ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ମାଘ ମଣ୍ଡେଇ ପାଳିତ

ଡାବୁଗାଁ ରେ ମାଘ ମଣ୍ଡେଇ ପାଳିତ 

   ଡାବୁଗାଁ, ୨୨/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଠାରେ ଆଦିବାସୀ ମାନଙ୍କ ପାରମ୍ପାରିକ ମାଘ ମଣ୍ଡେଇ ଗୁରୁବାର ପାଳିତ ହୋଇଯାଇଛି | ତୁରୀ, ବାଦ୍ୟ, ଢୋଲ, ମାଦଳ ବାଦ୍ୟର ତାଳେତାଳେ ଶେଷ ହୋଇଛି ଏହି ଉତ୍ସବ | ଏଥିରେ ଡାବୁଗାଁ ବ୍ଲକ ସମେତ ଆଖପାଖ ୧୨୦ ଟି ଗ୍ରାମରୁ ଲାଠି, କୁର୍ଚି ଓ ପାଲିଙ୍କି ଭୈରବ ମନ୍ଦିର ରେ ପୂଜାର୍ଚ୍ଚନ ହୋଇଥିଲା | ପରେ ଅପରାହ୍ନରେ ସମସ୍ତ ଲାଠି, କୁର୍ଚି ନଗର ପରିକ୍ରମା କରି ଭୈରବ ମନ୍ଦିରରେ ଏକତ୍ରିତ ହୋଇଥିଲେ | ପୂଜାରୀ, ଶିରା ଓ ଦିଶାରିମାନେ ସାଜସଜା ହୋଇ ଖଣ୍ଡା ଧରି ନୃତ୍ୟ ପରିବେଷଣ କରିଥିଲେ | ଲାଠି, କୁର୍ଚି, ଶିରା, ଦିଶାରି ମାନେ ବାଦ୍ୟର ତାଳେ ତାଳେ ନୃତ୍ୟ କରି ବଜାର ପରିକ୍ରମା କରି ମନ୍ଦିର ଠାରେ ପହଞ୍ଚିଥିଲେ | ଶୁକ୍ରବାର ଲାଠି ,କୁର୍ଚି ଓ ଶିରା ପୂଜାରୀ ମାନଙ୍କୁ ନୂତନ ବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇ ବିଦାୟ ଦିଆଯିବ | ଏହି ମଣ୍ଡେଇ ପାଳନରେ ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ରାତ୍ରିରେ ଦେଶୀଆ ନାଟ ଯଥା :- କୋରାପୁଟ ଜିଲା ବୈପାରିଗୁଡା ବ୍ଲକ ଅଧୀନ କ୍ଷେମାବେଡା ଗ୍ରାମର କର୍ଣ୍ଣ ଗୁରୁ ଙ୍କ ନିର୍ଦ୍ଦେଶିତ “କୋଉଠି ହଜିଲା ପ୍ରଥମ ପ୍ରେମ” ଓଉମରକୋଟ ବ୍ଲକ ଅଧୀନ ଭାମିନୀ ଗ୍ରାମର “ଗରିବ ଝିଅର ଲଭ ଷ୍ଟୋରି” ୨ ଟି ଆଦିବାସୀ ନାଟକ ପରିବେଷଣ କରାଯାଇଛି | ଏଥିରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଜିଲାପରିଷଦ ସଭ୍ୟ ଗୁପ୍ତ ବିଶୋଇ, ଡାବୁଗାଁ କଂଗ୍ରେସ ଜୋନ -୧ ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା, ପାପଡାହାଣ୍ଡି ଜିଲାପରିଷଦ ସଭ୍ୟା ଡା. ଲିପିକା ମାଝି, ପ୍ରମୁଖ ଉପସ୍ଥିତ ଥିଲେ | ସଭାପତି ବିନୋଦ ସୌରା, ଉପ ସଭାପତି ସତ୍ୟ ରଞ୍ଜନ ପାତ୍ର, ସଂପାଦକ ରାମ କୁମାର ଗଣ୍ଡ, ସହ ସଂପାଦକ ସୁରେନ୍ଦ୍ର ରେଲି ଓ କୋଷାଧ୍ୟକ୍ଷ ଆର୍ ଶଙ୍କର ରାଓଙ୍କୁ ମନୋନୀତ କରଯାଇଥିଲା । କମିଟି ସଭାପତି ଭାବେ ବିନୋଦ ସୌରା, ଉପସଭାପତି ସତ୍ୟରଞ୍ଜନ ପାତ୍ର, ସମ୍ପାଦକ ରାମକୁମାର ଗଣ୍ଡ, ସହ ସମ୍ପାଦକ ସୁରେନ୍ଦ୍ର ରେଲି, କୋଷାଧ୍ୟକ୍ଷ ଆର. ଶଙ୍କର ରାଓ, କୁନୁ ପାତ୍ର, ତରଣୀ ରେଲୀ, ପାପନା ରେଲି, ଜିତୁ ରେଲୀ, ରାଜୁ ରେଲି, ମନୁ ରେଲି, ଭୈରବ ରାଓ ଓ ଅନ୍ୟ ମାନେ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ସାଧୁତାର ଶପଥ ପାଠ

masiha

ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ବିଭିର୍ନ୍ନ ସମସ୍ୟା ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ସହିତ ଆଲୋଚନା 

masiha

ଏସଏସଆରଭିଏମ୍ ର ଶୈକ୍ଷିକ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!