ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜଗୋପାଳ ନଗରରେ ସରlବ ବନ୍ଦୀ ସମ୍ମେଳନ

ରାଜଗୋପାଳ ନଗରରେ ସରlବ ବନ୍ଦୀ ସମ୍ମେଳନ

ତା.26.02.2024 ଭବାନୀପାଟଣା ସହର ର ସେଣ୍ଟ୍ରାଲ ସ୍କୁଲପାଖ ରାଜଗୋପାଳ ନଗର ଠାରେ ଏକତାପରିଷଦ ଦ୍ୱାରା ଆୟୋଜିତ ସରlବ ବନ୍ଦୀ ସମ୍ମେଳନ କାର୍ଯ୍ୟକ୍ରମ ରେ ଲୋକସମିତି ସଂଗଠନ ର ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ଗିରିଜା ସତୀଶ, ରାଷ୍ଟ୍ରୀୟ ସଂଯୋଜକ ଗଣେଶ ଆଜାଦ, ରାଜ୍ୟ ସଂଯୋଜକ ସିଦ୍ଧାର୍ଥ ନାୟକ, ବିଶିଷ୍ଠ ଆଦିବାସୀ ନେତା ପରମାନନ୍ଦ ମାଝୀ, ଏକତାପରିଷଦର ସଂଯୋଜକ ସରୋଜ ବାଗ ଯୋଗଦେଇଥିଲେ l କାର୍ଯ୍ୟକ୍ରମ କୁ ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ନାୟକ ପରିଚାଳନା କରିଥିଲେ l

    କାର୍ଯ୍ୟକ୍ରମ ରେ ବିଭିନ୍ନ ବସ୍ତି ଅଂଚଳରୁ ମହିଳା ନେତ୍ରୀ ଏବଂ ବିଭିନ୍ନ ସଂଗଠନ ର ସଂଗଠକ ମାନେ ଯୋଗଦେଇଥିଲେ l ଉପସ୍ଥିତ ଜନତାଙ୍କୁ ଭାରତ ବର୍ଷରେ ନିଶlନିବାରଣ ପାଇଁ କିପରି ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯାଇ ତାପାଇଁ ସ୍ୱତନ୍ତ୍ର ଆଇନ ଆଣି ନିଶାକୁ ସମ୍ପୂଣ୍ଣ ଭାବେ ବନ୍ଦ କରାଯାଇପାରିବ ସେ ଉପରେ ଗୁରୁତ୍ୱ ଆରୋପ କରିଥିଲେ l

        ସେହିପରି ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ଆଜାଦ ବିହାର ରାଜ୍ୟରେ କିପରି ଆନ୍ଦୋଳନ ଦ୍ୱାରା ନୀତିଶ ସରକାର ଉପରେ ନିଶା କୁ ବନ୍ଦ କରିବା ପାଇଁ ଚାପ ପ୍ରୟୋଗ କରଯାଇଥିଲା ଯାହାଫଳରେ ବିହାର ରାଜ୍ୟ ରେ ଆଇନ ପ୍ରଣୟନ କରାଯାଇ ନିଶାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରିଥିଲା ସେ ଉପରେ ସୂଚନା ଦେବାସହ ନିଶା ଦ୍ୱାରା ସମାଜର କିପରି କ୍ଷତି ହେଉଛି ସମସ୍ତଙ୍କୁ ଜଣାଇଥିଲେ l

    ଆଦିବାସୀ ନେତା ପରମାନନ୍ଦ ମାଝୀ ଓ ଏକତାପରିଷଦ ର ସଂଯୋଜକ ସରୋଜ ବାଗ, ଜନମ ମାଟି ସୁରକ୍ଷ୍ୟା ସଂଗ୍ରାମ ସମିତି ର ଗିରିଧାରୀ ପାତ୍ର, ଅଭୟ ନାଏକ,ଶକ୍ତିରଞ୍ଜନ ଛତ୍ରିଆ, ବବିତା ରାଣୀ ଦାସ, ବର୍ଷା ସରାଫ, ଅଞ୍ଜଳି ସିଂ, ଉଷା ବେହେରା, ସୁଶାନ୍ତି ବାଗ , ଲକ୍ଷ୍ମୀ ମାଝୀ, ଯଶୋଦା ମାଝୀ, ଜୟନ୍ତୀ ନାଏକ ନିଜ ନିଜ ମତ ଉପସ୍ଥାପନା କରିବା ସହ ଶୀଘ୍ର ସଂଗଠନ ଦ୍ୱାରା ଭବାନୀପାଟଣା ସହରରେ ନିଶl ନିବାରଣ ଉପରେ ଏକ ପଦଯାତ୍ରା ଓ ସଭାର ଆୟୋଜନ କରାଯାଇ ସମସ୍ତ ଙ୍କୁ ସଚେତନ କରାଯିବ ବୋଲି ନିର୍ଣ୍ଣୟ ନେଇଥିଲେ l ଶେଷରେ ଗିରିଧାରୀ ପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଥିଲେ l

କିଶନ ଶର୍ମା , ଭବାନୀ ପାଟଣା 

Related posts

ବ୍ରିଜର ୨୦ଫୁଟ ତଳକୁ ଖସି ପଡିଲା ଅଟୋ, ଡ୍ରାଇଭର୍‌ ମୃତ

masiha

ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

ରାୟଗଡା ଜିଲ୍ଳାରେ ଡିସେମ୍ବର ୧୭ରୁ ଆରମ୍ଭ ହେବ ଧାନ ମଣ୍ଡି

masiha

Leave a Comment

error: Content is protected !!