ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଦି ସରକାର ଙ୍କ କୁଶାସନ ଓ ଜନବିରୋଧୀ ନୀତି ବିରୋଧରେ ୧୬ ଫେବୃୟାରୀ ଦେଶବ୍ୟାପୀ ଧର୍ମଘଟ ଓ ହରତାଳ କୁ ସଫଳ କରିବା ପାଇଁ ମିଳିତ ଟ୍ରେଡ୍ ୟୁନିୟନ ପକ୍ଷରୁ ମୋଟର ସାଇକେଲ ରାଲି , ଜନସାଧାରଣ ସାମିଲ ହେବାକୁ ଆହ୍ୱାନ

ମୋଦି ସରକାର ଙ୍କ କୁଶାସନ ଓ ଜନବିରୋଧୀ ନୀତି ବିରୋଧରେ

୧୬ ଫେବୃୟାରୀ ଦେଶବ୍ୟାପୀ ଧର୍ମଘଟ ଓ ହରତାଳ କୁ ସଫଳ କରିବା ପାଇଁ ମିଳିତ ଟ୍ରେଡ୍ ୟୁନିୟନ ପକ୍ଷରୁ ମୋଟର ସାଇକେଲ ରାଲି , ଜନସାଧାରଣ ସାମିଲ ହେବାକୁ ଆହ୍ୱାନ

ରାଉରକେଲା:କେନ୍ଦ୍ର ମୋଦି ସରକାର ଙ୍କ କୁଶାସନ, ଶ୍ରମିକ, କୃଷକ ଓ ଜନବିରୋଧୀ ନୀତି ବିରୋଧରେ ଦେଶର ସମସ୍ତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ସ୍ଵାଧୀନ କର୍ମଚାରୀ ଫେଡେରେସନ୍ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଫେବୃୟାରୀ ୧୬ ତାରିଖ ୨୧ ଦଫା ଦାବି ରେ ଦେଶବ୍ୟାପୀ ୧୨ ଘଣ୍ଟିଆ ଧର୍ମଘଟ ଓ ହରତାଳ ଡାକରା ଦିଆଯାଇଥିବା ବେଳେ ଆଜି ମିଳିତ ଟ୍ରେଡ୍ ୟୁନିୟନ ଆଇ ଏନ୍ ଟି ୟୁ ସି, ଏଚ୍ ଏମ୍ ଏସ,ସି ଆଇ ଟି ୟୁ,ଏ ଆଇ ଟି ୟୁ ସି,ଏ ଆଇ ୟୁ ଟି ୟୁ ସି,ଏ ଆଇ ସି ସି ଟି ୟୁ,ଜି ଏମ୍ ଏମ୍, ସିୟର, ଏଲ୍ ପି ଏଫ୍ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ରାଉରକେଲା ର ଜନସାଧାରଣ ଏହି ଧର୍ମଘଟ ଓ ହରତାଳ ରେ ସାମିଲ ହୋଇ ଏହାକୁ ସଫଳ କରିବାକୁ ବିଶ୍ରା ଛକ ଠାରୁ ଏକ ବାଇକ୍ ରାଲି ବାହାରି ସହରର ମୂଖ୍ୟ ମାର୍ଗ ଦେଇ ପାନପୋଷ ଛକ ପର୍ଯ୍ୟନ୍ତ ଯାଇଥିଲା।

    ଆସନ୍ତା କାଲି ସମସ୍ତ ଜରୁରୀକାଳୀନ ସେବାକୁ ଛାଡି ଜିଲ୍ଲାର ପରିବହନ, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଦପ୍ତର, ଶିକ୍ଷାନୁଷ୍ଠାନ ଓ କୃଷିକ୍ଷେତ୍ର, ନିର୍ମାଣ ଏହି ହରତାଳ ରେ ସାମିଲ କରାଯାଇଅଛି।

