ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୟୂରଭଞ୍ଜ ଜିଲ୍ଲାର ବିଶିଷ୍ଟ ରାଜନେତା ଈଶାନ ମିଶ୍ରଙ୍କ ଘର ବାହୁଡ଼ା; ଶଙ୍ଖ ଭବନରେ ଯୋଗଦାନ

ମୟୂରଭଞ୍ଜ ଜିଲ୍ଲାର ବିଶିଷ୍ଟ ରାଜନେତା ଈଶାନ ମିଶ୍ରଙ୍କ ଘର ବାହୁଡ଼ା; ଶଙ୍ଖ ଭବନରେ ଯୋଗଦାନ

 ମୟୂରଭଞ୍ଜ – ୦୧/୦୩ ( ମସିହା) ପଶ୍ଚିମ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ବିଜେପି ଉପସଭାପତି ଈଶାନ ମିଶ୍ର ତାଙ୍କର ବହୁ ସମର୍ଥକଙ୍କ ସହ ଭୁବନେଶ୍ବରସ୍ଥ ଶଙ୍ଖ ଭବନରେ ଗୁରୁବାର ଦିନ ମିଶ୍ରଣରେ ପର୍ବରେ ଯୋଗ ଦେଇ ତାଙ୍କର ପ୍ରିୟ ପୁରୁଣା ଘରକୁ ଫେରି ଆସିଛନ୍ତି ।ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭା ସାଂସଦ ସସ୍ମିତ ପାତ୍ର, ବିଜେଡି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ,ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା, ମୟୂରଭଞ୍ଜ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଇଂ ସୁବ୍ରତ ଛାଟୋଇ ମୟୂରଭଞ୍ଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ,ଯୁବ ବିଜେଡ଼ି ଜିଲ୍ଲା ସଭାପତି ଅଭିଶେକ ପଟ୍ଟନାୟକ,ମହିଳା ସଭାନେତ୍ରୀ ତନୁଜା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ବିଜେପିର ଜିଲ୍ଲା କାର୍ଯ୍ୟକାରି ସଭାପତି ହରମୋହନ ବେହେରା, ପ୍ରାକ୍ତନ ସମିତି ସଭ୍ୟ ସୁକଦେବ ସାହୁ,,ସତ୍ୟବାନ୍ ଵସା, କଳ୍ପତରୁ ପରମାଣିକ, ସକ୍ରୀୟ ସଦସ୍ୟ ଅନନ୍ତ ବେହେରା,ମନୋଜ ବାରିକ, ସୁବାସ ମହାନ୍ତି,ଗୁରୁଚରଣ ମହାନ୍ତ,,ଦେଵାନନ୍ଦ ବାରିକ,ପ୍ରମୋଦ ମହାନ୍ତ, ରମାକାନ୍ତ ମହାନ୍ତ,,ମାନସ କର ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ବିଜେଡିରେ ସାମିଲ ହୋଇଥିଲେ ।ଇଶାନ ମିଶ୍ରଙ୍କ ବିଜେଡି ଘର ବାହୁଡ଼ା ରେ ବିଜେଡି ତା’ର ତୃଣ ମୂଳ ସ୍ତରରେ ସୁଦୃଢ ହେବା ସହ ମୟୂରଭଞ୍ଜ ଜିଲ୍ଲାର ବିଜେଡ଼ି ତା’ର ପୂର୍ବ ହୃତ ଗୌରବ ଫେରି ପାଇବ ବୋଲି ରାଜ୍ୟ ସଭା ସାଂସଦ ସସ୍ମିତା ପାତ୍ର,ଜନ୍ମେଜୟ ଲେଙ୍କା, କାଶୀନାଥ ହେମ୍ବ୍ରମ କହିଥିଲେ ।ଈଶାନ‌ ମିଶ୍ର ପୁନଃ ନିଜର ପୁରୁଣା ଘରକୁ ଫେରି ଆସିଥିବାରୁ ଭାବ ବିହ୍ୱଳ ହୋଇପଡ଼ିଥିଲେ ।ଦଳ ତାଙ୍କୁ ଯାହା ନିର୍ଦେଶ ଦେଶ ତାହାକୁ ଶୃଙ୍ଖଳା ର ସହ ପାଳନ କରିବା ସହ ତଳ ସ୍ତରର ଲୋକଙ୍କ ସେବା କରିବା ସହ ଦଳର ସଂଗଠନକୁ ସୁଦୃଢ କରିବା ପାଇଁ ସେ‌ ଵଦ୍ଧ ପରିକର ବୋଲି କହିଥିଲେ ।