ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଟାଉନ ଥାନା:ପିକ୍ ଅପ୍- ବାଇକ ଧକ୍କା,ଦୁଇ ମୃତ

ରାଇରଙ୍ଗପୁର ଟାଉନ ଥାନା:ପିକ୍ ଅପ୍- ବାଇକ ଧକ୍କା,ଦୁଇ ମୃତ

 ମୟୂରଭଞ୍ଜ -୧୯/୦୨ ( ମସିହା)ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୨୨୦ନମ୍ବର ଜାତୀୟ ରାଜପଥ ଗଢ ଛକ ନିକଟରେ ଏକ ପିକ୍ ଅପ୍ ଭେନ ସହ ବାଇକ୍ ର ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ ହାଟ ବେପାର କରି ଛୋଟ ପିକ୍ ଅପ୍ ଭେନ ରାଇରଙ୍ଗପୁର ଆଡ଼କୁ ଆସୁଥିବାବେଳେ ଦୁଇ ବାଇକ୍ ଆରୋହୀ ଏକ ଘରୋଇ ସୋରୁମ ରେ କାର୍ଯ୍ୟ ସାରି କଲେଜ ଆଡ଼କୁ ଯାଉଥିବା ସମୟରେ ବାଇକ ସହ ପିକ ଅପ୍ ଭେନର ଧକ୍କା ହୋଇଥିଲା ।ବାଇକ ଆରୋହୀ ଦୁଇ ଜଣ ଯାକ ରାସ୍ତାରେ ଛିଟିକି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ ।୧୦୮ ଆମ୍ବୁଲାନ୍ସରେ ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲ ଅଣାଯାଇଥିଲା ।ସେଠାରେ ହରିଶ ବେହେରା (୨୦)ଜଣଙ୍କୁ ମୃତ ଘୋଷଣା କରିଥିଲେ ।ଅନ୍ୟ ଜଣେ କାରୁ ମାଝୀ ( କାରୁ) (୨୦)ଘର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ଲିପିଘୁଟୁ ସାହି ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ସରକାରୀ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରା ଯାଇଥିଲା । ରାସ୍ତାରେ ତାଙ୍କର ମଧ୍ୟ ପ୍ରାଣବାୟୁ ଉଡି ଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏକ ମାମଲା କେଶ ନମ୍ବର ୫୯/୨୪ ରୁଜୁ କରିବା ସହ ସୋମବାର ଦିନ ଶବକୁ ବ୍ୟବଛେଦ କରାଇ ପରିବାରଙ୍କୁ ହସ୍ତାନ୍ତର କରିଛି । ସେହିଭଳି ସୁନାରାମର ମୃତଦେହ ବାରିପଦା ସଦର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।ହରିଶ ଜଣେ ମେଳାପି, ମିଷ୍ଟଭାଷୀ, ପରୋପକାରୀ ,ଵଂଧୁପ୍ରେମୀ ଯୁବକ ଥିଲେ ଗଢ ଗ୍ରାମରେ ଲିପୁନ ନାମରେ ପରିଚିତ ।ତାଙ୍କର ମୃତ୍ୟୁ ରେ ଗଢ ଗ୍ରାମର ସମେତ ସମସ୍ତ ଜ୍ଞାତି ପରିଜନ,ଵଂଧୁଵର୍ଗଙ୍କ ମହଲରେ ଶୋକରେ ଛାୟା ଖେଳିଯାଇଛି । ରାଇରଙ୍ଗପୁର ସ୍ୱର୍ଗ ଦ୍ଵାରରେ ଆଜି ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଦିବ୍ୟଜୀବନ ସଙ୍ଘ ଖାତିଗୁଡା ଶାଖାର ବାର୍ଷିକ ଉତ୍ସବ

masiha

ପଲ୍ସ ପୋଲିଓ କାର୍ଯ୍ୟକ୍ରମ -୨୦୨୫ ସମ୍ଭନ୍ଧୀୟ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ବୈଠକ

Sunil Chandra Nayak

Rotary club of Rourkela Vibrant organised an awareness programme

Sunil Chandra Nayak

Leave a Comment

error: Content is protected !!