ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ଓ.ୟୁ.ଡବ୍ଲ୍ୟୁ.ଜେ ସାମ୍ବାଦିକ ସଂଘ ର ବାର୍ଷିକ ଉତ୍ସବ ପାଇଁ ପାପଡାହାଣ୍ଡି ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନବରଙ୍ଗପୁର ଜିଲ୍ଲା ଓ.ୟୁ.ଡବ୍ଲ୍ୟୁ.ଜେ ସାମ୍ବାଦିକ ସଂଘ ର ବାର୍ଷିକ ଉତ୍ସବ ପାଇଁ ପାପଡାହାଣ୍ଡି ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନବରଙ୍ଗପୁର ଜିଲ୍ଲା ରେ କାର୍ଯ୍ୟରତ ଓ.ୟୁ.ଡବ୍ଲ୍ୟୁ.ଜେ ସାମ୍ବାଦିକ ସଂଘ ର ବାର୍ଷିକ ଉତ୍ସବ ପାଇଁ ପାପଡାହାଣ୍ଡି ବ୍ଲକ ସଦର ମହକୁମା ସ୍ଥିତ ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଙ୍ଘ ର ସଭାପତି ଶ୍ରୀ ବାର୍ଥ ହରିଜନ ଙ୍କ ନେତୃତ୍ୱ ରେ ଆଜିର ବୈଠକ ରେ ଜିଲ୍ଲା ନେତୃତ୍ୱ ମଣ୍ଡଳୀ ଉପସଭାପତି ଶ୍ରୀ ହିମାଂଶୁ ଶେଖର ବାଘ,ସାଧାରଣ ସମ୍ପାଦକ ଶ୍ରୀ ଅଶୋକ ସାହୁ, ଜିଲ୍ଲା ସଙ୍ଗଠନ ସମ୍ପାଦକ ଶ୍ରୀ ଶେଖର ଖୁରା, କେବିକେ ସଂଯୋଜକ ଶ୍ରୀ ଲାଲୁ କର୍କରା ଉପସ୍ଥିତ ଥିବା ବେଳେ ନବରଙ୍ଗପୁର ଜିଲ୍ଲା ର ଦଶ ଗୋଟି ବ୍ଲକ ରେ କାର୍ଯ୍ୟରତ ସଙ୍ଘ ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି। ଆଜିର ବୈଠକ ରେ ବିଶେଷ ଭାବେ ୨୦୨୪ ବର୍ଷ ର ବାର୍ଷିକ ଉତ୍ସବ ପାଳନ କରିବା ପାଇଁ ଆଲୋଚନା କରାଯାଇଥିଲା l ସମସ୍ତ ଙ୍କ ସହମତି କ୍ରମେ ଆଗାମୀ ମାସ ରେ ବାର୍ଷିକ ଉତ୍ସବ ନବରଙ୍ଗପୁର ସଦର ମହକୁମା ଠାରେ କରିବା ପାଇଁ ନିଷ୍ପତ୍ତି ନିଆଗଲା। ଏବଂ ଆଗାମୀ ଦିନ ରେ ଓ.ୟୁ.ଡବ୍ଲ୍ୟୁ.ଜେ ସାମ୍ବାଦିକ ସଂଘ ଜିଲ୍ଲା ରେ ସୁଦୃଢ କରି ନିସ୍ଵାର୍ଥ ଭାବେ ଖବର ପ୍ରସାରଣ କରିବା ପାଇଁ ବିଭିନ୍ନ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକ ରେ ପାପଡାହାଣ୍ଡି ବ୍ଲକ ଶାଖା ପାଇଁ ନୂତନ କର୍ମକର୍ତା ଚୟନ କରାଗଲା ଉପସ୍ଥିତ ସଙ୍ଘ ର ସମସ୍ତ କର୍ମକର୍ତ୍ତା ଙ୍କ ସହମତି କ୍ରମେ ଶ୍ରୀ ଗୁରୁ ପ୍ରସାଦ ପଣ୍ଡାଙ୍କୁ ବ୍ଲକ ସଭାପତି ଭାବେ ଚୟନ କରାଗଲା, ସେହିପରି ଉପସଭାପତି ଭାବେ ଶ୍ରୀ ତରୁଣ ବିଷୋୟୀ,ସମ୍ପାଦକ ଭାବେ ଶ୍ରୀ ସୁରେଶ ପାଣିଗ୍ରାହୀ , ସହ ସମ୍ପାଦକ ଭାବେ ଶ୍ରୀ ବିନୋଦ ହରିଜନ, କୋଷାଧକ୍ଷ ଭାବେ ଶ୍ରୀ ଦେବି କୁଲଦୀପ ଙ୍କୁ ଚୟନ କରାଗଲା। ବୈଠକ ରେ ସମ୍ମାନିତ ଅତିଥି ଭାବେ ସକାଳ ଦୈନିକ ଖବର କାଗଜ ର ପାପଡାହାଣ୍ଡି ବ୍ଲକ ପ୍ରତିନିଧି ଶ୍ରୀ ପ୍ରବୀଣ କୁମାର ଶତନାମୀ ଉପସ୍ଥିତ ରହିଥିଲେ। ବୈଠକ କୁ ଜିଲ୍ଲା ସଙ୍ଗଠନ ର ସମ୍ପାଦକ ଶ୍ରୀ ଶେଖର ଖୁରା ମଞ୍ଚ ପରିଚାଳନା କରିଥିଲେ l 

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସାଗର ସାହିତ୍ୟ ସଂସଦର ଓଡିଆ ନବବର୍ଷ ପାଳନ ଓ ମଧୁ ବିକାଶ ଉନ୍ମୋଚନ 

masiha

ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ,ଓଡ଼ିଶାରେ ଓଡ଼ିଶା ଦିବସ -୨୦୨୩ ପାଳିତ

Sunil Chandra Nayak

ପରିବାର କେନ୍ଦୁପତ୍ର ତୋଳାଳୀ ଶ୍ରମିକ ,ନିର୍ମାଣ ଶ୍ରମିକ ବିସ୍ଥାପିତ, ତଫସିଲଭୁକ୍ତ ଜନଜାତି ବିକଳାଙ୍ଗ ତଥାପି ସରକାରୀ ଯୋଜନା ଅପହଞ୍ଚ ଏମାନଙ୍କ ପାଖରେ

masiha

Leave a Comment

error: Content is protected !!