ଦଳ ତାଙ୍କ ପ୍ରତି ଆସ୍ଥା ଓ ବିଶ୍ବାସ କରି ପୁଣି ଥରେ ବିଜେଡିରେ ସାମିଲ କରାଇଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୫ ଟି ସଚିବ ଭି କେ କାର୍ତିକେୟନ,ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ବିଜେଡି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ,ମୟୂରଭଞ୍ଜ ବିଜେଡି ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା,ସହ ପର୍ଯ୍ୟବେକ୍ଷକ ସୁବ୍ରତ ଛାଟୋଇ, ମୟୂରଭଞ୍ଜ – ୨ ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ,ଯୁବ ବିଜେଡ଼ି ସଭାପତି ଅଭିଷେକ ପଟ୍ଟନାୟକ,ମହିଳା ସଭାନେତ୍ରୀ ତନୁଜା ମହାନ୍ତି, ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବିଜେଡି କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନାଯୋଗ୍ୟ ଈଶାନ‌ ମିଶ୍ର ଜଣେ ମୟୂରଭଞ୍ଜ ଜିଲ୍ଲାର ଆଗଧାଡିର ନେତା । ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ  ତାଙ୍କର ଭୂମିକା ଅନନ୍ୟ ।୨୦୧୪ ନିର୍ବାଚନରେ ସେ ବିଜେଡି ବିଧାୟକ ସାହିଵା ଶୁଶିଲ ହାଁସଦା ଙ୍କ ରଥର ସାରଥି ହୋଇ ବିଜୟର ବାନା ଉଠାଇଥିଲେ ।୨୦୧୯ ରେ ବିଜେଡି ମଧ୍ୟରେ ମନାନ୍ତର ଓ ମତାନ୍ତର ଯୋଗୁଁ ସେ ବିଜେପିରେ ଯୋଗ ଦେଇ ବିଜେପି ବିଧାୟକ ନବ ଚରଣ ମାଝୀଙ୍କୁ ବିଜୟ କରିବାରେ ନିଭାଇଥିବା ଭୂମିକାକୁ ରାଇରଙ୍ଗପୁର ଇତିହାସ ସବୁଦିନ ପାଇଁ ମନେ ରଖିଥିବ । କିନ୍ତୁ ୨୦୨୪ ନିର୍ବାଚନ ପୂର୍ବରୁ ସେ ପୁଣି ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ନେଇ ପୁନଃ ମାନସ ମନ୍ଥନ କରି ଶଙ୍ଖ ଭବନରେ ବିଜେଡି ମିଶ୍ରଣ ପର୍ବ ରେ ଯୋଗ ଦେଇ ଶଙ୍ଖ ଧରିଛନ୍ତି । ତାଙ୍କ ଯୋଗଦାନରେ ତାଙ୍କ ସମର୍ଥକଙ୍କ ମୁହଁରେ ହସ ଫେରିଛି ‌ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବିଜେଡି ମହିଳା କାର୍ଯ୍ୟକାରୀ ସଭାନେତ୍ରୀ ଉସୁକାଇ ରାଜନୈତିକ ହିଂସା କରୁଛନ୍ତି

masiha

ଜୟପୁର ମାଉଣ୍ଟ ଭେଲି ହୋଟେଲ ରେ ବିଜେପି ସେଲ ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ସବୁ ସମସ୍ୟା କୁ ମିଳିତ ଭାବେ ସମ୍ମୁଖୀନ କରିବ ଓବିସି, ଏସ୍ ଟି, ଏସ୍ ସି ଓ ସଂଖ୍ୟାଲଘୁ ମିଳିତ ମହାସଂଘ

Sunil Chandra Nayak

Leave a Comment

error: Content is protected !!