ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଛେଳି ଚୋରିକୁ କେନ୍ଦ୍ରକରି ଉତ୍ତେଜନା ୩ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ: ଖସିଗଲେ ୬ ଯୁବକ

ଛେଳି ଚୋରିକୁ କେନ୍ଦ୍ରକରି ଉତ୍ତେଜନା

୩ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ: ଖସିଗଲେ ୬ ଯୁବକ

ବସ୍ତା,15/02: ବସ୍ତା ଥାନା ଅନ୍ତର୍ଗତ ସୋଲପଟା ଗ୍ରାମର ଲକ୍ଷ୍ମୀଧର ମହାଳିକଙ୍କ ଘରୁ ଗତ ଶନିବାର ରାତିରେ ଦୁର୍ବୃତ୍ତ ମାନେ ଛେଳି ଚୋରି କରିଥିଲେ।ଘର ଲୋକେ ଖୋଜାଖୋଜି କରି ଆଜି ସଦର ଥାନା ଭାତପିଞ୍ଛା ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଘରୁ ଉକ୍ତ ଚୋରି ଛେଳିକୁ ଘରକୁ ଆଣିଥିଲେ।ଏହା ପରେ ଛେଳି ଚୋରି କରିଥିବା ଦୁର୍ବୃତ୍ତ ନିଜ ସହଯୋଗୀଙ୍କ ସହ ୩ଟି ବାଇକରେ ୯ଜଣ ଆସି ଆଜି ସନ୍ଧ୍ୟାରେ ସୋଲପଟା ଛକରେ ପହଂଚିଥିଲେ।ଲକ୍ଷ୍ମୀଧର ଓ ଗାଁ ଲୋକଙ୍କୁ ସେମାନେ ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରି ଧମକ ଚମକ ଦେଇଥିଲେ।ଗାଁଲୋକ ଏକଜୁଟ୍ ହୋଇ ୩ଜଣଙ୍କୁ କାବୁ କରି ବସ୍ତା ଥାନା ପୁଲିସକୁ ଖବର ଦେଇଥିଲେ।ଖବର ପାଇ ବସ୍ତା ପୁଲିସ ଘଟଣା ସ୍ଥଳରୁ ୩ ଅଭିଯୁକ୍ତଙ୍କୁ ଥାନାକୁ ଆଣି ତଦନ୍ତ ଜାରି ରଖିଛି।ପୁଲିସ ୩ଟି ବାଇକ ଜବତ କରିଛି।ଅନ୍ୟ ୬ଜଣ ଦୁର୍ବୃତ୍ତ ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିଲେ।ଏହି ଘଟଣାକୁ କେନ୍ଦ୍ର କରି ଗାଁରେ ଉତ୍ତେଜନା ଲାଗି ରହିଛି।ଅଟକ ଓ ଚମ୍ପଟ୍ ଯୁବକ ସଦର ଓ ରେମୁଣା ଥାନା ଅଞ୍ଚଳର ବୋଲି ଜଣା ପଡ଼ିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ସାବା ଖାରିପଲ୍ଲୀ ଅଞ୍ଚଳ ରୁ ୨୫ ଏକର ଜମିର ଦୁଇ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ 

masiha

ଦିନ ଦ୍ଵିପ୍ରହରରେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୁତ୍ତ 

masiha

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ADJ କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ

masiha

Leave a Comment

error: Content is protected !!