ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସନ୍ତା ମାର୍ଚ୍ଚ ୯ତାରିଖରେ ରାୟଗଡ ଜିଲ୍ଲାରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ

ଆସନ୍ତା ମାର୍ଚ୍ଚ ୯ତାରିଖରେ ରାୟଗଡ ଜିଲ୍ଲାରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ 

ରାୟଗଡ:-ତା.୨୦/୦୨/୨୪-ରାୟଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ଓ ତାଲୁକା ସ୍ତରୀୟ ବିଚାର ବିଭାଗୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକଅଦାଲତ ଆସନ୍ତା ତା. ୦୯/୦୩/୨୦୨୪ରିଖ ଶନିବାର ଦିନ ଅନୁଷ୍ଠିତ ହେବାକୁ ଯାଉଅଛି । ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ ଓ ଜଳଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ ବାଉନସ ମାମଲା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରା ଯାଇପାରିବ l ବିଚାରାଧୀନ ମକଦ୍ଦମା ସହ ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାକ ମକଦ୍ଦମା ସ୍ତରୀୟ ତଥା କଚେରୀରେ ଦାୟର ହୋଇ ନଥିବା ବିବାଦର ମଧ୍ୟ ସମାଧାନ କରାଯାଇ ପାରିବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ କୁମାରୀ ନିବେଦିତା ପଣ୍ଡା ସୂଚନା ଦେଇଛନ୍ତି l ଲୋକ ଅଦାଲତରେ କୌଣସି ପ୍ରକାର ଆର୍ଥିକ ବ୍ୟୟ କରିବାକୁ ପଡ଼ୁ ନଥିବାରୁ ଜନ ସାଧାରଣ ଉକ୍ତ ଲୋକ ଅଦାଲତର ସୁଯୋଗ ନେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆ ଯାଇଛି l

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ୟୁଏଆଇଏଲ୍‌ର ‘ପ୍ରୋଜେକ୍ଟ ନୀର’ ରାୟଗଡାରେ କୃଷି ପାଇଁ ନୂତନ ଜୀବନ ଆଣିଛି

masiha

ଡାବୁଗାଁ ବିଇଓ ଙ୍କୁ ଏକ୍ସ କେଡର- ୨୦୨୪ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା

masiha

ଇପ୍ସିତା ବିଶ୍ବାଳ ଙ୍କୁ କଳିଙ୍ଗ କନ୍ୟା ସମ୍ମାନ ….

masiha

Leave a Comment

error: Content is protected !!