ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶାଖାପାଟଣା ଟ୍ରେନ ମ୍ପ୍ରସାରଣ ପାଇଁ ଜି ଏମ ଙ୍କୁ ଦାବିପତ୍ର ପ୍ରଦାନ

ବିଶାଖାପାଟଣା ଟ୍ରେନ ମ୍ପ୍ରସାରଣ ପାଇଁ ଜି ଏମ ଙ୍କୁ ଦାବିପତ୍ର ପ୍ରଦାନ

ଜୁନାଗଡ଼ ୨୭/୨(ମ ନି ସ)-ଟ୍ରେନ ନମ୍ବର 58504/58503 ବିଶାଖାପାଟଣା ରାୟଗଡା ଟ୍ରେନ ଯାହାକି ଅଳ୍ପଦିନ ତଳେ ଭବାନୀପାଟଣା ପର୍ଯନ୍ତ ସମ୍ପ୍ରସାରଣ ହୋଇ ଥିଲା, ସେହି ଟ୍ରେନ କୁ ଜୁନାଗଡ଼ ପର୍ଯନ୍ତ ସମ୍ପ୍ରସାରଣ କରି ଏହାକୁ ଏକ୍ସପ୍ରେସ ଟ୍ରେନ ରୂପେ ଚଳାଚଳ ପାଇଁ ପୂର୍ବତନ ନଗରପାଳ ସୁଧାଂଶୁ ଶେଖର ବରାଡ଼, ବଣିକ ସଂଘ ସମ୍ପାଦକ ପ୍ରଭାତ କୁମାର ଦାସ ଓ କଂଗ୍ରେସ ନେତା ସାଉଲ ମଙ୍ଗରାଜ ପ୍ରମୁଖ ଭୁବନେଶ୍ୱର ଠାରେ ଜେନେରାଲ ମ୍ୟାନେଜେର ଇଷ୍ଟ କୋଷ୍ଟ ରେଲୱେ ଙ୍କ ସେକ୍ରେଟାରୀ ଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି l ଉକ୍ତ ଟ୍ରେନ ଚାଲିଲେ ମୁଖ୍ୟତ ଧର୍ମଗଡ଼ ସୁବଡ଼ିଭିଜନ ସମେତ ପଡୋଶୀ ଛତିଶଗଡ ଓ ପଡୋଶୀ ଜିଲ୍ଲା ର ବହୁ ସଂଖକ ରେଳ ଯାତ୍ରୀ ଉପକୃତ ହେବେ l ମେଡିକାଲ କାମରେ ବିଶାଖାପାଟଣା ଉପରେ ନିର୍ଭର ପ୍ରାୟ ସମସ୍ତ ଯାତ୍ରୀ ଉପକୃତ ହେବେ ବୋଲି ଦାବିପତ୍ର ଦେଇଥିବା ସମସ୍ତ ନେତୃ ବୃନ୍ଦ ଆଶା ପ୍ରକାଶ କରିଛନ୍ତି।ଏପରିକି ତୁରନ୍ତ ରୋଗୀ ବିଶାଖାପାଟଣା ରେ ପହଂଚିବା ପାଇଁ ଏହାକୁ ଏକ୍ସପ୍ରେସ ଟ୍ରେନଭାବେ ଚଳାଚଳ ହେଲେ ଉପାନ୍ତ ଅଂଚଳର ଲୋକେ ବିଶେଷ ଭାବେ ଉପକୃତ ହେବେ ବୋଲି ଦାବି କରିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ ଜିଲ୍ଲାର ଚାଷୀ ଭାଇ ଭଉଣୀ ମାନଙ୍କୁ ସି ଏମ କିଷାନ ସହାୟତା ରାଶି ହସ୍ତାନ୍ତର

Sunil Chandra Nayak

ବିଧାୟକଙ୍କ ହସ୍ତକ୍ଷେପ ଫଳରେ କଲେଜକୁ ହେଲା ପିଚୁ ରାସ୍ତା

କଳାହାଣ୍ଡି ଜିଲ୍ଳା ଯୋଜନା କମିଟି ର ଅଧ୍ୟକ୍ଷ ଙ୍କୁ ଜିଲ୍ଳା ବ୍ୟାପି ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!