ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କମ୍ଯୁନ୍ ର ରାଉରକେଲା ରେ ପଞ୍ଚମ ଓପନ ମାଇକ ସଭିଙ୍କୁ କଲା ମନ୍ତ୍ରମୁଗ୍ଧ

କମ୍ଯୁନ୍ ର ରାଉରକେଲା ରେ ପଞ୍ଚମ ଓପନ ମାଇକ ସଭିଙ୍କୁ କଲା ମନ୍ତ୍ରମୁଗ୍ଧ

ରାଉରକେଲା: ଉଦିତ ନଗର ସ୍ଥିତ ଏନ୍.ଏସ୍.ଓ ରେଷ୍ଟ୍ରୋ ରେ କମ୍ଯୁନ୍ ଦ୍ବାରା ପଞ୍ଚମ ଓପନ ମାଇକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କଳାକାରମାନଙ୍କ ଦ୍ବାରା ସଙ୍ଗୀତ, କାହାଣୀ, କବିତା ଅତି ସୁନ୍ଦର ଢଙ୍ଗରେ ପରିବେଷଣ କରାଯାଇଥିଲା । ଭାଲେଣ୍ଟାଇନ ସପ୍ତାହ ଅବସରରେ ଶୀର୍ଷକ ଥିଲା ‘ଇଜହାର୍’ । କଳାକାରମାନଙ୍କ ସୁନ୍ଦର ପ୍ରେମ ଭରା ଗୀତ, ଗଳ୍ପ, ସଙ୍ଗୀତ ଉପସ୍ଥିତ ଦର୍ଶକବୃନ୍ଦଙ୍କୁ ମତୁଆଲା କରିଦେଇଥିଲା । କମ୍ଯୁନ୍ ଏସିଆର ଏକ ଜଣାଶୁଣା ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନ ଅଟେ । ଏହା ଦେଶର ବିଭିନ୍ନ ସହରରେ କାର୍ଯ୍ୟକ୍ରମମାନ ଆୟୋଜିତ କରିଥାଏ । ଏସିଆର ସବୁଠାରୁ ବଡ଼ ‘ ସ୍ପୋକନ ଫେଷ୍ଟ ‘ପ୍ରତି ବର୍ଷ ମୁମ୍ବାଇଠାରେ କମ୍ଯୁନ୍ ଦ୍ବାରା ଅନୁଷ୍ଠିତ ହୋଇଥାଏ । ଏଠାରେ ଅନେକ ପ୍ରତିଷ୍ଠିତ କଳାକାରଙ୍କ ସହିତ ନୂତନ ପ୍ରତିଭାଙ୍କୁ ମଧ୍ଯ ସୁଯୋଗ ଦିଆଯାଏ । କମ୍ଯୁନ୍ ର ସହ ପ୍ରତିଷ୍ଠାତା ରୋଶନ ଆବାସଙ୍କର ସ୍ବପ୍ନ ଥିଲା ଦେଶର ବିଭିନ୍ନ ପ୍ରାନ୍ତରେ ଏହାର ପ୍ରଚାର ଓ ପ୍ରସାର ଦ୍ବାରା କଳାକାରମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ଘଟୁ ଏବଂ ଧିରେ ଧିରେ ଏହା ଲୋକଙ୍କ ମଧ୍ଯରେ ଆଦୃତ ହେବାରେ ଲାଗିଛି । ଗତବର୍ଷ ହକି ବିଶ୍ବକପ ଅବସରରେ ଆୟୋଜିତ ‘ରାଉରକେଲା ଫେଷ୍ଟ’ ରେ କମ୍ଯୁନ୍ କୁ ଓଟିଡିସି ତରଫରୁ ଆମନ୍ତ୍ରଣ କରାଯାଇଥିଲା । ଏଠାରେ ସେତେବେଳେ ଅନେକ ପ୍ରସିଦ୍ଧ କଳାକାରମାନଙ୍କ ସହିତ ସ୍ଥାନୀୟ କଳାକାରମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳନ 

masiha

ଓଡ଼ିଶାର ପ୍ରସିଦ୍ଧ ଲୋକସାହିତ୍ୟବିତ୍, ଭାଷାବିତ୍ ତଥା ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ଆଜି ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି

ଜିଲ୍ଲା ସ୍ତରୀୟ ଆଦିବାସୀ ଦିବସ ପାଇଁ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଜିଲ୍ଲା ସଙ୍ଘର କର୍ମକର୍ତ୍ତା

masiha

Leave a Comment

error: Content is protected !!