ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁସ୍କୁଟି ଗ୍ରାମ ପଞ୍ଚାୟତରେ ଶୁଭାରମ୍ଭ ହେଲା ଆମ  ବ୍ୟାଙ୍କ୍ ସେବା

ମୁସ୍କୁଟି ଗ୍ରାମ ପଞ୍ଚାୟତରେ ଶୁଭାରମ୍ଭ ହେଲା ଆମ  ବ୍ୟାଙ୍କ୍ ସେବା

ରୁପ୍ରା, ୨୯/୨ (ମନିସ) : ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏକାନ୍ତ ଆବଶ୍ୟକ ଓ ଏହା ସରକାରଙ୍କ ପାଇଁ ପ୍ରମୁଖ ପ୍ରାଥମିକତା ଅଟେ। ମାତ୍ର ରାଜ୍ୟରେ ବ୍ୟାଙ୍କିଙ୍ଗ୍ ଭିତ୍ତିଭୂମି କମ୍ ଥିବାରୁ ଲୋକେ ବହୁତ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଜଟିଳ ସମସ୍ୟା ସୃଷ୍ଟି ହେଉଛି। ବିଶେଷକରି ଗ୍ରାମାଞ୍ଚଳରେ ଲୋକେ ବ୍ୟାଙ୍କ୍ ସେବାରୁ ବଞ୍ଚିତ ହେଉଥିବାରୁ ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ନିରବଛିନ୍ନ ବ୍ୟାଙ୍କ୍ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବା ସହ ନଭେମ୍ବର ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଗ୍ରାମାଞ୍ଚଳରେ ଆମ ବ୍ୟାଙ୍କ୍ ସେବାର ଶୁଭାରମ୍ଭ କରିଥିଲେ। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୨୦୦୦ ଆମ ବ୍ୟାଙ୍କ୍ ସେବା କେନ୍ଦ୍ର ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ନର୍ଲା ବ୍ଲକ୍ ଅଧିନ ମୁସ୍କୁଟି ଗ୍ରାମ ପଞ୍ଚାୟତ ସମେତ ଭୀମକେଲା, ମାଣ୍ଡେଲ, ବାଗପୁର ଓ ଭାନପୁର ଗ୍ରାମ ପଞ୍ଚାୟତରେ ଠାରେ ମଧ୍ୟ ଆମ ବ୍ୟାଙ୍କ୍ ସେବା ଶୁଭାରମ୍ଭ ହୋଇଯାଇଛି। ମୁସ୍କୁଟି ଗ୍ରାମ ପଞ୍ଚାୟତରେ ସରପଞ୍ଚ ଶ୍ରୀମତୀ ସଞ୍ଜୁଲତା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ମହାନ୍ତି (ମୁନା), ସମ୍ମାନିତ ଅତିଥିଭାବେ ନର୍ଲା ବିଡିଓ ଶ୍ରୀଯୁକ୍ତ ରିପୁନାଥ ସୁନା,  ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ରୁପ୍ରା ଶାଖାର ମ୍ୟାନେଜର ଶ୍ରୀଯୁକ୍ତ ଦିନେଶ ପଧାନ, ପୂର୍ବ ସରପଞ୍ଚ ଶ୍ରୀମତୀ ରୁଦନା ସୂନା, ପିଇଓ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସାହୁ ଓ ଗ୍ରାମ ରୋଜଗାର ସେବକ ଶ୍ରୀଯୁକ୍ତ ଫକୀର ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ। CSP ଅଧିକାରୀ ଶ୍ରୀ ତହସିଲ ସାହୁ, MBK ଶ୍ରୀମତୀ ଛବିଲା ସାହୁ, ସମାଜସେବୀ ତଥା ମୁସ୍କୁଟି ସରପଞ୍ଚ ପ୍ରତିନିଧି ଶ୍ରୀ ପତିତପାବନ ଭୋଇ, କର୍ମଚାରୀ ଶ୍ରୀ ଛନ୍ଦା ଚରଣ ଗହୀରଙ୍କ ସମେତ ସମସ୍ତ ୱାର୍ଡ଼ ମେମ୍ବର ଓ ମିଶନ ଶକ୍ତି କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଅଞ୍ଚଳର ଶତାଧିକ ମହିଳା ଓ ସାଧାରଣ ଜନତା ଉପସ୍ଥିତ ଥିଲେ। ଶେଷରେ ପିଇଓ ଶ୍ରୀ କୃଷ୍ଣଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।  

ରିପୋର୍ଟ :- ଅଜୟ କୁମାର ସେନାପତି

Related posts

ଲଗାଣ ବର୍ଷାରେ ମାଟିଘର ଭୁଷୁଡ଼ି ବ୍ୟକ୍ତିଙ୍କ ମ୍ରୁତ୍ୟୁ, ଘଟଣାସ୍ଥଳରେ ପହଞ୍ଚିଲେ ପୁଲିସ ଓ ଜନ ପ୍ରତିନିଧି

masiha

ରାଇରଙ୍ଗପୁର ଆରଟିଓ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ବାଇକ୍ ପିକଅପ୍ ଭେନ୍ ମୁହାଁମୁହିଁ; ଦୁଇ ମୃତ ; ବାଇକ୍ ଜଳିଗଲା

masiha

ଲାଞ୍ଜିଗଡ଼କୁ ଦିନିକିଆ ଗସ୍ତରେ ସ୍ଵତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ

Sunil Chandra Nayak

Leave a Comment

error: Content is protected !!