ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନେଶ୍ୱର ବରମୁଣ୍ଡା ବସ ଟର୍ମିନାଲକୁ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାମରେ ନାମିତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ଭୁବନେଶ୍ୱର ବରମୁଣ୍ଡା ବସ ଟର୍ମିନାଲକୁ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାମରେ ନାମିତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ବରମୁଣ୍ଡା ଠାରେ ୫-ଟି କ୍ରମରେ ନବ ନିର୍ମିତ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲର ନାମାଙ୍କରଣ ସମ୍ବିଧାନ ନିର୍ମାତା ଡ଼. ବି.ଆର ଆମ୍ବେଦକର ଙ୍କ ନାମରେ ନାମିତ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରିଛନ୍ତି ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ଡ଼. ଭବାନୀ ଶଙ୍କର ନିଆଲ। ଏହାଦ୍ୱାରା ଓଡିଶାର ୧୭ ପ୍ରତିଶତ ଦଳିତ ସମ୍ପ୍ରଦାୟ ପ୍ରତି ବିଜୁ ଜନତା ଦଳ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର କିଭଳି ଭାବରେ ସମ୍ମାନ ରହିଛି ଏବଂ ଏହି ନାମାଙ୍କରଣରେ ଦଳିତ ମାନଙ୍କର ପ୍ରତି ରାଜ୍ୟ ସରକାରଙ୍କର କିଭଳି ଭଲପାଇବା ଅଛି ପ୍ରମାଣିତ ହେଉଛି । ବରମୁଣ୍ଡା ଠାରେ ୫-ଟି ଉପକ୍ରମରେ ନବନିର୍ମିତ ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ସମ୍ବିଧାନ ପ୍ରସ୍ତୁତ କରିବାରେ ବାବା ସାହେବ ଭୀମ୍‌ରାଓ ଆମ୍ବେଦକରଙ୍କ ମୁଖ୍ୟ ଭୂମିକା ରହିଥିଲା। ଭାରତୀୟ ସମ୍ବିଧାନର ପ୍ରଣେତା ଭାବେ ସେ ଜଣାଶୁଣା। ଦେଶ ପାଇଁ ତାଙ୍କ ଅବଦାନକୁ ସମ୍ମାନ ଜଣାଇ ତାଙ୍କ ନାମରେ ଏହି ବସ୍‌ ଟର୍ମିନାଲ ନାମିତ କରାଯାଇଛି। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ବାବା ସାହେବଙ୍କ ପ୍ରତି ଓଡ଼ିଶାବାସୀଙ୍କ ଏହା ହେଉଛି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ। ବାବା ସାହେବଙ୍କ ଅବଦାନ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବସ୍ ଟର୍ମିନାଲ ଭିତରେ ବାବା ସାହେବଙ୍କ ଜୀବନ ଓ ଆଦର୍ଶ ଉପରେ ଆଧାରିତ ଏକ ଗ୍ୟାଲେରି ମଧ୍ୟ କରାଯାଇଛି। ଏହି ବସ୍‌ ଟର୍ମିନାଲ ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବାରେ ସଫଳ ହେବା ସହ ସାରା ଓଡିଶାରେ ଏକ ନୂଆ ପରିଚୟ ହେବ ।ବିମାନବନ୍ଦର ଭଳି ଯାତ୍ରୀମାନେ ଏଠାରେ ସବୁ ସୁବିଧା ପାଇପାରିବେ। ସୂଚନାଯୋଗ୍ୟ, ୧୫.୫ ଏକର ଜାଗାରେ ନିର୍ମିତ ଏହି ବସ୍‌ଷ୍ଟାଣ୍ଡରେ ୨୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଖର୍ଚ୍ଚ ହୋଇଛି।

ମସିହା ନିୟୂଜ୍ ସର୍ଭିସ୍ 

Related posts

କନିଷ୍ଠ ଯନ୍ତ୍ରୀ ଙ୍କ ବିୟୋଗରେ ଡାବୁଗାଁ ବ୍ଳକ ରେ ପାଳିଲେ ଶୋକ ସଭା

Sunil Chandra Nayak

ରାଜ୍ୟପାଳଙ୍କ ଦ୍ଵାରା ‘ତମିସ୍ରାର ନୀଳଜହ୍ନ’ ଓ ‘ଶର ଶଯ୍ୟା’ ଉନ୍ମୋଚିତ

Sunil Chandra Nayak

ଥୁଆମୁଳ ରାମପୁର; ବିଭିନ୍ନ ସମସ୍ୟାରେ ଜର୍ଜରିତ,  ସମସ୍ୟା ଅନେକ ସମସ୍ୟାର ସମାଧାନ ଶୂନ, ମାଳ ମାଳ ଯୋଜନା ଯୋଜନା ବାଟବଣା  ଅଞ୍ଚଳବାସୀ ହନ୍ତସନ୍ତ

Sunil Chandra Nayak

Leave a Comment

error: Content is protected !!