ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ ସଶକ୍ତି ଓ ଅର୍ଥନୈତିକ ବିକାଶ ର ଅଭିବୃଦ୍ଧି ଲକ୍ଷ ନେଇ  ଧର୍ମଗଡ ଠାରେ ଆଭାସି ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀ ଋଣ ସୁଧ ଫେରସ୍ତ

ରାଜ୍ୟ ସରକାର ଆଉ ଏକ ଯୁଗାନ୍ତ ପଦକ୍ଷେପ…

ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ ସଶକ୍ତି ଓ ଅର୍ଥନୈତିକ ବିକାଶ ର ଅଭିବୃଦ୍ଧି ଲକ୍ଷ ନେଇ 
ଧର୍ମଗଡ ଠାରେ ଆଭାସି ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀ ଋଣ ସୁଧ ଫେରସ୍ତ

ଆଜି ରାଜ୍ୟ ସରକାର ଆଉ ଏକ ଯୁଗାନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।ସରକାର ଙ୍କ ଅଧିନ ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ ସଶକ୍ତି ଓ ଅର୍ଥନୈତିକ ବିକାଶ ର ଅଭିବୃଦ୍ଧି ନେଇ ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ବିକାଶ ସକାଶେ ବିଭିନ୍ନ ବ୍ୟାଙ୍କ ଠାରୁ ପ୍ରାପ୍ତ ଋଣ ର ସୁଧ ଫେରସ୍ତ କରିଛନ୍ତି।ଧର୍ମଗଡ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଭାସି ମାଧ୍ୟମରେ ରାଜ୍ୟ ସରକାରଙ୍କ ସଚିବ ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ ଉପାଧ୍ୟକ୍ଷା ଜୁଳି ମେହେର,ଏନ ଏ ସି ଉପାଧ୍ୟକ୍ଷା ମନୀଷା ମିଶ୍ର,ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ,ଶଙ୍କର ପ୍ରସାଦ ଜୁଏଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ।ଧର୍ମଗଡ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିବା ବେଳେ ତାର ଉଦେଶ୍ୟ ଓ ଗୁରୁତ୍ୱ ବିଷୟରେ ବୁଝାଇ ଥିଲେ।ତେବେ ଧର୍ମଗଡ ବ୍ଲକ ଅନ୍ତର୍ଗତ ୨୪୭ଟି ସ୍ୱୟଂ ସହାୟିକା ଗୋଷ୍ଠୀ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଆଣିଥିବା ଋଣ ର ସୁଧ ବାବଦରେ ମୋଟ ୧କୋଟି ୪୦ଲକ୍ଷ ଟଙ୍କା ସରକାର ଫେରସ୍ତ କରିଥିବା ଜଣାପଡ଼ିଛି।କାର୍ଯ୍ୟକ୍ରମ ମାଧ୍ୟମରେ ଫେରସ୍ତ ସୁଧ ଟଙ୍କା ମଞ୍ଚାସିନ ଅତିଥି ମାନେ ବଣ୍ଟନ କରିଥିଲେ।ବ୍ଲକ ର ମୋଟ ୨୪୭ଟି ଏସ ଏସ ଜି ମହିଳା ଙ୍କ ସମେତ ,ଏମ ବି କେ,ସି ଆର ପି କର୍ମୀମାନେ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ।ତେବେ ସରକାର ଙ୍କ ଏଭଳି ଉଦ୍ୟମ ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କ ଅର୍ଥନୈତିକ କ୍ଷେତ୍ରରେ ସହାୟତା ହୋଇପାରିବ ବୋଲି ଗୋଷ୍ଠୀ ଗୁଡିକ ମତ ପ୍ରକାଶ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଟେମରା ସାର୍ବଜନୀନ ଦୁର୍ଗାପୂଜା କମିଟି କର୍ମକର୍ତ୍ତା ଚୟନ

masiha

ମାରଓ୍ବାଡି ଯୁବା ମଞ୍ଚର ନୂତନ କର୍ମକର୍ତ୍ତା ଚୟନ  ସଭାପତି: ଶ୍ରୀ ଶୈଳେଶ କୁମାର ଓ ସମ୍ପାଦକ: ମୁକେଶ କୁମାର ଅଗ୍ରୱାଲ

masiha

ଇମ୍ଫାରେ ବିଶ୍ଵ ପରିବେଶ ଦିବସ ପାଳିତ

masiha

Leave a Comment

error: Content is protected !!