ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଯନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର ନିକଟରେ ଲୋକାର୍ପଣ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ
ଭବାନୀପାଟଣା : ତା. 25.3.2025 ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ନିକଟରେ ଲୋକାର୍ପିତ ହେବାକୁ ଯାଉଥିବା ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ସାଧାରଣ ଜନତାଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇଦେବା ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା – ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ( AB PMJAY – GJAY ) ଏବଂ ଆୟୁଷ୍ମାନ ବାୟୋ ବନ୍ଦନା ଯୋଜନା ( AVVY ) ବାବଦକୁ ଜିଲ୍ଲାସ୍ତରୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଯୋଜନା ଟି ୨୦୨୫ ଏପ୍ରିଲ ମାସର ପ୍ରଥମ ସପ୍ତାହରେ ଶୁଭାରମ୍ଭ ହେବାକୁ ଯାଉଛି । ଏହା କଳାହାଣ୍ଡି ଜିଲ୍ଲାର ସମସ୍ତ ୪୬ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ( PHC ) ଗୁଡିକରେ ସାମୟିକ ଭାବେ ଅନୁଷ୍ଠିତ ହେବ । ଏଥିରେ ପ୍ରତି PHC ର ପ୍ରତି ଗ୍ରାମରୁ ୨୫ ଜଣ ଲେଖାଏଁ ହିତାଧିକାରୀଙ୍କୁ ଏହି କାର୍ଡ ଗୁଡିକ ପ୍ରଦାନ କରାଯିବ । ପ୍ରାୟ ୧୦୦୦ ଲୋକଙ୍କ ଜନ ସମାଗମ ପ୍ରତି PHC Level ରେ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଉପସ୍ଥିତ ଥିବା ପ୍ରଶାସନିକ ଅଧିକାରିଣୀ ( Administrative Officer ) ସ୍ନିଗ୍ଧାରାଣୀ ପ୍ରଧାନ, ସରକାରଙ୍କ ଦ୍ଵାରା ଲୋକାର୍ପିତ ହେବାକୁ ଯାଉଥିବା ଅନ୍ୟ ଏକ ନୂତନ ଯୋଜନା ଆୟୁଷ୍ମାନ ବାୟୋ ବନ୍ଦନା ଯୋଜନା ( AVVY ) ଉପରେ ଆଲୋକପାତ କରିଥିଲେ । ଏହି ଯୋଜନା ଦ୍ଵାରା ସମସ୍ତ ପ୍ରାପ୍ତ ବୟସ୍କ ପୌଢ, ଯାହାର ବୟସ ୭୦ ବର୍ଷ କିମ୍ବା ତଦୁର୍ଦ୍ଧ, ଯେ କୌଣସି ବର୍ଗର ହୋଇଥିଲେ ମଧ୍ୟ ସେ ସମସ୍ତଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ ରଖିଛନ୍ତି । ଏଥିରେ ସମସ୍ତ AB PMJAY – GJAY ଯୋଜନାର ସମସ୍ତ ହିତାଧିକାରୀ ସାମିଲ ହେବେ । ଏଥି ସହିତ ESIC ବା CGHS ର ହିତାଧିକାରୀ ନିଜ ଇଚ୍ଛା ମୁତାବକ AB PMJAY କିମ୍ବା ESIC / CGHS ଭିତରୁ ଯେ କୌଣସି ଗୋଟିଏ ଯୋଜନାରେ ସାମିଲ ହୋଇ ପାରିବେ । NHA ର ଆକଳନ ମୁତାବକ ୧୭,୩୨,୫୬୯ ଲକ୍ଷ୍ୟ ପରିବାର ( ୨୩,୧୨,୯୭୯ ସଦସ୍ୟ ) ଏହି ଆୟୁଷ୍ମାନ ବାୟୋ ବନ୍ଦନା ଯୋଜନା ଦ୍ୱାରା ଓଡ଼ିଶାରେ ଉପକୃତ ହୋଇପାରିବେ । ବର୍ତ୍ତମାନ ସୁଦ୍ଧା ଆୟୁଷ୍ମାନ ବାୟୋ ବନ୍ଦନା ଯୋଜନାରେ AB PMJAY – GJAY ରେ ପ୍ରାୟ ୧୭ ଲକ୍ଷ ସଦସ୍ୟ ସାମିଲ ହୋଇସାରିଛନ୍ତି ଏବଂ ପୁନଶ୍ଚ ୬ ଲକ୍ଷ ହିତାଧିକାରୀଙ୍କୁ ନୂତନ ଭାବେ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏଭଳି AAVY ରେ ନୂତନ ଭାବେ ୩.