ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୋଲାର ପ୍ଲାଣ୍ଟ ରେ ଭାଲୁ 

ତେନ୍ତୁଳିଖୁଣ୍ଟି ୦୫/୦୫/୨୩ // ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିଗି ଗ୍ରାମ ପଞ୍ଚାୟତ ଚରାମୂଳା ଗ୍ରାମରେ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି।ଏହି ପଂଚାୟତ ରେ ଗତ କିଛିଦିନ ତଳେ ଦିଗି ମନ୍ଦିର ର ଭିତରେ ବୁଲୁଥିବା ଦେଖିବାକୁ ମିଳିଥିଲା।

  ଆଜି ଦିଗି ପଂଚାୟତ ର ଚରାମୂଳା ଗ୍ରାମରେ ଥିବା ଆଦାନୀ ଗ୍ରୁପ ର ସୋଲାର ପ୍ଲାଣ୍ଟ ରେ ତାର ବାଡ଼ ଡେଇଁ ଭାଲୁ  ପସିବା ସହିତ ଗାଁ ଭିତରେ ରେ ଆସୁଥିବା କହୁଛନ୍ତି ଗ୍ରାମବାସୀ।  ଫଳରେ ଗ୍ରାମ ବାସି ଭୟଭୀତ ହୋଇ  ପଡିଛନ୍ତି।।     ଆଜି ଅପରାହ୍ନ ରୁ ସୋଲାର ପ୍ଲାଣ୍ଟ ଭିତରକୁ ତାର ବାଡ଼ କୁ ଡେଇଁ ଯାଇଥିଲା ସେ ଭିତରରୁ ଆଉ ବାହାରି ନ ଥିବା ଜଣାପଡିଛି ବର୍ଷା ଲାଗି ଥିବାରୁ  କେଉଁ ସୋଲାର ତଳକୁ ଲୁଚି କି ରହିଥିବା ଜଣାପଡିଛି। ଚରାମୂଳା ଗ୍ରାମ ନିକଟରେ ଥିବା ଆଜି ଦିନସାରା ସୋଲାର ପ୍ଲାଣ୍ଟ ଭିତରେ ରହିଥିବା ଜଣାପଡିଛି ଯେ କୌଣସି ମୁହୂର୍ତ୍ତ ରେ ଗାଁ ଭିତରେ ପ୍ରବେଶ କରି ପାରେ ବୋଲି ଗ୍ରାମବାସି ବର୍ତ୍ତମାନ ଚିନ୍ତାରେ। ଆଜିକୁ  ପ୍ରାୟ ଏକ ମାସ ହେବ ଏ ଭଳି ଭାଲୁ ଯିବା ଆସିବା  କରିଆସୁଥିବା କହିଛନ୍ତି ସୋଲାର କର୍ମଚାରୀ ମାନେ। ଏବଂ ସେହି ପ୍ଲାଣ୍ଟ ରେ ସୌର ବିଦ୍ୟୁତ୍ ଉତ୍ପାଦନ ହେଉଥିବାରୁ ସଦାସର୍ବଦା କରେଣ୍ଟ ରହୁଛି ଫଳରେ ଭାଲୁ ମାନଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଗ୍ରାମବାସୀ କହିଛନ୍ତ। 

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ବାଲ୍ୟବିବାହ ରୋକିଲା ଚନ୍ଦାହାଣ୍ଡି ପ୍ରଶାସନ

Sunil Chandra Nayak

ଆଜି ଦ୍ଵିତୀୟ ଦିନରେ ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସମସ୍ତ ଅମଲା ମାନେ ସମୂହ ଛୁଟିରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନବରଙ୍ଗପୁର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମରକୋଟ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା  

କଳାହାଣ୍ଡି:ପୋଷ୍ୟ ସନ୍ତାନ ପାଳନ ମାସ ଓ ଶିଶୁ ଦିବସ ପାଳନ

masiha

Leave a Comment

error: Content is protected !!