    ମିଳିତ ଟ୍ରେଡ୍ ୟୁନିୟନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ୨୧ ଦଫା ଦାବି ଯଥା ଶ୍ରମିକ ସ୍ଵାର୍ଥ ବିରୋଧୀ ୪ ଟି ଶ୍ରମକୋର୍ଡ ବାତିଲ, ଶ୍ରମିକ ଙ୍କ ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା, ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକର ଘରୋଇକରଣ ବନ୍ଦ କରିବା, ମନରେଗା ରେ ଦୈନିକ ମଜୁରୀ ୬ ଶହ ଟଙ୍କା ଓ ୨ ଶହ ଦିନ କାମ, କୃଷକ ଙ୍କୁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ଆଇନଗତ ଗ୍ୟାରେଣ୍ଟି କରିବା, ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ର ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ କରିବା, ବେକାର ଯୁବକଯୁବତୀଙ୍କ ମାନଙ୍କୁ କର୍ମ ସଂସ୍ଥାନ ଯୋଗାଇଦେବା, ନିର୍ମାଣ,ଆଶା, ଅଙ୍ଗନବାଡ଼ି, ଗାଁ ସାଥି ମାନଙ୍କୁ ଶ୍ରମିକ ର ମାନ୍ୟତା ସହ ସାମାଜିକ ସୁରକ୍ଷା ପ୍ରଦାନ, ପରିବହନ ଶ୍ରମିକ ମାନଙ୍କ ବିରୋଧରେ ହିଟ୍ ଏଣ୍ଡ ରନ୍ ମାମଲାରେ ଜେଲ୍ ଓ ଜୋରିମାନା ର କଳା ଆଇନ୍ ପ୍ରତ୍ୟାହାର କରିବା, କର୍ପୋରେଟ ଲୁଣ୍ଠନ ଓ ସରକାର ଙ୍କ କୁଚକ୍ର ବିରୋଧରେ ଫେବୃୟାରୀ ୧୬ ତାରିଖ ଦେଶବ୍ୟାପୀ ଧର୍ମଘଟ ଓ ହରତାଳ କୁ ସଫଳ କରିବା ସହିତ ମୋଦି ସରକାର ଙ୍କ ଅସଲ ଚେହେରା କୁ ଜନଗଣଙ୍କ ପାଖରେ ପହଞ୍ଚାଇବାକୁ ଏହି ଧର୍ମଘଟ କୁ ସଫଳ କରିବା ପାଇଁ ନିବେଦନ କରାଯାଇଛି।

    ଆଜିର ଏହି ବାଇକ୍ ରାଲି ରେ ଆଇ ଏନ୍ ଟି ୟୁ ସି ନେତା ନିହାର ଦାସ, ବୀରକିଶୋର ଶେଖର ଦେଓ,ପ୍ରତାପ ପଣ୍ଡା,ବିକ୍ରମ ସ୍ଵାଇଁ,ମନୋଜ କିଷାନ,ଏଚ୍ ଏମ୍ ଏସ ନେତା ପ୍ରମୋଦ ଦାସ୍, ଓକିଲ ମହାନ୍ତ,ନୃପାନନ୍ଦ ନାୟକ, ଦିଲିପ କୁମାର ଜେନା,ବିମଳ ବାଉରୀ,ଏ ଆଇ ଟି ୟୁ ସି ନେତା ରମେଶ ସେଠୀ, କୈଳାସ ନାୟକ,ଏ ଆଇ ୟୁ ଟି ୟୁ ସି ନେତା ସତ୍ୟପ୍ରିୟ ମହାନ୍ତି, ଅଜିତ ନାୟକ, ବିଷ୍ଣୁ ପଣ୍ଡା, ସୁବାଷ ଦଣ୍ଡପାଟ, ବୀରେନ ନାୟକ, ଏଲ୍ ପି ଏଫ୍ ନେତା ରମେଶ ସାହୁ,ସି ଆଇ ଟି ୟୁ ନେତା ବିମାନ ମାଇତି, ବସନ୍ତ ନାୟକ, ଶ୍ରୀମନ୍ତ ବେହେରା ହୃଦୟାନନ୍ଦ ଯାଦବ,ରାଜ କିଶୋର ପ୍ରଧାନ,ବି ପି ମହାପାତ୍ର, ଲକ୍ଷ୍ମୀଧର ନାୟକ, ବିଶ୍ଵଜିତ ମାଝୀ,ଅରୁ ଦାସ,ବିନୟ ବେହୁରିଆ, ବଛିରାମ ବେହେରା, ଅଜୟ ଶର୍ମା, ଦିବାକର ମହାରଣା, ରତ୍ନାକର ନାୟକ, ଅରୁଣ ମହାରଣା, ବସନ୍ତ ପାଢ଼ୀ, ମିହିର ପାତ୍ର, ସାଗର ଛୋଟରାୟ, ଚନ୍ଦ୍ରଭାନୁ ଦାସ, ଯଜ୍ଞେଶ୍ଵର ସାହୁ, ପ୍ରଦୋଷ ପରିଡ଼ା ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସୁରେନ୍ଦ୍ର ଦାଶ ପ୍ରମୁଖ ନେତୃତ୍ୱ ନେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାପାଳ ବିଦାୟ କାଳୀନ ସମ୍ବର୍ଦ୍ଧନl ଅନୁଷ୍ଠିତ

masiha

ଗ୍ରୀଷ୍ମ ପ୍ରବାହ ପାନୀୟଜଳ ଅଂଶୁଘାତ ସମସ୍ୟା ଓ ତାହାର ସଫଳ ମୁକାବଲା ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ

Sunil Chandra Nayak

ପ୍ରକଳ୍ପ ସ୍ତରୀୟ ବାଲ୍ୟବିବାହ ନିଷେଧ ରାଲି

Sunil Chandra Nayak

Leave a Comment

error: Content is protected !!