୫୨ କୋଟି ହିତାଧିକାରୀ ହୋଇପାରିବେ ଏବଂ ୩.୫ ଲକ୍ଷ୍ୟ ମୃତବ୍ୟକ୍ତି ମଧ୍ୟ ଏହି AB PMJAY – GJAY Database ରୁ Delete କରାଯାଉଛି । ଏହି ଯୋଜନାରେ ସାମିଲ ହେବା ପାଇଁ ଯେ କୌଣସି ହିତାଧିକାରୀ ସହଜ କେନ୍ଦ୍ର ( CHC Centre ) ରେ ଆଶା / ଅଙ୍ଗନବାଡି କର୍ମୀ ସହାୟତାରେ କିମ୍ବା ସରକାରୀ ୱେବସାଇଟ WWW.beneficiary.nha.gov.in କିମ୍ବା ନିଜ Android Mobile ରେ Google Play Store କୁ ଯାଇ Ayushman App Download କରି ଏହା ଜରିଆରେ ନିଜେ ମଧ୍ୟ ଆବେଦନ କରିପାରିବେ । AB PMJAY – GJAY Scheme ର କାର୍ଡ ପାଇବା ପୂର୍ବରୁ ମଧ୍ୟ ଲୋକେ ଏହି ଯୋଜନାର ସୁଫଳ ନେଇପାରିବେ । ହିତାଧିକାରୀଙ୍କୁ OTP ଜରିଆରେ ID Card No. ଯୋଗାଇ ଦିଆଯିବ । ବିନା ID Card No. ରେ ମଧ୍ୟ ଜଣେ ହିତାଧିକାରୀ ସ୍ୱାସ୍ଥ୍ୟସେବା ପାଇପାରିବେ । Empanelled Hospitals ରେ ଥିବା PMAM ( ପ୍ରଧାନ ମନ୍ତ୍ରୀ ଆରୋଗ୍ୟ ମିତ୍ର ) କିମ୍ବା ସ୍ଵାସ୍ଥ୍ୟ ମିତ୍ର ଏଥିରେ ହିତାଧିକାରୀଙ୍କୁ ସହଯୋଗ କରିବେ କିମ୍ବା ହିତାଧିକାରୀ ନିଜେ ମଧ୍ୟ Health Helpline ୧୦୪ କିମ୍ବା IT Help Line ୧୫୫୩୬୯ କୁ Call କରି ନିଜ ଆଧାର ନମ୍ବର କିମ୍ବା Health Card No. ଦେଇ ମଧ୍ୟ ସ୍ଵାସ୍ଥ୍ୟସେବା ପାଇପାରିବେ । ଯଦି ହିତାଧିକାରୀଙ୍କ ଆଧାର ନମ୍ବର କିମ୍ବା ID ନମ୍ବର Mismatch ହେଉଥାଏ ତେବେ Hospital ଗୁଡିକ କୌଣସି ହିତାଧିକାରୀଙ୍କୁ ସ୍ଵାସ୍ଥ୍ୟ ସେବାରୁ ବଞ୍ଚିତ କରି ପାରିବେ ନାହିଁ । ପ୍ରଥମ ୭ ଦିନର ସ୍ଵାସ୍ଥ୍ୟ ସେବା ଖର୍ଚ୍ଚ ସରକାର ନିଜେ ରାଜ୍ୟ ବଜେଟରୁ ବହନ କରିବେ । ସ୍ଵାସ୍ଥ୍ୟ ଚେତନା ରଥ ( Swasthya Chetana Ratha ) ପ୍ରତି ଗ୍ରାମରେ ବୁଲିବୁଲି ଲୋକଙ୍କୁ ଏହି ଯୋଜନା ସମ୍ପର୍କରେ ସଚେତନ କରିବ । ଏହି ଯୋଜନା ର ସଫଳ ରୂପାୟନ କ୍ଷେତ୍ରରେ ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଯତ୍ନବାନ୍ ହୋଇ ନିଜର କାର୍ଯ୍ୟ ତୁଲାଇ ବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲା ମୁଖ୍ୟ ସ୍ଵାସ୍ଥ୍ୟ ଅଧିକାରୀ ଡଃ. ମିନତୀ ଲତା ଦାସ, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଦୟାମୟ ପାଢୀ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ରଞ୍ଜନ ମିଶ୍ର, ପ୍ରଶାସନିକ ଅଧିକାରୀ ସ୍ନିଗ୍ଧାରାଣୀ ପ୍ରାଧାନ, ସମସ୍ତ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ର ଜଣସ୍ଵାସ୍ଥ୍ୟ ଅଧିକାରୀ, headquarter ଫର୍ମାସିଷ୍ଟ, ସମସ୍ତ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର ନୋଡାଲ ଅଫିସର, Dist. Coordinator SHAS ବିଭୁ ଚରଣ ନାଏକ, Asst. Dist. Coordinator ପୁଷ୍ପାଞ୍ଜଳି ସାହୁ, ସମସ୍ତ BDOs, Tahasildars, ଜିଲ୍ଲାସ୍ତରୀୟ ଅଧିକାରୀ, Dist. Coordinator CSC ପ୍ରମୁଖ ଉପସ୍ଥିତ ଥିଲେ ।
( ମ ନି ସ )

