ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର: ସାନପାଖଣା ରେ ପୁଷ୍ଟି ଶସ୍ତ୍ର ଖାଦ୍ୟ ମେଳା

ରାଇରଙ୍ଗପୁର: ସାନପାଖଣା ରେ ପୁଷ୍ଟି ଶସ୍ତ୍ର ଖାଦ୍ୟ ମେଳା

 ମୟୂରଭଞ୍ଜ -୦୧/୦୩ ( ମସିହା) ରାଇରଙ୍ଗପୁର ବ୍ଳକର ସାନପାଖଣା ପଞ୍ଚାୟତର ସାନପାଖଣା ଗ୍ରାମ ଶିବ ମନ୍ଦିର ନିକଟରେ ଆତ୍ମା , ମୟୂରଭଞ୍ଜ,ଓ୍ବାସନ ,ଭୁବନେଶ୍ବର ସହଯୋଗରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ (ଆଇଆର ଡିଏମଏସ) ଆନୁକୁଲ୍ୟରେ ପୁଷ୍ଟି ଶସ୍ୟ ମେଳା କାର୍ଯ୍ୟକ୍ରମ ଆଜି ଶୁକ୍ରବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ସରପଞ୍ଚ ସାଓ୍ବାନା ମାଝୀ, ରାଇରଙ୍ଗପୁର ବ୍ଳକ ଭାରାପ୍ରାପ୍ତ କୃଷି ଅଧିକାରୀଣୀ ଧରିତ୍ରୀ ଟୁଡୁ, ସହକାରୀ କୃଷି ଅଧିକାରିଣୀ ଅଙ୍କିତା ନାଏକ,ବିପିଏମ ଶାନ୍ତନୁ ସାହୁ,ବ୍ଳକ ମିଶନ ଶକ୍ତି ଫେଡେରେସନ ସଭାନେତ୍ରୀ ଲୀଳାବତୀ ମହାନ୍ତ,ଇସି ମୀନା ମହାନ୍ତ,IRDMS ବ୍ଳକ ସଂଯୋଜକ ଅଜୟ କୁମାର ପାତ୍ର, ଆକାଉଣ୍ଟାଣ୍ଟ ସୁରେନ୍ଦ୍ର ପଣ୍ଡା, ସିଆରପି ପରମେଶ୍ଵର ମାଝୀ ପ୍ରମୁଖ ଉପସ୍ଥିତ ରହି ଜଗନ୍ନାଥ ଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।ବ୍ଳକ ସଂଯୋଜକ ଅଜୟ ପାତ୍ର ବ୍ଳକର ୯ ଗୋଟି ପଞ୍ଚାୟତରେ ମାଣ୍ଡିଆ ଚାଷ କରାଯିବା ସହ ମାଣ୍ଡିଆ ଚାଷ ଲାଭ ଜନକ ଚାଷ ଯାହାର ବଜାର ଦର କ୍ଵିଣ୍ଟାଲ ପିଛା ୩୮୪୬ ଟଙ୍କା ବୋଲି କହିଥିଲେ।ତଦସହ କୃଷକଙ୍କୁ ମାଗଣା ବିହନ,ଚାଷ ପ୍ରଣାଳୀ, ବୈଷୟିକ ଜ୍ଞାନ,ସାର , ଔଷଧ ,ଶ୍ରୀ ପ୍ରଣାଳୀରେ ହେକ୍ଟର ପିଛା ୧୦ ହଜାର,ଧାଡ଼ି ରୁଆ ହେକ୍ଟର ପିଛା ୭୫୦୦ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଉଛି ।ବଜାର ବିକ୍ରୟ ପାଇଁ ପାଇଁ ସରକାର ଲ୍ଯାମ୍ପରେ ମଣ୍ଡି ବ୍ୟବସ୍ଥା କରିଛନ୍ତି ବୋଲି କହିଥିଲେ । ସେହିଭଳି ଅନ୍ୟ ଅତିଥି ଗଣ କହିଥିଲେ ଏକ ସୁସ୍ଥ ପ୍ରଗତିଶୀଳ ପରିବାର ଓ ସମାଜ ପାଇଁ ସୁସ୍ଥ ମଣିଷର ଭୂମିକା ଅତୁଳନୀୟ । ମାଣ୍ଡିଆ ମଧୁମେହ,କେନସର, ଗର୍ଭବତୀ ମହିଳା,ଵୟସ୍କ, ଶିଶୁମାନଙ୍କ ପାଇଁ ଅଵ୍ଯର୍ଥ ପୁଷ୍ଟିସାର ଖାଦ୍ୟ ।ଏହା ଖାଇଲେ ଦେହର କ୍ୟାଲସିୟମ, ପ୍ରୋଟିନ ର ଅଭାବ ରହିବ ନାହିଁ ଯାହାକି ଶରୀରକୁ ସୁସ୍ଥ ରଖିବା ସହ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।ପରେ ୯ ଟି ପଞ୍ଚାୟତ ରୁ ୨୦ ଟି ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାବୃନ୍ଦଙ୍କ ମାଣ୍ଡିଆ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ବରା,ଲଡୁ,ଖୁରୁମା,ପିଠା, ଆରିସା,ଆଳୁଚପ୍,ପକୁଡି ଇତ୍ୟାଦି ଷ୍ଟିଲରେ ଲଗା ଯାଇଥିଲା ‌ଉପସ୍ଥିତ ସମସ୍ତ ଅତିଥି ବୃନ୍ଦ, ସ୍ବୟଂ ସହାୟିକା ସଦସ୍ୟା, ଗ୍ରାମବାସୀ ଏହାକୁ ଖାଇ ଭାରି ପ୍ରଶଂସା କରିଥିଲେ ।ଶେଷରେ ସମସ୍ତଙ୍କୁ ସଂଯୋଜକ ଅଜୟ ପାତ୍ର ମେଳାରେ ଯୋଗ ଦେଇ ସଫଳ କରାଇଥିବାରୁ ପ୍ରଶଂସା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ମୁଖ୍ୟମନ୍ତ୍ରୀ ସଭା ଗୃହ ଉଦଘାଟିତ

masiha

ସାଂସଦ କ୍ରୀଡା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

ଦଶମ ଦିନରେ ପହଞ୍ଚିଲା ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଧାରଣା

masiha

Leave a Comment

error: Content is protected !!