ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମପରାୟଣ ବରିଷ୍ଠ ନାଗରିକ ସନ୍ତୋଷ କୁମାର ପାଣିଗ୍ରାହୀ ଙ୍କ ପରଲୋକ

ଧର୍ମପରାୟଣ ବରିଷ୍ଠ ନାଗରିକ ସନ୍ତୋଷ କୁମାର ପାଣିଗ୍ରାହୀ ଙ୍କ ପରଲୋକ

ବରିଷ୍ଠ ଆଇନଜୀବୀ ଶ୍ରୀ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଙ୍କ ଜ୍ୟେଷ୍ଠ ଭ୍ରାତା ଶ୍ରୀ ସନ୍ତୋଷ ପାଣିଗ୍ରାହୀଙ୍କ ୬୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ କିଛି ଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସତ ହେଉଥିଲେ। କିଛି ଦିନ ହାଇଦ୍ରାବାଦରେ ଚିକିତ୍ସିତ ହେବା ପରେ ଆଜି ତାଙ୍କୁ ଘରକୁ ଫେରାଇ ଆଣୁଥିବା ସମୟରେ ରାସ୍ତାରେ ତାଙ୍କର ପରଲୋକ ଘଟିଥିଲା। ଆଜି ସନ୍ଧ୍ୟାରେ ଧର୍ମଗଡ଼ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କର ଏକ ମାତ୍ର ପୁଅ ଡାକ୍ତର ସଂଗ୍ରାମ ପାଣିଗ୍ରାହୀ ମୁଖାଗ୍ନି ଦେଇଥିଲେ।

ସ୍ବର୍ଗତ ପାଣିଗ୍ରାହୀ ଅନେକ ଧାର୍ମିକ ସଙ୍ଗଠନ ସହିତ ଜଡିତ ରହିଥିଲେ।ଧର୍ମଗଡ ଜଗନ୍ନାଥ ମନ୍ଦିର ପରିସରରେ ପ୍ରତିବର୍ଷ ଆୟୋଜିତ ହେଉଥିବା ଅଷ୍ଟ ପ୍ରହର କମିଟି ର ସେ ପ୍ରତିଷ୍ଠାତା ସଭ୍ୟ ଥିଲେ। ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପିଏମ ଜନମନ ଯୋଜନାର ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଫୁଲବାଣୀ ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

Sunil Chandra Nayak

ରାମଲାଲାଙ୍କ ରାଜାଭିଷେକ ଓ କଳସ ଶୋଭାଯାତ୍ରା

masiha

Leave a Comment

error: Content is protected !!