ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷୀପଡ଼ା ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ଚାଷୀପଡ଼ା ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ବସ୍ତା ,୧୭।୨: ବସ୍ତା ବ୍ଲକ୍ ନଟାକଟା ପଞ୍ଚାୟତ ଅନ୍ତର୍ଗତ ଚାଷୀପଡ଼ା ପ୍ରାଥମିକ ବିଦ୍ୟାଳୟର ୨ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନୀଲ କୁମାର ମାରାଣ୍ଡିଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ପୂର୍ବତନ ପ୍ରଧାନ ଶିକ୍ଷକ ବଂଶୀଧର ମଣ୍ଡଳ,ମୁଖ୍ୟ ବକ୍ତା ସ୍ଥାନୀୟ ସରପଞ୍ଚ ବନ୍ଦନା ସେଠୀ,ସମ୍ମାନିତ ଅତିଥି ପୂର୍ବତନ ଜିଲା ପରିଷଦ ସଦସ୍ୟ ଶମ୍ଭୁନାଥ ସେଠୀ,କାଶୀଶ୍ବର ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ବାରିକ,ପୂର୍ବତନ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ କୁମାର ପାତ୍ର,ସଚ୍ଚିଦାନନ୍ଦ ଗିରି,ପରିଚାଳନା କମିଟି ସଭାପତି ରଞ୍ଜିତା ଦତ୍ତ,ମୋ ସ୍କୁଲ ଅଭିଯାନ ସଭାପତି ପିତାମ୍ବର ମହାପାତ୍ର,ପୂର୍ବତନ ପରିଚାଳନା କମିଟି ସଭାପତି ହରିହର ପାତ୍ର,ବସନ୍ତପୁର କ୍ଲଷ୍ଟର ସିଆିସିସି ଉମେଶ ଚନ୍ଦ୍ର ବାଡ଼ି ପ୍ରମୁଖ ଯୋଗ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ମାନପତ୍ର ଓ ପୁରସ୍କାର ବିତରଣ କରିଥିଲେ।ଶିକ୍ଷକ ବାସୁଦେବ ବିନ୍ଧାଣି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ପଙ୍କଜ କୁମାର ଗିରି ମଞ୍ଚ ଆମନ୍ତ୍ରଣ,ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ।ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ତରଙ୍ଗ ଚ୍ୟାନେଲରେ କମେଡ଼ିଆନ ଭାବେ ଅଭିନୟ କରୁଥିବା ଜୁନିଅର ପୁପୁ ପମପମ୍ ଓରଫ୍ ବୁଲୁ ନିଜର କମେଡ଼ିରେ ସମସ୍ତଙ୍କୁ ହସାଇଥିଲେ। ମନ୍ମଥ କୁମାର ବେହେରା,ରାମଚନ୍ଦ୍ର ବାଡ଼ି,ଗଜେନ୍ଦ୍ର ନାଥ ଦତ୍ତ,ହରିଶ୍ଚନ୍ଦ୍ର ଦତ୍ତ,ଅନାଦି ଚରଣ ପାତ୍ର,୩ ନଂ ଓ୍ବାର୍ଡ଼ ସଭ୍ୟ ଅରୁଣ କୁମାର ପାତ୍ର ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଉତ୍ସବର ରୌପ୍ୟଜୟନ୍ତୀ ଅବସରରେ ଭବ୍ୟ ମଶାଲ ଶୋଭାଯାତ୍ରା

Sunil Chandra Nayak

୬୮ ତମ ବ୍ୟାଙ୍କ ପ୍ରତିଷ୍ଠା ଦିବସ ଅବସରରେ ଆର୍ଥୀକ ସଚେତନତା ଶିବିର ଅନୁଷ୍ଠିତ

୩୦ ମିନିଟ୍ ଧରି ମହୁମାଛି ଙ୍କ ଆତଙ୍କ 

Sunil Chandra Nayak

Leave a Comment

error: Content is protected !!