ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁବର୍ଣ୍ଣରେଖା ର ବାର୍ଷିକ କ୍ରୀଡା ଦିବସ ଉଦଯାପିତ

ସୁବର୍ଣ୍ଣରେଖା ର ବାର୍ଷିକ କ୍ରୀଡା ଦିବସ ଉଦଯାପିତ

ରାଉରକେଲା: ସହରର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସୁବର୍ଣ୍ଣରେଖାର ବାର୍ଷିକ କ୍ରୀଡା ଦିବସ ଉଦଯାପିତ ହୋଇଯାଇଛି। ବିଭିନ୍ନ କ୍ରୀଡା ମାଧ୍ୟମରେ ପିଲାଙ୍କ ମଧ୍ୟରେ ଚିତ୍ରକଳା,ପାଣି ଗ୍ଲାସ୍ ରେ କଏନ, ମହିଳା ମାନଙ୍କ ମଧ୍ୟରେ ଶଙ୍ଖ ବାଦନ,ମ୍ୟୁଜିକ ପିଲୋ, ଦମ୍ପତି ମାନଙ୍କର ବାଲତି ବଲ , ବେଲୁନ ଫୁଟାଇବା ଇତ୍ୟାଦି ଅନୁଷ୍ଠିତ ହୋଇଥିଲା । ସୁବର୍ଣ୍ଣରେଖା ର ସଭାପତି ମନୋରଞ୍ଜନ ଦାସଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ବେହେରାଙ୍କ ସଂଯୋଜନାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ପ୍ରମେୟ ରାଉରକେଲା ସଂସ୍କରଣର ମୁଖ୍ୟ ମନୋରଞ୍ଜନ ଦାଶ,ସମ୍ମାନୀୟ ଅତିଥି ଭାବେ ଦୁର୍ଗା ମନୋଲୋଥିକ୍ସ ର ନିର୍ଦ୍ଦେଶିକା ସନ୍ଧ୍ୟାରାଣୀ ଦେଓ ଯୋଗ ଦେଇଥିଲେ। ଅତିଥି ଦ୍ବୟ ଅନୁଷ୍ଠାନର କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମତ ରଖିଥିଲେ। ସଭାପତିତ୍ବ ଅଭିଭାଷଣ ରେ ଶ୍ରୀ ଦାସ ଅନୁଷ୍ଠାନର ଆଭିମୁଖ୍ୟ ଓ ସମ୍ପାଦକ ଶ୍ରୀ ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶେଷରେ ସୁବ୍ରତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ଆଜିର ଏହି କ୍ରୀଡ଼ା ପ୍ରତିଯୋଗିତାର କାର୍ଯ୍ୟକ୍ରମରେ କବୀନ୍ଦ୍ର ନାରାୟଣ ଦେଓ, କମଳାକାନ୍ତ ପ୍ରଧାନ, ବରୁଣ ମାଝୀ, ବାଲୁକିଶୋର ପାତ୍ର, ପରମେଶ୍ବର ମହାରଣା,ବନବିହାରୀ ରଣା, କଲ୍ୟାଣ କମଳ ପଣ୍ଡା,ରାଧାକୃଷ୍ଣ ଦଳପତି, ଆନନ୍ଦ ଗିରି, କମଳଲୋଚନ ଗାରୁ,ରାଜୀବ ପାତ୍ର, ପର୍ଶୁରାମ ମଲ୍ଲିକ, ଅଜିତ୍ ମହାପାତ୍ର, ଅରକ୍ଷିତ ଆଦକ,କନକଲତା ଜେନା, ଦମୟନ୍ତୀ ବେହେରା,ଛବିରାଣୀ ପ୍ରଧାନ, ପୂଜାରାଣୀ ଗିରି,ବନଜା ଦାସ, ଚିତ୍ତରଞ୍ଜନ ବାରିକ୍, ପ୍ରଫୁଲ୍ଲ କୁମାର ସାହୁ, ଶ୍ରୀକାନ୍ତ ଦାସ,କ୍ଷିତିଶ ପ୍ରଧାନ, ତୁଷାର ମହାପାତ୍ର, ମହେନ୍ଦ୍ର କୁମାର ମହାଳିକ,ବ୍ରଜ ପରିଡ଼ା ପ୍ରମୁଖ ଉପସ୍ଥିତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପରାକ୍ରମ ଦିବସ ଉପଲକ୍ଷେ ଜୁନାଗଡ଼ରେ ଭବ୍ୟ ତ୍ରିରଙ୍ଗା ଯାତ୍ରା

masiha

ଓଷ୍ଟା ରାଉରକେଲା ସିଟି ଜୋନ ର ଶିଶୁ ଉତ୍ସବ

Sunil Chandra Nayak

ଡ଼ାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ

Sunil Chandra Nayak

Leave a Comment

error: Content is protected !!