁ ଊର୍ଦ୍ଧ ବାଲି ଚାଲାଣ ହେଉଥ‌ିବା ଜଣାପଡିଛି। ଫଳରେ ସରକାର ରାଜସ୍ଵ ହରାଉଛନ୍ତି। ରାୟଗଡା ବ୍ଲକ ରେ ପାଞ୍ଚୋଟି ବାଲିଘାଟ ଥିବାବେଳେ, କୌଣସି ଘାଟରେ ଭି ଫଳକ ଦେଖନାଇଁ। ବାଲିଘାଟ ରେ ବେଆଇନ ଭାବେ ମେସିନ ଦ୍ୱାରା ବାଲି ଉଠାଣ କରୁଥିବାରୁ ନଦୀରେ ବଦବଡ଼ ଗଭୀର ଗାତ ଗୁଡାକ ସୃଷ୍ଟି ହେଉଛି, ଯାହାଫଳରେ ନଦୀର ଦିଗ ପରିଵର୍ତନ ହୋଇ ଜନବସତୀ ମୁହାଁ ହେବାକୁ ଲାଗିଛି। ପୋଲିସ ଓ ପ୍ରଶାସନର କେତେଜଣ ଅସାଧୁ କର୍ମଚାରୀ, ଅଧିକାରୀ ମାସିକିଆ ବଟି ନେଇ ଏମାନଙ୍କୁ ପରୋକ୍ଷରେ ପ୍ରୋତ୍ସାହିତ କରୁ ଛନ୍ତି ବୋଲି ଅଭିଯୋଗ ହେଉଛି।  

ଜିଲ୍ଲାର ଗରୀବ ଆବାସ ନିର୍ମାଣ ପାଇଁ ଚଡା ଦରରେ ବାଲି କିଣିବାକୁ ପଡୁଛି। ବିନା କେ ଫୋରମ ଟ୍ରାକ୍ଟର ବାଲିବୋଝେଇ କୁ ଧରି ହଜାର ହଜାର ଜରିମାନା ଆଦାୟ କରୁଛି କିନ୍ତୁ ବଡ ବଡ଼ ଟିପର, ହାଇବା ଦ୍ୱାରା ପରିଵହନ କରାଯାଉଥିଲେ ହେଁ ପ୍ରଶାସନ ର ନିଘା ନାଇଁ। ଫଳରେ ମାଫିଆମାନେ ଅନୁମତିଠାରୁ ଆହୁରି ବାଲି ଖନନ ଜାରି ରଖୁଛନ୍ତି। ଏହା ପଛରେ ରହିଥ‌ିବା ମାଷ୍ଟର ମାଇଣ୍ଡ ଜିଲ୍ଲାର ଅଦୃଶ୍ୟ ଶକ୍ତି ର ପ୍ରଭାବ ରହିଥିବା ଫଳରେ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ମାଫିଆମାନେ ଖସିଯାଉଛନ୍ତି I ତେବେ ଚଢ଼ାଉ ପୂର୍ବ ରୁ ମାଫିଆମାନଙ୍କୁ ସୂଚନା ଦିଆଯାଇ ଖସାଇଦିଆଯାଉଛି ବୋଲି ଚର୍ଚ୍ଚା ଯୋର ଧରିଛି।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶଳା ଭାଉଜକୁ ମାଡ ମାରି ଜ୍ଵାଇଁ ଗିରଫ

Sunil Chandra Nayak

୧୩ ବର୍ଷ ବିବାହିତା ନାବାଳିକାର ସନ୍ଧେହ ଜନକ ଆତ୍ମହତ୍ୟା  !

ଭଣ୍ଡାରୀବସା ଛକ ନିକଟରୁ ଚୋରା ଗଂଜେଇ ଚାଲାଣ ବେଳେ ଚାରି ଗିରଫ 

masiha

Leave a Comment

error: Content is protected !!