ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀଙ୍କ “ମନ କି ବାତ” କର୍ମଶାଳା 

ପ୍ରଧାନମନ୍ତ୍ରୀଙ୍କ “ମନ କି ବାତ” କର୍ମଶାଳା 

 ବ୍ରହ୍ମପୁର,୫/୮ ଗଞ୍ଜାମ ଜିଲ୍ଲା ସ୍ତରୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍’ ପ୍ରସାରଣ ପାଇଁ ବିଜେପି ପକ୍ଷରୁ ଏକ କର୍ମଶାଳା ସ୍ଥାନୀୟ ଗିରି ରୋଡ ସ୍ଥିତ ପାଢୀ ସେଲିବ୍ରେସନ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ସରୋଜ ସାବତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କର୍ମଶାଳାରେ ତୃଣମୂଳ ସ୍ତରରୁ କିପରି ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କର୍ମଶାଳାର ମୁଖ୍ୟ ଆଲୋଚନା ଓ ବିବରଣୀ ଜିଲ୍ଲା ର ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀର ସଂଯୋଜକମାନେ ଏହି କର୍ମଶାଳାରେ ଯୋଗଦେଇଥିଲେ।ଏହି କର୍ମଶାଳା “ମନ କି ବାତ୍” ର ଓଡ଼ିଶା ପ୍ରଦେଶର ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା “ମନ କି ବାତ୍”ପ୍ରଭାରୀ ଠାକୁର ରଞ୍ଜିତ ଦାଶ ଯୋଗଦେଇ ବୁଥ୍ ସ୍ତରରୁ ସଂଗଠନ କୁ ସୁଦୃଢ କରିବା ଏବଂ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଭାରତୀୟ ଜନତା ପାର୍ଟିର ଦେବଦୁର୍ଲଭ କାର୍ଯ୍ୟ କର୍ତ୍ତା ଙ୍କୁ ପରାମର୍ଶ ଦେବା ସହ ପ୍ରତେକ ମାସ ର ଶେଷ ରବିବାର ରେ ହେଉଥିବା ମନ କି ବାତ୍ ର ଉପଯୋଗୀତା ଉପରେ ମଧ୍ୟ ଆଲୋଚନା କରିଥିଲେ l ଏହି କର୍ମଶାଳା ରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ କାହ୍ନୁ ଚରଣ ପତି, ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସୁରେଶ କୁମାର ପାଢ଼ୀ,ଜିଲ୍ଲା ଉପସଭାପତି ପ୍ରଭାତ କିରଣ ଷଡଙ୍ଗୀ, ଜିଲ୍ଲା ସାଧାରଣ ସମ୍ପାଦକ ସିଦ୍ଧାନ୍ତ ଗଙ୍ଗ ଦେବ ପ୍ରମୁଖ ମଞ୍ଚାସୀନ ରହି ମନ କି ବାତ୍ କାର୍ଯ୍ଯକ୍ରମକୁ ଏକ ଜନଆନ୍ଦୋଳନରେ ପରିଣତ କରିବାକୁ ପରାମର୍ଶ ଦେଇଥିଲେ।ସାଧାରଣ ଲୋକଙ୍କ ଲୁକ୍କାୟିତ ପ୍ରତିଭା ଏବଂ ଭୂତଳ ସ୍ତରର ସଫଳତାକୁ “ମନ୍ କି ବାତ୍” ଜରିଆରେ ଲୋକଲୋଚନକୁ ଆଣିବା ନେଇ ଆଲୋଚନା ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ସାଙ୍ଗଠନିକ ଜିଲ୍ଲାର ବ୍ରହ୍ମପୁର, ଛତ୍ରପୁର, ଚିକିଟି, ଦିଗପହଣ୍ଡି , ଗୋପାଳପୁର୍ ନିର୍ବାଚନ ମଣ୍ଡଳୀ ର ମଣ୍ଡଳ ସଭାପତି, ମଣ୍ଡଳ ପ୍ରଭାରୀ, ମଣ୍ଡଳ ସେକ୍ରେଟାରୀ, ମଣ୍ଡଳ ର “ମନ କି ବାତ୍” ପ୍ରମୁଖ, ଜିଲ୍ଲା କମିଟିର ରତ୍ନଗର୍ଭା ସରସ୍ୱତୀ ଦେବୀ, ପ୍ରବୀର ପାତ୍ର, ସବିତା ସାହୁ,ବନିତା ସାହୁ, ମୀନା ଦ୍ୟାନ ସାମନ୍ତରାୟ, ପ୍ରଦୀପ ନାୟକ,ଶିବ ଶଙ୍କର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ସାଇନିଂ ରକର୍ସ ଏକାଡେମୀର ବାର୍ଷିକ ଉତ୍ସବ: ଓଡ଼ିଶା ସାଇନିଂ ଆଇକନ୍ସ-୧୦ ଆସନ୍ତା ୧୯ରେ…..

Sunil Chandra Nayak

ଧର୍ମଗଡ ଏନଏସି ରେ ‘ସୁଭଦ୍ରା’ ରଥର ଶୁଭାରମ୍ଭ।

masiha

ସୁଚରିତା ସିଲେଇ ଶିକ୍ଷା କେନ୍ଦ୍ର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!