ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଗୀତ ତରଙ୍ଗ ର ସଂଗୀତ ସନ୍ଧ୍ୟା

ସଂଗୀତ ତରଙ୍ଗ ର ସଂଗୀତ ସନ୍ଧ୍ୟା

ରାଉରକେଲା: ଇସ୍ପାତ ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ସଙ୍ଗୀତ ତରଙ୍ଗ” ର ପ୍ରତିଭା ସମ୍ପନ୍ନ କଳାକାରମାନେ ସେକ୍ଟର ୭ ସ୍ଥିତ ମଧୁ ମଣ୍ଡପ ଠାରେ ଆୟୋଜିତ ଏକ ସଙ୍ଗୀତ ସନ୍ଧ୍ୟାରେ ବଲିଉଡର ସୂରସାମ୍ରଜ୍ଞୀ ଲତା ମଙ୍ଗେସକର ତଥା ଡିସ୍କୋ ଲିଡର ବାପି ଲାହିରୀ ଙ୍କୁ ସେମାନଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଲାୟନ୍ ଶ୍ରୀ ବିନୋଦ ମହୁନ୍ତା , ଡକ୍ଟର ଜୟନ୍ତ ଆଚାର୍ଯ୍ୟ, ବଲଜିତ୍ ସିଂହ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଲତା ଦିଦି ତଥା ବାପି ଦା ଙ୍କ ବିଭିନ୍ନ ସ୍ୱାଦର ଗୀତ ପରିବେଷଣ କରି କଳାକାର ମାନେ ଦର୍ଶକଙ୍କୁ ମନମୁଗ୍ଧ କରିଥିଲେ | ଏଥିରେ ଅନେକ ଲୋକପ୍ରିୟ ଗୀତ ଯେପରି ତେରୀ ଆଖୋନକେ ସିୱା ଦୁନିଆ ମେ, ଅଜୀବ ଦାସ୍ତା ହୈ ୟେ, ତେରେ ବିନା ଜିନ୍ଦେଗୀସେ କୋଇ ଶିକ୍ଵ|, ମାନା ହୋ ତୁମ, ବମ୍ୱେ ସେ ଆୟା ମେରା ଦୋସ୍ତ୍, ୟାଦ୍ ଆରାହା ହେ, ପାନ୍ନା କି ତମାନ୍ନା, ୟାରୀ ହେ, ଉଲାଲା ଉଲାଲା, ଜିମୀ ଜିମୀ ଆଯା, ଦିଦି ତେରା ଦେଵର୍ ଆଦି ରେ ଦର୍ଶକ ଝୁମି ଉଠିଥିଲେ | ବଂଶୀ ଓ ସେକ୍ସୋଫୋନ ରେ ୟେ ଦିଲ୍ ତୁମ୍ ବିନ୍, ତୁଝେ ଜୀଵନ୍ କି ଡୋର୍ ସେ, କୋରା କାଗାଜ୍ ଥା ୟେ ମନ୍ ଗୀତ ର ଧୁନ୍ ପରିବେଷଣ କରି ବଲଜିତ୍ ସିଂହ, ବିନୋଦ ମହୁନ୍ତା ଓ ଡକ୍ଟର ଜୟନ୍ତ ଆଚାର୍ଯ୍ୟ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ | ଅନୁଷ୍ଠାନର ଉପଦେଷ୍ଟା ଆରଏସପି ଲୋକସମ୍ପର୍କ ବିଭାଗର ଅଧିକାରୀ ଅର୍ଚ୍ଚନା ଶତପଥୀ , ଡକ୍ଟର ପ୍ରଦୀପ କୁମାର ସାହୁ ଙ୍କ ସହିତ ବହୁ କଣ୍ଠଶିଳ୍ପୀ ଇତି ପଟ୍ଟନାୟକ, ସଙ୍ଗୀତା ପାତ୍ର, ରୀନା କଦମ୍ବାଲା, ମିନତୀ ତ୍ରିପାଠୀ, ଝୁନୁ ନାୟକ, ହିମାନି ମହାପାତ୍ର ଦେବୋଜିତ୍ ରାଭା,ସନ୍ତୋଷ ଦାସ, ସତ୍ୟବ୍ରତ ମହାନ୍ତି, ପ୍ରଦୀପ ମହନ୍ତ, ଅଜୟ ଖଟୁଆ, ଅଶ୍ଵିନୀ ସିଂହ, ଅଶୋକ ପଟେଲ, ରାମଚନ୍ଦ୍ର ମହନ୍ତ, ହଲିନ୍ଦର୍ ବଡାଇକ, ଜଗନ୍ନାଥ ସାହୁ, ବନୋଜ ଦାସ, ବିଭୁଦତ୍ତ ରଥ, ସୌମେନ୍ଦ୍ର ଦାସ, ରଞ୍ଜିତ ଗୁପ୍ତା ପ୍ରମୁଖ ଯୋଗ ଦେଇ ସଂଗୀତ ପରିବେଷଣ କରିଥିଲେ। ଫିରୋଜ୍ ଓ ଅଶ୍ଵିନୀ କାର୍ଯ୍ୟକ୍ରମ ସଂଯୋଜନା ପୁର୍ବକ ଲତା ଓ ବାପି ଦା ଙ୍କ ସଙ୍ଗୀତମୟ ଜୀବନ ଉପରେ ଆଲୋକପାତ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ମାନବ ଅଧିକାର ଦିବସ ପାଳିତ

masiha

ଶାନ୍ତି ଶକ୍ତି ଭବନରେ ଆଧ୍ୟାତ୍ମିକ ସମାରୋହ; ଦାଦି ପ୍ରକାଶମଣିଙ୍କୁ ଶ୍ରଦ୍ଧା ସୁମନ ଏବଂ ଆସିକା ଉପକାରାଗାରରେ ଅନ୍ତେବାସୀଙ୍କୁ ରକ୍ଷାସୂତ୍ର

Sunil Chandra Nayak

ସ୍ବରାଗିଣୀ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ 

masiha

Leave a Comment

error: Content is protected !!