ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେକରେ ରସି ଲଗାଇ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ବେକରେ ରସି ଲଗାଇ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ବସ୍ତା,15/02: ବସ୍ତା ଥାନା ମାଙ୍କଡଗଡିଆ ଗ୍ରାମର ଜଣେ ଦଶମ ଶ୍ରେଣୀ ଛାତ୍ରୀ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଏହି ଗ୍ରାମର ମୃତ୍ୟୁଞ୍ଜୟ ବେହେରାଙ୍କ ଝିଅ ପୂଜା (୧୬) ଗତକାଲି ସରସ୍ଵତୀ ପୂଜା ପାଇଁ ଘରକୁ ବିଳମ୍ବରେ ଫେରିଥିଲେ। ଆଗକୁ ବୋର୍ଡ ପରୀକ୍ଷା ଥିବା ବେଳେ ପାଠ ପଢ଼ା ଛାଡ଼ି କାହିଁକି ବାହାରେ ବୁଲାବୁଲି କରୁଛୁ କହି ମାବାପା ପୂଜାକୁ ତାଗିଦ୍ କରିଥିଲେ। ପରେ ରାତିରେ ପ୍ରତିଦିନ ଭଳି ସମସ୍ତ ପରିବାର ଲୋକ ଖାଇ ସୋଇଥିବା ବେଳେ ପୂଜା ବିଳମ୍ବିତ ରାତିରେ ବେକରେ ଏପ୍ରନ ଲଗାଇ ଝୁଲି ପଡ଼ିଥିଲେ। ଭୋର ସମୟରେ ଝିଅ ପାଠ ପଢିବା ପାଇଁ ଡାକିବାକୁ ଯିବା ବେଳେ ପୂଜା ଝୁଲୁଥିବା ଦେଖି ମା ପରିବାର ଅନ୍ୟ ସଦସ୍ୟଙ୍କୁ ଡାକିଥିଲେ। ପରେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାରକାରୀ ବସ୍ତା ଡାକ୍ତରଖାନା କୁ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ମୃତଦେହ ଜବତ କରିବା ସହିତ ୫/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଛତୁ ପାଇଁ ହତ୍ୟାକାଣ୍ଡ : ଖୁଡି, ଭଉଣୀକୁ ଟାଙ୍ଗିଆରେ ହାଣିଲା ପୁତୁରା

Sunil Chandra Nayak

ସାମ୍ନାକୁ ଆସିଲା ରାଜ୍ୟରେ ସାଇବର ଠକେଇର ବାର୍ଷିକ ରିପୋର୍ଟ; ବର୍ଷକରେ ୧୨.୯୬ କୋଟି ଲୁଟିନେଲେ ସାଇବର ଠକ

Sunil Chandra Nayak

ସ୍ବାମୀ ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

masiha

Leave a Comment

error: Content is protected !!