ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଦାମ ପାହାଡ଼ରେ ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ସ୍ବେଛାସେବୀ ସଂସ୍ଥା ” ପିପୁଲ ଉଇଥ ଏଚଆଇଭି” ତରଫରୁ ପୁଷ୍ଟିକର ଖାଦ୍ୟ ବଣ୍ଟନ

ବାଦାମ ପାହାଡ଼ରେ ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ସ୍ବେଛାସେବୀ ସଂସ୍ଥା ” ପିପୁଲ ଉଇଥ ଏଚଆଇଭି” ତରଫରୁ ପୁଷ୍ଟିକର ଖାଦ୍ୟ ବଣ୍ଟନ

ରାଇରଙ୍ଗପୁର – ୧୭/୦୬ —  ମଙ୍ଗଳବାର ଦିନ ସକାଳ ୮.୩୦ ମିନିଟ ସମୟରେ ବାଦାମ ପାହାଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ କଳିଙ୍ଗ ନେଟୱର୍କ ଫର୍ ପୁପିଲ ଉଇଥ ଏଚ୍ଚଆଇଭି ଏଡ୍ସ ର ଏନଜିଓ ସଂସ୍ଥା ଦ୍ଵାରା ପ୍ରଧାନ ମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ର ଏକ କାର୍ଯକ୍ରମ ହେଇଥିଲା । ଏହି କାର୍ଯକ୍ରମ ରେ ବାଦାମ ପାହାଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ର ଚିକିତ୍ସା ଅଧିକାରୀ ଡାକ୍ତର ରିତେଶ ଚୈତନ୍ୟ, ବରିଷ୍ଠ ଯକ୍ଷ୍ମା ତଦାରଦକାରୀ ରୋହିତ କୁମାର ବାରିକ, ପିଏଚ୍ଇଓ ହିମାଂଶୁ ଶେଖର ବେହେରା ଓ କଳିଙ୍ଗ ନେଟୱର୍କ ର କର୍ମଚାରୀ ନୀଳୟ କୁମାର ମହାନ୍ତ ଙ୍କ ଉପସ୍ଥିତି ରେ କୁସୁମୀ ବ୍ଲକ ର ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଥିଲା । ଏହି ପୁଷ୍ଟିକର ଖାଦ୍ୟ ପୁଡିଆ ରୋଗୀ ଭଲ ହେବା ପର୍ଯ୍ୟନ୍ତ ବଣ୍ଟନ ଚାଲୁରହିବ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବାରିକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା 

masiha

କନ୍ଦରପୁର କ୍ଲଷ୍ଟର ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ 

Sunil Chandra Nayak

ବୀର ସହୀଦ ଲକ୍ଷ୍ମଣ ନାଏକଙ୍କ ୧୨୬ତମ ଜନ୍ମ ଜୟନ୍ତୀ ପାଳନ 

Sunil Chandra Nayak

Leave a Comment

error: Content is protected !!