ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଲମ୍ବୋଦର ନିଆଲଙ୍କୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ଟିକଟ ପ୍ରଦାନ କରିବାକୁ ଦାବି,ସାମ୍ୱାଦିକ ସମ୍ମିଳନୀ କଲା ଖଡ଼ିଆଳ ବିଜେଡ଼ି

ଲମ୍ବୋଦର ନିଆଲଙ୍କୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ଟିକଟ ପ୍ରଦାନ କରିବାକୁ ଦାବି,ସାମ୍ୱାଦିକ ସମ୍ମିଳନୀ କଲା ଖଡ଼ିଆଳ ବିଜେଡ଼ି

ନୂଆପଡା ଜିଲା ଖଡ଼ିଆଳ ନିର୍ଵାଚନ ମଣ୍ଡଳିରେ ବିଜେଡିରୁ ଲମ୍ବୋଦର ନିଆଲଙ୍କୁ ପ୍ରାର୍ଥୀ କରି ଟିକେଟ ଦେବା ନେଇ ଖଡ଼ିଆଳ ବିଧାନସଭା ବିଜେଡି କର୍ମୀ ତରଫରୁ ଦାବି କରାଯାଇଛି। ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ଯୋଗେନ୍ଦ୍ର ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ନୂତନ ପ୍ରାର୍ଥୀଙ୍କୁ ବିଜେଡିରୁ ଟିକଟ ଦିଆଯାଉଥିବା ନେଇ ବିଭିନ୍ନ ମହଳରେ ଆଲୋଚନା ହେଉଥିବା ପ୍ରସଙ୍ଗ ଉପରେ ମତ ପ୍ରକାଶ କରି ଦଳୀୟ କର୍ମୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କୁ ପୁନଃ ପ୍ରାର୍ଥୀ କରି ଟିକେଟ ପ୍ରଦାନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ୫-ଟି ଅଧ୍ୟକ୍ଷ, ସାଙ୍ଗଠନିକ ସମ୍ପାଦକ ପ୍ରମୁଖଙ୍କୁ ନିବେଦନ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ବିଜେଡିରେ ଯୋଗଦାନ କରି ଟିକେଟ ହାତେଉଥିବା ବିଭିନ୍ନ ମହଳରେ ଚର୍ଚ୍ଚା ହେଉଛି। ହେଲେ ବିଜେଡି କର୍ମୀ ମହଲରେ ଉକ୍ତ ବିଷୟକୁ ସହଜେ ଗ୍ରହଣ କରୁନଥିବା ଜଣାପଡିଛି। ଫଳରେ ପୂର୍ବତନ ବିଧାୟକ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କୁ ପୁନଃ ବିଜେଡି ଟିକେଟ ଦେବା ପାଇଁ ଦାବି କରିଛନ୍ତି। ଯେହେତୁ ନୂଆପଡା ଜିଲା ତଥା ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ଲମ୍ବୋଦର ନିଆଲ ବିଜେଡିକୁ ବଞ୍ଚାଇ ରଖିବା ସହ ସମସ୍ତ କର୍ମୀଙ୍କୁ ବାନ୍ଧି ରଖି ପାରିଛନ୍ତି ବୋଲି କର୍ମୀ ମହଲରେ ପ୍ରକାଶ କରିଛନ୍ତି। ଉକ୍ତ ସାମ୍ୱାଦିକ ସମ୍ମିଳନୀରେ କୈଳାଶ ତାଣ୍ଡି, ଦୟା ଥାପା, ରହମାନ ଖାନ, ବାରୁଦ ସୁନାନୀ, ପରୀକ୍ଷିତ ସତନାମୀ, କୃଷ୍ଣଚନ୍ଦ୍ର ଦାସ, ପୁଣ୍ଡରୀକାକ୍ଷ କଟା, ରମେଶ ଭୋଇ, ସନ୍ତୋଷ ନିଆଲ, ଝସକେତନ ତାଣ୍ଡି, ଭୋଲା ନାଗ, ପ୍ରହଲ୍ଲାଦ ପୋଡ଼, ଜାହାରା ବେଗମ, ପୁଷ୍ପାଞ୍ଜଳୀ କୁମ୍ଭାର ପ୍ରମୁଖଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କେନ୍ଦ୍ରର ବିଜେପି ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରିବା ବିରୋଧରେ ଜାମଦା ବିଜେଡି ବ୍ଳକ ସ୍ତରୀୟ ବିକ୍ଷୋଭ ଓ ଗଣ ଧାରଣା

Sunil Chandra Nayak

ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ବାଧୀନ ପ୍ରାର୍ଥୀ ରୂପେ ଆଦିବାସୀ ନେତା ଘାସିରାମ ମାଝୀଙ୍କ ନାମାଙ୍କନ ପତ୍ର ଦାଖଲ 

masiha

ଜିଲ୍ଲା ରେ ସୁନିଶ୍ଚିତ ମରୁଡି ପରିସ୍ଥିତି କୁ ଆଶଙ୍କା କରି ଜିଲ୍ଲା କଂଗ୍ରେସ କମିଟି କଲା ଏକ ଜରୁରୀ ସମ୍ବାଦଦାତା ସମ୍ମିଳନୀ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!