ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ରାଧା ଗୋବିନ୍ଦଜୀୟୁଙ୍କ ବସନ୍ତ ଉତ୍ସବ

ଶ୍ରୀ ରାଧା ଗୋବିନ୍ଦଜୀୟୁଙ୍କ ବସନ୍ତ ଉତ୍ସବ

କେନ୍ଦ୍ରାପଡ଼ା,: କେନ୍ଦ୍ରାପଡା ଜିଲ୍ଲା ପ୍ରସିଦ୍ଧ ଆରାଧ୍ୟ ସହରର ଚାଟରାପାଟଣାସ୍ଥିତ ଶ୍ରୀ ରାଧା ଗୋବିନ୍ଦ ଜୀୟୁ ମନ୍ଦିରର ଶ୍ରୀ ରାଧା ଗୋବିନ୍ଦଙ୍କ ବସନ୍ତ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁଯାଇ ଓଢଣ ଷଷ୍ଠିଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଶୀତ ଦାଉରୁ ରକ୍ଷାପାଇବା ପାଇଁ ଶ୍ରୀଜୀୟୁ ଶୀତ ବସ୍ତ୍ର ଘୋଡିଲାଗି ହୋଇଥାନ୍ତି । ବସନ୍ତ ପଞ୍ଚମିରେ ବସନ୍ତ ଋତୁ ଆଗମନରେ ରାଧା ଗୋବିନ୍ଦ ଜୀୟୁ ତାଙ୍କ ଅଷ୍ଠସଖାମାନଙ୍କ ସହିତ ବସନ୍ତ ମଣ୍ଡପ ଯାଇ ବସନ୍ତ ପବନ ଉପଭୋଗ କରିଥାନ୍ତି । ଏହାକୁ ଆଧାର କରି ଅପରାହ୍ନ ଉଠାଣି ଦୀପ ପରେ ଶ୍ରୀଜୀୟୁ ମନ୍ଦିରରୁ ବସନ୍ତ ବଗିଚା ଯାଇ ସେଠାରେ ଉପବିଷ୍ଠ ହୋଇଥିଲେ । ଏହିଠାରେ ଉଠାଣି ଦୀପ, ସନ୍ଧ୍ୟା ଆଳତୀ, ୩୨ଟି ବତୀରେ ବସନ୍ତ ବଗିଚା ଆଳତୀ ହୋଇଥିଲା ବୋଲି ମଶାଲ ସେବାୟତ ଶ୍ରୀକାନ୍ତ ବାରିକ ସୂଚନା ଦେଇଥିଲେ । ରାତିରେ ମନ୍ଦିରକୁ ଶ୍ରୀ ଜୀୟୁ ପ୍ରବେଶ କରିଥିଲେ । ଏହାପରେ ସେଠାରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

କଠୋର ପରିଶ୍ରମ ହିଁ ସଫଳତା ଦେଇଥାଏ କଳାହାଣ୍ଡି ଶିକ୍ଷା ବିଭାଗ ତରଫରୁ ଶ୍ରେଷ୍ଠ କୃତୀ ପରୀକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା

masiha

କାମାକ୍ଷା -ଢେଙ୍କାନାଳ ପୂର୍ତ୍ତ ବିଭାଗ ମୁକୁଳା ନାଳ ସାଜିଛି ମରଣ ଯନ୍ତା

Sunil Chandra Nayak

ପରିବେଶ ସୁରକ୍ଷା ସଂକଳ୍ପ କର୍ମଶାଳା

Leave a Comment

error: Content is protected !!