ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ବସ୍ତା,୨୯/୦୨: ବସ୍ତା ଥାନା 60ନମ୍ୱର୍ ଜାତୀୟ ରାଜପଥ ହଳଦୀପଦା ରାଜଧାନୀ ଢ଼ାବା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଆଜି ସକାଳେ ହଳଦୀପଦା ରାଜଧାନୀ ଢ଼ାବା ନିକଟରେ ରାସ୍ତା ପାରିହେଉଥିବା ସମୟରେ ଜଣେ ଯୁବକ ଙ୍କୁ ଅଜଣା ଗାଡି ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଥିଲା। ସ୍ଥାନୀୟ ଲୋକ ପୋଲିସ କୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ବସ୍ତା ଚିକିତ୍ସାଳୟକୁ ପଠାଇଥିବା ଜଣାଯାଇଛି। ତେବେ ଯୁବକ ଜଣକ କିଏ ତାହାର କୌଣସି ପରିଚୟ ମିଳିନଥିବା ବେଳେ ହାତରେ ଥିବା ଏକ ଟାଟୁ ରେ ସୁରେନ୍ଦ୍ର ଲେଖାଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି। ଏନେଇ ବସ୍ତା ଥାନା ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ମଲଦା କଟଲପଶି ରାସ୍ତାରେ ୧୪ ଚକିଆ ଦୁର୍ଘଟଣାରେ ମହିଳା ମୃତ 

masiha

ଅଜଣା ଗାଡି ଧକ୍କାରେ ଜଣେ ମୃତ 

masiha

ଅବକାରୀ ଚଢାଉ ,ମଦ ଜବତ ଓ ୨ ଗିରଫ

Sunil Chandra Nayak

Leave a Comment

error: Content is protected !!