ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ତୁଳସୀ

ଭଜନ ଅନ୍ତାକ୍ଷରୀ 

ପ୍ରଥମ ଶବ୍ଦ 

ତୁଳସୀ

 ଜୟ ଜଗନ୍ନାଥ

କବି ସୌରଭ
ବୈଜୟନ୍ତୀ ମାଳା ମହାପାତ୍ର

 

ତୁଳସୀ ଚଉରା ଲିପିବା ବେଳରେ

ପ୍ରଭୁ ତୁମକୁ ମୁଁ ଡାକେ

ମଥାରେ ରଖିଲ ତାହାକୁ ଯତନେ

ମୋତେ ଭସାଉଛ ଶୋକେ

ଆହେ ଜଗତ ନାଥ,

ମିନତି ତୁମର ଚରଣରେ ସାଇଁ

ମୋତେ ନ କରିବ କେବେ ଅନାଥ ll

 

ଥୟ ହୁଏ ନାହିଁ ମନଟି ମୋହର

ଯେବେ ତୁମକୁ ନ ଦେଖେ

ଚକା ନୟନରେ ମିଶିଗଲେ ଆଖି

ଦିନଟି ସରଇ ସୁଖେ

ଆହେ ଚକା ନୟନ

ତୁମ ନାମ ଡ଼ାକି ଡାକି ଚାଲିଯାଉ

ଏ ଭବ ସାଗରୁ ଏହି ଜୀବନ ll

 

ନିଜର ବୋଲି ମୁଁ ଭାବୁଛି ତୁମକୁ

ମଣିମା ରଖିବ ମନ

ତୁମ ସରି କେହି ନାହିଁ ହେ ସାଆଁନ୍ତେ

ତୁମେ ତ ବିଶ୍ବ ମୋହନ

ଆହେ ମନ ମୋହନ,

ସଦାଚାର ଢାଳି ନିର୍ମଳ ରଖିବ

ସବୁବେଳେ ପ୍ରଭୁ ଏ ମୋର ମନ ll

 

 ନୟନ ପ୍ରତିମା ନୟନରେ ଥିବ

ଯେତେଦିନ ଥିବି ରହି

ଗଲାବେଳେ ସାଥେ ନେଵ ମହାପ୍ରଭୁ

ଆଉ କିଛି ଲୋଡ଼ା ନାହିଁ

ଆହେ କରୁଣାସିନ୍ଧୁ ,

କରୁଣାକୁ ଉଣା ନ କରିବ ନାଥ

ଢ଼ାଳୁଥିବ ସ୍ବାମୀ କରୁଣା ବିନ୍ଦୁ ll

 

ଦୁଃଖ, ସୁଖ ସବୁ ହେ ତୁମରି ଦାନ

ଯାହା ବି ଦେଉଛ ଦିଅ

ନିରନ୍ତର ରହି ପାଖରେ ମୋହର

ଜୀବନ ନଉକା ବାହ

ଆହେ ବିଶ୍ବ ବିହାରୀ,

ସୁଗମ କରିବ ଚଲାପଥ ମୋର

ଜୀବନ ନାଆର ହୋଇ ନାଉରି ll

 

ରୀତିନୀତି କିଛି ଜାଣି ନାହିଁ ପ୍ରଭୁ

ସବୁଥିରେ ଅଟେ ଅଜ୍ଞ

ହାତ ଛାଡ଼ିଦେଲେ ନିଶ୍ଚେ ବୁଡ଼ିଯିବି

ତିନି ଲୋକର ହେ ବିଜ୍ଞ

ଆହେ ଜଗତ ପତି,

ତୁମ ଶ୍ରୀ ଚରଣେ ଶରଣ ଗଲି ହେ

ଦୂର କରିବନି ଦେବ ହେ ଗତି ll

 

ତିଳେ ମାତ୍ର ଉଣା କରିବନି କୃପା

ଆହେ କାଳିଆ ଠାକୁର

ତୁଳସୀ ଦୟଣା କି ସୁନ୍ଦର ଶୋହେ

ମଥାରେ ପ୍ରଭୁ ତୁମର 

ଆହେ ଭକ୍ତ ବାନ୍ଧବ,

ଭକତରେ ଗଣା ନ କରିଲେ ନାହିଁ

ଭକତିକୁ ଦେଖି ଦେବ ହେ ଠାବ ll

      ଜୟ ଜଗନ୍ନାଥ 

 

ଫୁଲବାଣୀ, କନ୍ଧମାଳ

Related posts

ସାହିତ୍ୟ ଅଗଣା

Sunil Chandra Nayak

ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ହେଲେ କେବିନେଟ ମନ୍ତ୍ରୀ, ଆଜି ଶପଥ ନେଲେ

ଶାନ୍ତି ଶୃଙ୍ଖଳା ର ସହ ଚାଲିଥିବା ବେଳେ ଭୋଟ ଗ୍ରହଣ ର ଶେଷ ସମୟରେ ସେହି ଗ୍ରାମର କେତେକ ଯୁବକ ବାଲଟ ପେପର ଛଡାଇ ନେଇଥିବା ଜଣାପଡିଛି।

Sunil Chandra Nayak

Leave a Comment

error: Content is protected !!