ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ଙ୍କ ନିର୍ବାଚନ ବିଚାର ବିମର୍ସ ସଭା ଅନୁଷ୍ଠିତ

ଆଦିବାସୀ ଙ୍କ ନିର୍ବାଚନ ବିଚାର ବିମର୍ସ ସଭା ଅନୁଷ୍ଠିତ

ନୂଆପଡ଼ା, // ନୂଆପଡ଼ା ଜିଲ୍ଲା ଖଡ଼ିଆଲ କଲ୍ୟାଣ ମଣ୍ଡପ ୨ ଠାରେ ଚଳିତ ସାଧାରଣ ନିର୍ବାଚନ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ନେତୃତ୍ୱ ରେ ଭାନୁ ପ୍ରତାପ ସିଂ ମାଝୀ ମାଝୀ ଙ୍କ ସଭାପତି ରେ ଏକ ନିର୍ବାଚନୀ ବିଚାର ବିମର୍ଶ ସଭା ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଓଡ଼ିଶା ଆଦିବାସୀ କଲ୍ୟାଣ ମହା ସଂଘ ର ସଭାପତି ବାଳକୃଷ୍ଣ ଶବର , ସମ୍ମାନିତ ଅତିଥି ଭାବରେ ବିକ୍ରମ ମାଝୀ , ଜୟରାମ ଶବର, ବିଦୁର ଶବର, ଜଗତ ରାମ ଶବର, ଭୁବନେଶ୍ୱର ମାଝୀ, ଗୀତାଞ୍ଜଳି ଶବର, କାର୍ତ୍ତିକ ମଲ୍ଲିକ,ଲକ୍ଷ୍ମଣ ଦଳ ପ୍ରମୁଖ ମଞ୍ଚାସିନ ଥିଲେ। ସରକାର ଙ୍କ ଲୋକାଭିମୁଖୀ ଯୋଜନା ମାନଙ୍କୁ ଆଦିବାସୀ ସଂଘ ତରଫ ରୁ ପ୍ରଶଂସା କରାଯାଇଥିଲା। ନିୟମ ଅନୁଯାୟୀ (2,) ,୧୯୫୬ କୁ ସରକାର ପ୍ରତ୍ୟାହାର କରି ନେଇଥିବାରୁ ଓ ବର୍ତ୍ତମାନ ଆଦିବାସୀ ଙ୍କ ଉପରେ ଲାଗିଥିବା ପୋଲିସ ,ଜଙ୍ଗଲ ଓ ଅବକାରୀ ବିଭାଗ ଦ୍ଵାରା ସର୍ବମୋଟ ୪୮୦୧୮ ଗୋଟି ମକରଦମା ଗୁଡ଼ିକୁ ଉଠାଇ ଦେଇଥିବାରୁ ନବୀନ ସରକାର ଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ। ନୂଆପଡ଼ା ହେଉଛି ଆଦିବାସୀ ବହୁଳ ଜିଲ୍ଲା ।ହାରାହାରି ୩୭ ପ୍ରତିଶତ ଆଦିବାସୀ ସମ୍ପ୍ରଦାୟ ର ଲୋକେ ବସବାସ କରି ରହନ୍ତି। ବିଗତ ନିର୍ବାଚନ ମାନଙ୍କରେ ନୂଆପଡ଼ା ବିଧାନ ସଭା ନିର୍ବାଚନି ମଣ୍ଡଳୀ ରୁ ସ୍ବର୍ଗତ ମନ୍ତ୍ରୀ ଘାସି ରାମ ମାଝୀ ୯ ଥର ନିର୍ବାଚିତ ହୋଇଥିବା ବେଳେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ରୁ ସ୍ବର୍ଗତ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝି ୫ ଥର ନିର୍ବାଚିତ ହୋଇଛନ୍ତି। ଖଡ଼ିଆଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ଗତ ୨୦୧୪ ମସିହା ରୁ ୨୦୨୩ ମସିହା ପର୍ଯ୍ୟନ୍ତ ଆଦିବାସୀ ଙ୍କ ହାତରୁ ଟିକେଟ ଆସନ ଛଡେଇ ନେଇଥିବାରୁ ଶାସକ ଦଳ ର ପରାଜୟ ହୋଇଅଛି। ଆଦିବାସୀ ମାନେ ସରକାର ବିମୁହା ହୋଇ ଅନ୍ୟତ୍ର ଭୋଟ ପ୍ରଦାନ କରିଥିବାର ଜ୍ୱଳନ୍ତ ନମୁନା। ତେଣୁ ଚଳିତ ସାଧାରଣ ନିର୍ବାଚନ ରେ ଆଦିବାସୀ ଙ୍କୁ ଶାସକ ଦଳର ଟିକେଟ ଦେଲେ ବିଜୟ ସୁନିଶ୍ଚିତ ବୋଲି ପ୍ରକାଶ କରିଥିଲେ।ବିଗତ ଜନତା ଦଳ ସୃଷ୍ଟି ହେବା ଦିନ ଠାରୁ ବିଜୁ ଜନତା ଦଳ ପର୍ଯ୍ୟଟନ କୁ ସ୍ବର୍ଗତ ଦୁଇ ଗୋଟି ଆଦିବାସୀ ନେତା ଙ୍କ ଅମଳ ରୁ ଆଦିବାସୀ ମାନେ ଏହି ଦଳ କୁ ସମ୍ଭାଳି ଆସୁଥିବାର ପ୍ରକାଶ କରିଛନ୍ତି। ଆଦିବାସୀ ଙ୍କ ଏକତା ର ପରିଚୟ ହେତୁ ଆମ୍ଭେ ଏହି ଦଳ କୁ ଜିତାଇ ଆସୁଥୁଲୁ। ଆଜି ମଧ୍ୟ ଆଦିବାସୀ ମାନଙ୍କୁ ଅପେକ୍ଷା କରା ନ ଯାଇ ଜିଲ୍ଲା ର ଦୁଇ ଗୋଟି ଆସନ ରେ ଆଦିବାସୀ କାର୍ଡ ଖେଳିଲେ ସରକାରୀ ଦଳ ସୁନିଶ୍ଚିତ ବିଜୟ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ଶବର ପ୍ରକାଶ କରୁଛନ୍ତି। ସଭାଟିକୁ ସଫଲ୍ୟ ମଣ୍ଡିତ କରିବା ପାଇଁ ଲିଙ୍ଗରାଜ ମାଝୀ , ଗୁନଧର ଶବର ,ପ୍ରତାପ ସିଂହ ମାଝୀ ,ଭୁବନେଶ୍ୱର ଦଳ,ପୂର୍ଣ୍ଣ ଚନ୍ଦ୍ର ଶବର,ଯଦୁମଣି ମାଝୀ,ଜୟ ସିଂ ଚିନ୍ଦା,ସୁବୁଦ୍ଧି ଶବର, ସୋମନାଥ ଶବର,ଧିନ୍ଦୋଲୋ ମାଝୀ, ବଲ୍ ସିଂ ଶବର, ଧନଞ୍ଜୟ ମାଝୀ,ସଦ ସିଂ ଭୋଇ, ବଲହବ ମାଝୀ, ବିଶେଶ୍ୱର ଧରୁଆ ପ୍ରମୁଖ ନେତୃତ୍ୱ ନେଇଥିଲେ।

ସୁଜିତ କୁମାର ପ୍ରଧାନ , ଖଡ଼ିଆଲ

Related posts

ମୁଖ୍ୟମନ୍ତ୍ରୀଙ୍କ ୧୪ତମ ପାଳି ଅଭିଯୋଗ ଶୁଣାଣି ନିୟମିତ ଅଭିଯୋଗ ଶୁଣାଣି ଯୋଗୁ ସରକାରଙ୍କ ପ୍ରତି ଲୋକଙ୍କ ଭରସା ବୃଦ୍ଧି ପାଇଛି

Sunil Chandra Nayak

ସରକାରୀ ଡିଗ୍ରୀ କଲେଜ୍ କୋଷାଗୁମୁଡ଼ା ରେ ଇନ୍ନୋଭେସନ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ 

Sunil Chandra Nayak

ଶିକ୍ଷାବିତ୍ ବିଜୟ ରାମ ପାତ୍ରଙ୍କୁ ଜନ୍ମ ମାଟିରେ ଶ୍ରଦ୍ଧାଂଜଳି 

masiha

Leave a Comment

error: Content is protected !!